ବିବର୍ତ୍ତନବାଦ ଓ ଡାରଓ୍ବିନ୍‌

ପ୍ରଫେସର ଡ. ଅଜୟ କୁମାର ପାତ୍ର

ପୃଥିବୀରେ ଏକକୋଷୀରୁ ବହୁକୋଷୀ, ଏକରୁ ଅଧିକ, ଅଧିକରୁ ଏକାଧିକ, ସରଳରୁ ଜଟିଳ, ଜଟିଳରୁ ମହାଜଟିଳ, ଜାତିରୁ ପ୍ରଜାତି ଓ ପ୍ରଜାତିରୁ ଉପଜାତି ସୃଷ୍ଟି ହୋଇ ଚାଲିଛି କେଉଁ ଆଦିମକାଳରୁ; ଯାହାକୁ ଆମେ ବିଜ୍ଞାନ ଭାଷାରେ କହିଥାଉ ‘ବିବର୍ତ୍ତନ ବାଦ’(Evolution)। ଜୀବଜଗତର ବିଭିନ୍ନ ସ୍ତରରେ ବୃକ୍ଷଲତା, କୀଟପତଙ୍ଗ, ଜୀବଜନ୍ତୁ ଓ ସର୍ବୋପରି ମଣିଷ ମଧ୍ୟରେ ଏକ ମଧୁର ଅନ୍ତରୀଣ ସମ୍ପର୍କ ଏପରି ସମତୁଲ ଭାବରେ ଜଡ଼ିତ ଯେ, ଗୋଟିକର କ୍ଷୟକ୍ଷତି ଓ ବିକାଶରେ ଅନ୍ୟଟିର କ୍ଷୟକ୍ଷତି ଓ ବିକାଶ ନିର୍ଭର କରେ। ପ୍ରକୃତିର ଏହି ରହସ୍ୟମୟ ଗୋପନୀୟତାକୁ ଲୋକଗୋଚରକୁ ଆଣିବାରେ ସଫଳ ହୋଇଛନ୍ତି ବିଶିଷ୍ଟ ବୈଜ୍ଞାନିକ, ପ୍ରକୃତିବିତ୍‌ ଓ ବିବର୍ତ୍ତନବାଦର ଜନକ, ଚାର୍ଲସ୍‌ ରୋବର୍ଟ ଡାରଓ୍ବିନ୍‌ (୧୮୦୯-୧୮୮୨); ଯାହାଙ୍କର ସାରଗର୍ଭକ ବିବର୍ତ୍ତନବାଦ ଭିତ୍ତିକ ତତ୍ତ୍ୱ ‘ଡାରଓ୍ବିନ୍‌ଜିମ୍‌’ କିମ୍ବା ‘ବିବର୍ତ୍ତନ ପ୍ରକ୍ରିୟା ତତ୍ତ୍ୱ’ ଆଜି ଆମକୁ ବଞ୍ଚତ୍ବାର ରାହା ଦେଖାଇଛି ା ସବୁ ଜୀବଙ୍କୁ ଚିହ୍ନିବାର ସୁଯୋଗ ଦେଇଛି ା ପରସ୍ପର ମଧ୍ୟରେ ସୁମଧୁର ଓ ଅନ୍ତରୀଣ ସମ୍ପର୍କ ବିଷୟରେ ଜାଣିବାର ଅଧିକାର ଏବଂ ପ୍ରତିଷ୍ଠା କରିବାର ଇଚ୍ଛା ଯୋଗାଇଛି ା
ସଂଗ୍ରାମ ହିଁ ଉନ୍ନତିର ପାହାଚ ଓ ସଂଗ୍ରାମ ଭିତରେ ବଞ୍ଚତ୍ବାର ପ୍ରଚେଷ୍ଟା ହିଁ ପ୍ରକୃତ ଜୀବର ମୌଳିକ ଧର୍ମ ତାଙ୍କର ତତ୍ତ୍ୱରୁ ଆମେ ଓ ଆମର ଅସୁମାରି ବିଦ୍ୟାର୍ଥୀ ଶିକ୍ଷାଲାଭ କରିଛୁ ା ତାଙ୍କ ମତରେ ଏହି ଜୀବଧାରୀ ଓ ଜୀବନ ପ୍ରବାହିତ ସଦା ତତ୍ପରଶୀଳ ପୃଥିବୀରେ କେବଳ ଉପଯୁକ୍ତ କିମ୍ବା ଯୋଗ୍ୟ ଜାତି ବା ପ୍ରଜାତି ଜୀବର ବଞ୍ଚତ୍ବାର ଅଧିକାର ରହିଛି ଓ ସୁଯୋଗ ମଧ୍ୟ ରହିଛି ା
ସେହି ମହାନ୍‌ ଅମରାମତ୍ାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ତାଙ୍କର ଶୁଭ ଜନ୍ମ ତାରିଖ, ଫେବୃୟାରୀ ୧୨ ତାରିଖ (୧୨ା୦୨ା୧୮୦୯)କୁ ପୃଥିବୀବାସୀ ଆଗ୍ରହର ସହିତ ‘ଡାରଓ୍ବିନ୍‌ ଦିବସ’ ନାମରେ ନାମିତ କରି ପାଳନ କରିଆସୁଛନ୍ତି ା ତାଙ୍କୁ ଓ ତାଙ୍କର ଅଦ୍ୱିତୀୟ ତତ୍ତ୍ୱକୁ ମନେପକାଉଛନ୍ତି। ଡାରଓ୍ବିନ୍‌ ଜନ୍ମଲାଭ କରିଥିଲେ ଇଂଲଣ୍ଡର ଏକ କ୍ଷୁଦ୍ର ସହର, ଶ୍ରିଉସ୍‌ବୁରୀରେ। ସେ ଅଧାରୁ ଡାକ୍ତରୀ ଅଧ୍ୟୟନ ଛାଡ଼ି ପ୍ରକୃତିବିତ୍‌ ହେବାର ଗଭୀର ଇଚ୍ଛା ମନରେ ପୋଷଣ କରି ନୌବାହିନୀ ଜଳଯାତ୍ରା ଅଭିଯାନରେ ଯୋଗଦେଲେ। ସେ ଯେଉଁ ନୌଜାହାଜରେ ଯାତ୍ରା କରିଥିଲେ, ତା’ର ନାମ ଥିଲା ‘ଏଚ୍‌.ଏମ୍‌.ଏସ୍‌. ବିଏଗ୍ଲ’ (HMS Beagle)। କିଏ ଜାଣିଥିଲା, ସେହି ନୌଜାହାଜ ଦିନେ ତାଙ୍କୁ ପୃଥିବୀ ବିଖ୍ୟାତ ପ୍ରକୃତିବିତ୍‌ ତଥା ବିବର୍ତ୍ତନବାଦର ଜନକ ରୂପେ ପ୍ରତିଷ୍ଠିତ କରାଇବ ା
ଏକାଦୀକ୍ରମେ ଦୀର୍ଘ ପାଞ୍ଚବର୍ଷ ଜଳଯାତ୍ରାରେ ଏକାଠି କଲେ ବିବିଧ ଏକକୋଷୀ ଓ ବହୁକୋଷୀ ପ୍ରକାରୁ ପ୍ରକାରୁ ପ୍ରାଣୀ ଓ ଉଦ୍ଭିଦ। ଘରକୁ ଫେରି ପୁଙ୍ଖାନୁପୁଙ୍ଖ ଭାବରେ ପ୍ରତିଟି ଉଦ୍ଭିଦ ଓ ପ୍ରାଣୀକୁ ଅନୁଧ୍ୟାନ କଲେ । ଏହିପରି ଅନୁଧ୍ୟାନ କରୁକରୁ ଦୀର୍ଘ ୨୦ ବର୍ଷ ବିତିଗଲା ଶେଷ ନିଷ୍ପତ୍ତିରେ ପହଞ୍ଚତ୍ବା ପାଇଁ। ଆବିଷ୍କାର କଲେ ଅଦ୍ୱିତୀୟ ତତ୍ତ୍ୱ ଯାହାର ନାମକରଣ ପ୍ରଥମେ ଥିଲା ‘ବିବର୍ତ୍ତନ ପ୍ରକ୍ରିୟା ତତ୍ତ୍ୱ’ ଓ ପରେ ତାଙ୍କ ନାମାନୁସାରେ ‘ଡାରଓ୍ବିନ୍‌ଜିମ’ କୁହାଗଲା।
ତାଙ୍କର ସମସାମୟିକ ସମ ସମୟରେ ଅନ୍ୟ ଜଣେ ଯୁବ ବୈଜ୍ଞାନିକ ଆଲ୍‌ଫ୍ରେଡ୍‌ ରାସେଲ ଓ୍ବାଲେସ (୧୮୨୩-୧୯୨୩) ମଧ୍ୟ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଗୂଢ଼ ରହସ୍ୟ ଆବିଷ୍କାର କରିବାରେ ସଫଳ ହୋଇଥିଲେ। ତାଙ୍କର ଗବେଷଣାସ୍ଥଳ ଥିଲା ମାଲାୟାନ ଆର୍‌କୀପେଲାଗୋ। ବୈଜ୍ଞାନିକ ଡାରଓ୍ବିନ୍‌ ଆଶ୍ଚର୍ଯ୍ୟ ପ୍ରକଟ କଲେ, ଯେତେବେଳେ ଜାଣିଲେ ଯେ ତାଙ୍କର ଆବିଷ୍କାର ଓ ଉକ୍ତ ଯୁବ ବୈଜ୍ଞାନିକଙ୍କର ଆବିଷ୍କାର ଅନୁରୂପ ଥିଲା, ଅର୍ଥାତ୍‌ ଓ୍ବାଲେସ୍‌ଙ୍କର ‘ବିବିଧ ଉଦ୍ଭିଦ ଓ ପ୍ରାଣୀଙ୍କର ଜାତି ଓ ପ୍ରଜାତିର ଉତ୍ସ’ ଓ ତାଙ୍କର ଗବେଷଣାଲବ୍ଧ ଆବିଷ୍କାର, ”ବିବର୍ତ୍ତନ ପ୍ରକ୍ରିୟା ତତ୍ତ୍ୱ“ ପ୍ରାୟତଃ ଏକାଭଳି। ତେଣୁ ଡାରଓ୍ବିନ୍‌ ଓ ଓ୍ବାଲେସ୍‌ଙ୍କର ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ୧୮୫୮ ମସିହାରେ ଲେନିନ୍‌ ସଂଗଠନ ସମ୍ମିଳନୀରେ ଡାରଓ୍ବିନ୍‌ ସାରଗର୍ଭକ ତତ୍ତ୍ୱକୁ ଉପସ୍ଥାପନ କଲେ ଓ ସମସ୍ତଙ୍କ ମନ ଜିଣିଲେ। ଠିକ୍‌ ତା’ର ବର୍ଷକ ପରେ, ଅର୍ଥାତ୍‌ ୧୮୫୯ ମସିହାରେ ଡାରଓ୍ବିନ୍‌ ତାଙ୍କର ଗବେଷଣାଲବ୍ଧ ଜ୍ଞାନକୁ ପୁସ୍ତକ ଆକାରରେ ପ୍ରକାଶ କଲେ ଓ ସେ ପୁସ୍ତକଟିର ନାମ ଥିଲା, ‘ଜାତି ଓ ପ୍ରଜାତି ଜୀବର ଉତ୍ସ’( ଦି ଅରିଜିନ ଅଫ୍‌ ସ୍ପେସିସ୍‌)।
ମୋଟ ଉପରେ ଡାରଓ୍ବିନ୍‌ଙ୍କ ତତ୍ତ୍ୱ ମୁଖ୍ୟତଃ ନୈତିକ ପ୍ରକୃତିର ଯୁକ୍ତିଯୁକ୍ତି ନିୟୋଯଗ ଏବଂ ବିୟୋଗ ଉପରେ ପର୍ଯ୍ୟବସିତ। ଡାରଓ୍ବିନ୍‌ଜିମ୍‌ର ମୌଳିକ ପ୍ରକୃତି ସଂକ୍ଷିପ୍ତରେ ନିମ୍ନରେ ପ୍ରଦତ୍ତ କରାଗଲା।
୧.ଉତ୍ପାଦନର ଅପବ୍ୟୟ: ପ୍ରତ୍ୟେକ ଜୀବ ସେ ପ୍ରାଣୀ ହେଉ ବା ଉଦ୍ଭିଦ ହେଉ, ପ୍ରତ୍ୟେକଙ୍କର ଏକ ଅନ୍ତର୍ନିହତ ଗୁଣ ହେଉଛି ଦରକାରଠୁ ବହୁ ଅଧିକ ସଂଖ୍ୟାରେ ଜନ୍ମ କରିବାର ପ୍ରବୃତ୍ତି। ଏପରି କରିବା ଦ୍ୱାରା ଶିଶୁ ଜୀବ ଅଧିକ ପରିମିତ ସ୍ଥାନ ଅଧିକାର କରିବା ସହିତ ଅପରପକ୍ଷରେ ସୀମିତ ଖାଦ୍ୟ ଓ ପାନୀୟର ସୁଲଭତା ସେମାନଙ୍କର ବଂଶବୃଦ୍ଧିରେ ଘୋର ବାଧା ସୃଷ୍ଟି କରୁଛି। ଉଦାହରଣ ସ୍ବରୂପ, ଗୋଟିଏ ମାଛ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଜନନ ଋତୁରେ ପ୍ରାୟ ଦୁଇଲକ୍ଷ ଅଣ୍ଡା ଦେଇଥାଏ ା ଯଦି ସମସ୍ତ ଅଣ୍ଡାରୁ ଯାଅଁାଳ ଓ ଯାଅଁାଳରୁ ବଡ଼ମାଛ ସୃଷ୍ଟି ହୁଅନ୍ତା ଓ ସମସ୍ତେ ବଞ୍ଚତ୍ବାର କ୍ଷମତା ହାସଲ କରନ୍ତି, ତା’ହେଲେ ଅଚିରେ ଘୋର ଖାଦ୍ୟ, ପାନୀୟ ଓ ଆବାସ ସଙ୍କଟ ଦେଖାଦେବ। ଏହିପରି ଯଦି ପୁରୁଷାନୁକ୍ରମେ ମାଛସଂଖ୍ୟା ବୃଦ୍ଧି ପାଇଚାଲେ, ତା’ହେଲେ ଅଚିରେ ଖାଦ୍ୟ, ପାନୀୟ ଓ ଆବାସ ପାଇଁ ପରସ୍ପର ମଧ୍ୟରେ ତୁମୁଳ ପ୍ରତିଯୋଗିତା ହେବ।
୨. ବଞ୍ଚତ୍ବା ପାଇଁ ସଂଘର୍ଷ: ଉପରୋକ୍ତ ପ୍ରତିଯୋଗିତାକୁ ଲକ୍ଷ୍ୟକରି ଡାରଓ୍ବିନ୍‌ ତାଙ୍କର ପରବର୍ତ୍ତୀ ତତ୍ତ୍ୱ ବଞ୍ଚତ୍ବା ପାଇଁ ସଂଘର୍ଷ ଉପରେ ଆଧାରିତ, ଯାହାକୁ ସେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା (କ) ଏକ ଗୋଷ୍ଠୀ ଅନ୍ତନିର୍ହିତ ସଂଘର୍ଷ: ଯେପରିକି ବଡ଼ ଚିଙ୍ଗୁଡ଼ି ମାଛକୁ ଯଦି ଦୀର୍ଘ ସମୟ କାଚବାକ୍ସ (ଆକ୍ୱାରିୟମ୍‌)ରେ ପାଳନ କରାଯାଏ, ତା’ହେଲେ ଏମାନେ ନିଜ ନିଜ ଭିତରେ ଝଗଡ଼ା କରି ପରସ୍ପରକୁ ଭକ୍ଷଣ କରନ୍ତି ଓ ବଂଶବୃଦ୍ଧିକୁ ସୀମିତ କରନ୍ତି।
(ଖ) ଏକ ଗୋଷ୍ଠୀ ବା ଏକ ପ୍ରଜାତି ଅନ୍ୟ ଗୋଷ୍ଠୀ ଓ ପ୍ରଜାତି ଜୀବ ମଧ୍ୟରେ ସଂଘର୍ଷ ଯଥା: ମଣିଷ ସହିତ ହାତୀ ବା ହରିଣ ସହିତ ବାଘର ସଂଘର୍ଷକୁ ବୁଝାଏ। ଦ୍ୱିପାକ୍ଷିକ ବା ତ୍ରିପାକ୍ଷିକ ଭିନ୍ନ ଗୋଷ୍ଠୀ ସଂଘର୍ଷ ଦ୍ୱାରା ପରିବେଶର ଭାରସାମ୍ୟ ରକ୍ଷା ପାଇପାରେ।
(ଗ) ପରିବେଶ ସମ୍ବନ୍ଧୀୟ ସଂଘଷ: ପରିବେଶ ତା’ର ସ୍ବକୀୟ ଅପ୍ରାକୃତିକ ଶକ୍ତି ଯଥା ଘୋର ବନ୍ୟା, ଭୂମିକମ୍ପ, ମହାମାରୀ ଓ ମରୁଡ଼ି ମାଧ୍ୟମରେ ପୃଥିବୀପୃଷ୍ଠରେ ଜୀବସଂଖ୍ୟାକୁ ସୀମିତ ଓ ଭାରସାମ୍ୟ କରି ରଖିବାରେ ସହାୟକ ହୋଇଥାଏ।
୩. ଭିନ୍ନତା ଏବଂ ବଂଶାନୁକ୍ରମ: ମହାନୁଭବୀ ଡାରଓ୍ବିନ୍‌ଙ୍କ ମତରେ ପ୍ରତ୍ୟେକ ଜୀବ ଶରୀରରେ ଆକାର, ପ୍ରକାର ଓ ଚରିତ୍ରରେ ପାର୍ଥକ୍ୟ ଦେଖାଯାଏ। ଏପରିକି ଦୁଇ ଯାଅଁାଳା ସନ୍ତାନ ମଧ୍ୟରେ ମଧ୍ୟ ପାର୍ଥକ୍ୟ ଉପଲବ୍ଧି ହୁଏ। ଏହି ପାର୍ଥକ୍ୟ ଓ ପ୍ରଭେଦ ବଂଶାନୁକ୍ରମେ ଗତିକରି ଶେଷର ଗୋଟିଏ ଜୀବଠାରୁ ଅନ୍ୟ ପ୍ରକାରର ସମ୍ପୂର୍ଣ୍ଣ ଭିନ୍ନ ଜୀବନଟିଏ ସୃଷ୍ଟି ହୁଏ ଓ ବିବର୍ତ୍ତନବାଦର ମୂଳଭିତ୍ତି ସ୍ଥାପନ କରେ।
୪. ଉପଯୁକ୍ତ ହିଁ ବଞ୍ଚତ୍ ରହିବାର ଅଧିକାର: ପୁରୁଣା ଜୀବଠୁ ନୂତନ ଜୀବର ସୃଷ୍ଟି ପରେ କେବଳ ପାରିପାର୍ଶ୍ୱିକ ଅବସ୍ଥା ସହିତ ସମନ୍ବୟ ରକ୍ଷାକରି ଓ ପରିବେଶର ଭାରସାମ୍ୟ ବଜାୟ ରଖି ଯେଉଁ ଜୀବ ବଞ୍ଚିପାରିଲା, ବଡ଼ ହୋଇ ପରିପକ୍ୱ ଅବସ୍ଥା ଲାଭ କରିପାରିଲା ଓ ବଂଶାନୁଗତ ଚରିତ୍ରକୁ ଗ୍ରହଣ କରି ଅନୁରୂପ ଜୀବ ସୃଷ୍ଟି କରିପାରିଲା, ସେହି କେବଳ ଏ ବିଶାଳ ପୃଥିବୀର ଦାୟାଦ ରୂପେ ପରିଚୟ ଲାଭ କରିବ।
୫. ପ୍ରାକୃତିକ ଚୟନ: ଏଠାରେ ଡାରଓ୍ବିନ୍‌ ପ୍ରକୃତିର ଭୂମିକା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରାକୃତିକ ଉତ୍‌ଥାନ ଓ ପତନର ସମ୍ମୁଖୀନ ହୋଇ ଘୋର ଆପଦ ଓ ବିପଦକୁ ଅଙ୍ଗେ ଲିଭେଇ ଯେଉଁ ଜୀବ ସଗର୍ବେ ଜୀବନ ପଥରେ ଆଗେଇ ପାରିଲା ଓ ନିଜର ସ୍ବରୂପ ଧାରଣ କରି ନୂତନ ଜୀବ ସୃଷ୍ଟି କରିପାରିଲା, ତାହାକୁ ପ୍ରକୃତି ସାଦରେ ଗ୍ରହଣ କରେ ଏବଂ ପଳାତକ, ଭୀରୁ ଓ ଦୁର୍ବଳ ଜୀବକୁ ସବୁଦିନ ପାଇଁ ଏ ଧରାଧାମରୁ ବିଦାୟ ନେବାକୁ ପଡ଼େ।
୬. ନୂତନ ଜାତି ବା ପ୍ରଜାତିର ଉତ୍ସ: ଏହିପରି ଭାବରେ ପ୍ରାରମ୍ଭରୁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଯେଉଁ ଜାତି ବା ପ୍ରଜାତି ଜୀବ ବିବର୍ତ୍ତନବାଦର ଶେଷ ପାହାଚରେ ପହଞ୍ଚତ୍ପାରିଲା ତାହାହିଁ ନୂତନ କାର୍ଯ୍ୟକ୍ଷମ ଜୀବ ଭାବେ ପରିଗଣିତ ହୁଏ।
ଡାରଓ୍ବିନ୍‌ଙ୍କ ଏହି କାଳଜୟୀ ଆବିଷ୍କାର ଯୁଗେ ଯୁଗେ ଅବିସ୍ମରଣୀୟ ହୋଇ ରହିବ। ବିବର୍ତ୍ତନବାଦ ମନ୍ଥର ଗତିରେ ଆଗେଇ ଚାଲିଛି, ଆହୁରି ସହସ୍ର ବର୍ଷ ଧରି ଚାଲିବ, ଯଦି ଆମେ ଶ୍ରେଷ୍ଠ ଜୀବ ମଣିଷ, ଆମର ସହଜାତ ଉଦ୍ଭିଦ ଓ ପ୍ରାଣୀର ସୁରକ୍ଷାର ଓ ପରିବେଶ-ସମତୁଲର କବଚ ସାଜିବା। କିନ୍ତୁ ହାଏ, ଏ ବିଜ୍ଞାନୀ ମଣିଷ, ସଭ୍ୟ ମଣିଷର ଅପରିଣାମଦର୍ଶିତା, ଅବିବେକପଣିଆ ଓ ଆକ୍ରୋଶମୂଳକ କାର୍ଯ୍ୟବଳୀ ଆଜି ପୃଥିବୀକୁ ଦୁର୍ଦ୍ଦିନ ଡାକି ଆଣିଛି। ଜନସଂଖ୍ୟା, ପ୍ରାକୃତିକ ସମ୍ପଦର ମୁଣ୍ଡପିଛା ଖର୍ଚ୍ଚ, ଏହି ଅନୁପାତ ବା ”Q“ର ମୂଲ୍ୟ ଆଧୁନିକ ମଣିଷ ଜୀବନର ମାନଦଣ୍ଡ ନିରୂପଣ କରେ। ଯଦି ”Q“ର ମୂଲ୍ୟ ଏକରୁ କମ୍‌ ହୁଏ, ତା’ହେଲେ ମଣିଷ ଜୀବନର ମାନଦଣ୍ଡ ମଧ୍ୟ କମିଯିବ। ଏବେ ଦେଖାଯାଇଛି ଯେ ଏହାର ମୂଲ୍ୟ କ୍ରମଶଃ କମିବାରେ ଲାଗିଛି, ଯାହାର କୁପ୍ରଭାବ ସକଳ ଉଦ୍ଭିଦ ଓ ପ୍ରାଣୀ ଉପରେ ପଡ଼ୁଛି।
ଆଜି ପୃଥିବୀସାରା ପ୍ରାକୃତିକ ସମ୍ପଦ ଉପରେ ବିଚାରବିହୀନ ଆକ୍ରମଣ ଚାଲିଛି। ଫଳତଃ ବହୁବିଧ ଉଦ୍ଭିଦ ଓ ପ୍ରାଣୀର ସମ୍ପୂର୍ଣ୍ଣ ବିଲୋପ ଘଟୁଛି ଓ ଆହୁରି ଅନେକ ଅବଲୁପ୍ତ ଅବସ୍ଥାରେ ଅଛନ୍ତି। ପୃଥିବୀବକ୍ଷରେ ଅତିକମ୍‌ରେ ୩୩% ପରିମିତ ସ୍ଥଳ ଅରଣ୍ୟ ଦ୍ୱାରା ଆବୃତ ହେବା ଦରକାର। ମାତ୍ର ତାହା ଆଜି ଧ୍ୱଂସ ପାଇ ୧୯%ରେ ସୀମିତ। ଅରଣ୍ୟ ଧ୍ୱଂସ ପାଇବା ଫଳରେ ଘୋର ମୃତ୍ତିକାକ୍ଷୟ, ମହାବନ୍ୟା, ମହାବାତ୍ୟା, ହିମସ୍ଖଳନ, ମହାମାରୀ ଆଦି ମଣିଷକୃତ ଦୁର୍ଯୋଗ ସଂଘଟିତ ହେଉଛି। ନିକଟ ଅତୀତରେ ଘଟିଥିବା ବିଶ୍ୱ କରୋନା ମହାମାରୀ, ହିମସ୍ଖଳନ, ତା’ସହିତ ସୁନାମି ଭଳି ଆକସ୍ମିକ ଦୁର୍ଯୋଗ ସମସ୍ତ ମଣିଷଜାତିକୁ ଏକ ବିରାଟ ଚେତାବନୀ ତଥା ସତର୍କଘଣ୍ଟି ଶୁଣାଉଛି। କାଳଜୟୀ ତଥା କିମ୍ବଦନ୍ତୀ ପୁରୁଷ ଡାରଓ୍ବିନ୍‌ ପୃଥିବୀବାସୀଙ୍କ ହାତରେ ଯେଉଁ ତତ୍ତ୍ୱକୁ ଟେକି ଦେଇଥିଲେ, ପ୍ରକୃତିର ଗୂଢ଼ ରହସ୍ୟ, ପ୍ରତିଟି ଜାତି ଓ ପ୍ରଜାତିକୁ ଚିହ୍ନି ଆପଣାଇବାର ସୂତ୍ର କହିଥିଲେ,ତାହା ଆମେ ପାଳନ କରିବାରେ ଏକପ୍ରକାର ଅସମର୍ଥ ହୋଇଛୁ।
ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?