ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ ନିଯୁକ୍ତିକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଆଇଏଏସ୍‌ ଅଧିକାରୀମାନେ ଖୋଳତାଡ଼ କରି ଏହି ପଦକ୍ଷେପ ସିଭିଲ ସର୍ଭିସ ନିୟମ ବିରୁଦ୍ଧ ହୋଇଥିବା ଜାଣିବା ପରେ ଏଭଳିି ପରିସ୍ଥିତି ସୃଷ୍ଟିହୋଇଛି। ଏହି ପଦରେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିଯୁକ୍ତି ପାଇବା ପରମ୍ପରା ରହିଥିବାବେଳେ ଏଥିରେ ଆଇପିଏସ୍‌ ଅଧିକାରୀ ସିଂ ନିଯୁକ୍ତି ପାଇବାରେ ପ୍ରଥମ ଆଇପିଏସ୍‌ ଅଫିସର। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ତେବେ ଏହି ନିଯୁକ୍ତି ଆଇପିଏସ୍‌ ଅଧିକାରୀଙ୍କ ଉପରେ ଆଇଏଏସ୍‌ଙ୍କ ଆଧିପତ୍ୟ ପ୍ରସଙ୍ଗ ଉଠାଇଛି ଓ ଏହି ଯୁଦ୍ଧ ଶେଷ ହେବାର ଦେଖାଯାଉନାହିଁ। ଆଇଏଏସ୍‌ଙ୍କ ଅଭିଯୋଗର ନେତୃତ୍ୱ ଆଉ କେହି ନୁହନ୍ତି, ଖୋଦ୍‌ ହ୍ବିଶିଲ୍‌ବ୍ଲୋୟର ଅଶୋକ ଖେମ୍‌କା ନେଉଛନ୍ତି ଯିଏ କି ସିଂଙ୍କ ନିଯୁକ୍ତି ଅବୈଧ ଓ ଏହା ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଲିିଖିତଭାବେ ଜଣାଇଛନ୍ତି। ଖେମ୍‌କାଙ୍କ ଅନୁଯାୟୀ, ଜଣେ କ୍ୟାଡର ଅଧିକାରୀ ହିଁ କ୍ୟାଡର ପଦରେ ରହିବାର ନିୟମ ରହିଛି। ପୁନଶ୍ଚ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଭିଲ ସର୍ଭିସ ବୋର୍ଡର ସୁପାରିସ ଅନୁଯାୟୀ ଆଇଏଏସ୍‌ କ୍ୟାଡର ପୋଷ୍ଟ ପାଇଁ ନିଯୁକ୍ତି ବାଧ୍ୟତାମୂଳକ। ଖେମ୍‌କା କହିଛନ୍ତି ଯେ, ସରକାର ଏହି ନିୟମ ମାନିନାହାନ୍ତି। ଆପାତତଃ ଏକା ସିଂଙ୍କ ଘଟଣା ନୁହେଁ, ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ହରିୟାଣା ସ୍କୁଲ୍‌ ଶିକ୍ଷା ପରିଯୋଜନା ପରିଷଦର ରାଜ୍ୟ ଯୋଜନା ନିର୍ଦ୍ଦେଶକ ପଦରେ ଜଣେ ଡିଏଏନ୍‌ଆଇପିଏସ୍‌ ଅଧିକାରୀ ରଜନୀଶ ଗର୍ଗଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାକେଶ ଗୁପ୍ତାଙ୍କ ଜାଗାରେ ଗର୍ଗଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଆଇଏଏସ୍‌ ଲବି ସେମାନଙ୍କ ପଦ ବା ଅଧିକାର ଫେରାଇ ଆଣିବା ଲାଗି ଲଢେଇ ଜାରି ରଖିବେ କି?
ପୋଲିସ ବାବୁଙ୍କ ପଦାବନତି
ପ୍ରଥମେ କେରଳ ସରକାର ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କର ବିବାଦୀୟ ଆଇପିଏସ୍‌ ଅଧିକାରୀ ଜ୍ୟାକବ୍‌ ଟମାସ୍‌ଙ୍କ ବିରୋଧରେ ବିଭାଗୀୟ ତଦନ୍ତକୁ ଆଧାର କରି ତାଙ୍କୁ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ପଦକୁ ପଦାବନତ କରିଛନ୍ତି। ଟମାସ୍‌ ରାଜ୍ୟର ସବୁଠୁ ବରିଷ୍ଠ ପୋଲିସ ଅଧିକାରୀ ଓ ସେ ଚଳିତବର୍ଷ ମେ’ରେ ଅବସର ନେବାର ଅଛି। ବିଭାଗୀୟ ଅନୁମତି ନ ନେଇ ଟମାସ ଆମତ୍ଜୀବନୀ ଲେଖିବା ପରେ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ସେ ସରକାରଙ୍କ ବିରୋଧରେ ବିଦ୍ରୋହାମତ୍କ ଓ ଉତ୍ତେଜକ ମନ୍ତବ୍ୟ ଉଲ୍ଲେଖକରିବା ଅଭିଯୋଗରେ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ତେବେ ସରକାର ଟମାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (କ୍ୟାଟ୍‌)ରୁ ତାଙ୍କ ସପକ୍ଷରେ ନିର୍ଦ୍ଦେଶ ପାଇଲା ପରେ ତାଙ୍କୁ ରାଜ୍ୟ ଶିଳ୍ପ ବିଭାଗରେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ରାଜୀବ ସଦାନନ୍ଦନ୍‌ଙ୍କ ନେତୃତ୍ୱରେ ଗଠିତ କମିଟି ଦ୍ୱାରା ଟମାସଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରାଯାଇଥିଲା ଏବଂ ତଦନ୍ତର ନିଷ୍କର୍ଷ ଅନୁଯାୟୀ ୧୯୮୫ ବ୍ୟାଚର ଏହି ଆଇପିଏସ୍‌ ଅଧିକାରୀଙ୍କୁ ପଦାବନତ କରିବାକୁ ସରକାର ସ୍ଥିର କରିଥିଲେ।
ଏମ୍‌ଇଏରେ ବଡ଼ ପରିବର୍ତ୍ତନ
ବିଦେଶ ସଚିବ ହର୍ଷ ଶ୍ରୀଙ୍ଗ୍‌ଲା ଦାୟିତ୍ୱ ନେବା ପରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମନ୍ତ୍ରଣାଳୟ ନବୀକରଣରେ ସକ୍ରିୟତା ପ୍ରକାଶ କରିଛନ୍ତି ଯାହା ସମ୍ଭବତଃ ମନ୍ତ୍ରଣାଳୟର ପରିଚାଳନା ଓ ପ୍ରଶାସନିକ ଢାଞ୍ଚାରେ କେଇ ଦଶନ୍ଧି ଭିତରେ ସବୁଠୁ ବଡ଼ ଅଦଳବଦଳ। ଏଭଳି କସରତର ସବୁଠୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ନୂଆ ଏମ୍‌ଇଏ ତା’ ଢାଞ୍ଚାରେ ଅର୍ଥନୀତି, ବାଣିଜି୍ୟକ କୂଟନୀତି, ବିକାଶ ସହଭାଗିତା, ଦୂତାବାସ ସମ୍ପର୍କ ଓ ନୂଆଭାବେ ଉଭା ହେଉଥିବା ଜ୍ଞାନକୌଶଳ ଭଳି କ୍ଷେତ୍ରରେ କର୍ପୋରେଟ୍‌ ଭଳି ବେଶି ସଂଗଠିତ ହୋଇପାରିବ। ଏଗୁଡିକ ମଧ୍ୟରୁ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଭାବେ ଜଣେ ଯୁଗ୍ମସଚିବ ସ୍ତରର ଅଧିକାରୀ ରହିବେ। ଏଥିରେ ସଚିବମାନେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବା ଲାଗି ସ୍ବାଧୀନ ହୋଇପାରିବେ। ଏବେ ରହିଥିବା ପଦ୍ଧତିରେ ରଣନୈତିକ ଯୋଜନା ଓ ବିଭିନ୍ନ ପଦକ୍ଷେପ ପାଇଁ କମ୍‌ ସୁଯୋଗ ପାଉଥିବା ଯୁଗ୍ମସଚିବମାନଙ୍କ ସମେତ ୪ ଜଣ ସଚିବଙ୍କ ଉପରେ ଅତ୍ୟଧିକ ଚାପ ପଡୁଛି। ବିଶ୍ୱର କ୍ଷମତାଶାଳୀ ଦେଶଗୁଡ଼ିକ ସହ ତାଳଦେଇ ମନ୍ତ୍ରଣାଳୟର କାର୍ଯ୍ୟଧାରାରେ ରହିଥିବା କେତେକ ଢାଞ୍ଚା ଓ ବିଚାରକୁ ପରିବର୍ତ୍ତନ କରିବା ପାଇଁ ନୂଆ ପଦ୍ଧତି ଆପଣାଯାଇଛି। ନୂଆ ପଦ୍ଧତିରେ ଘରୋଇ କ୍ଷେତ୍ର ଓ ବୁଦ୍ଧିଜୀବୀମଣ୍ଡଳରୁ ବିଶେଷଜ୍ଞଙ୍କୁ ଆଣି କୂଟନୈତିକ ପରିସରକୁ ବ୍ୟାପକ କରାଯାଇପାରିବ। ପୁନଶ୍ଚ ମନ୍ତ୍ରଣାଳୟ ସହଯୋଗ ବୃଦ୍ଧି ଏବଂ ଭାରତର ବୈଶ୍ୱିକ କୂଟନୈତିକ ଉଚ୍ଚାଭିଳାଷ ପୂରଣ ପାଇଁ ବାଣିଜ୍ୟ, ପ୍ରତିରକ୍ଷା, ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତି ଆଦି ଅନ୍ୟ ପ୍ରମୁଖ ମନ୍ତ୍ରଣାଳୟରେ ଏହାର କର୍ମଚାରୀଙ୍କୁ ରଖିପାରିବ। ଏହା ନିଶ୍ଚିତଭାବେ ଏକ ବୃହତ୍‌ ପଦକ୍ଷେପ ଏବଂ ଏହାର ପ୍ରଭାବ ଦୃଶ୍ୟମାନ ହେବାକୁ ଅନେକ ମାସ ଲାଗିଯିବ। କିନ୍ତୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଆରମ୍ଭରୁ ଏହାକୁ ଲାଗୁ କରି କାର୍ଯ୍ୟକାରୀ କରିବା ଲାଗି ଜୟଶଙ୍କର ଓ ଶ୍ରୀଙ୍ଗଲାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri