ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୩୩.୭୪% ପଏଣ୍ଟ ସହ ବିହାର ଶୀର୍ଷରେ ରହିଛି। ତେବେ ଜାତୀୟ ସ୍ତରରେ ବିପିଏଲ୍‌ଙ୍କ ସଂଖ୍ୟା ୨୧.୯୨ ପ୍ରତିଶତ ଥିବା ବେଳେ ୩୨.୫୯ ପ୍ରତିଶତ ପଏଣ୍ଟ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ନୀତି ଆୟୋଗ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ବେସ୍‌ଲାଇନ ରିପୋର୍ଟ କହୁଛି। ଏହି ହାରକୁ ୧୦.୯୫%କୁ କମାଇବା ଲାଗି ରିପୋର୍ଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଓ୍ବାରି ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଥିଲା। ୨୦୧୧-୧୨ ସୁଦ୍ଧା ରାଜ୍ୟର ୧କୋଟି ୩୦ ଲକ୍ଷ ୮୫ ହଜାର ବ୍ୟକ୍ତି ବିପିଏଲ ଶ୍ରେଣୀରେ ଅର୍ଥାତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏଥିରେ ଦର୍ଶାଯାଇଥିଲା। ତେବେ ଓଡ଼ିଶାରେ ଦରିଦ୍ରଙ୍କ ସଂଖ୍ୟା ଦ୍ରୁତଗତିରେ କମୁଛି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ୨୦୦୪-୦୫ରେ ରାଜ୍ୟରେ ବିପିଏଲ୍‌ଙ୍କ ସଂଖା ୫୭.୨% ଥିବା ବେଳେ ୨୦୧୧-୧୨ବେଳକୁ ଏହା ୨୪.୬୧ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୪-୦୫ରୁ ରାଜ୍ୟରେ ୨୫.୧ ପଏଣ୍ଟ ହାରରେ ଦାରିଦ୍ର୍ୟ କମୁଛି। ହେଲେ, ଗ୍ରାମାଞ୍ଚଳରେ ଏହି ହାର ୩୫.୬୯ ପ୍ରତିଶତ ରହିଛି। ତେବେ ସମାନ ଅବଧିରେ ତୁଳନାମତ୍କ ଭାବେ ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ହାର ୧୬ ପ୍ରତିଶତ ପଏଣ୍ଟକୁ କମିଥିବା ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳରେ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେଠାକାର ବିକାଶ ମୁଖ୍ୟତଃ କୃଷିର ଅଭିବୃଦ୍ଧି ସହ ଜଡ଼ିତ। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୮୩ ପ୍ରତିଶତ ବ୍ୟକ୍ତି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଥିବା ବେଳେ ଅଧିବାସୀଙ୍କୁ ଘର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବା ଯୋଗୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ସଫଳତା ମିଳୁଛି। ସେହିପରି ସହରାଞ୍ଚଳରେ ଦାରିଦ୍ର୍ୟ ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାର ମହତ୍ତତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ରାଜ୍ୟରେ ଏହି ହାର ୨୦.୭୧ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧୨% ରହିଛି। ଜାତୀୟ ସ୍ତରଠାରୁ ରାଜ୍ୟର ସହରାଞ୍ଚଳ ଦାରିଦ୍ର୍ୟ ଫାଙ୍କ ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରୁଛି। ବସ୍ତି ଅଞ୍ଚଳରେ ଜନସଂଖ୍ୟା ୩.୨୭% ସହ ଜାତୀୟ ହାରଠାରୁ ଯଥେଷ୍ଟ ତଳେ ରହିଛି। ଜାତୀୟ ସ୍ତରରେ ଏହି ହାର ୫.୪୧% ରହିଛି। ଯଦିଓ ଜାତୀୟ ସ୍ତରଠାରୁ ରାଜ୍ୟର ଦାରିଦ୍ର୍ୟ ହ୍ରାସ ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ଦାରିଦ୍ର୍ୟ ସ୍ତର ଯଥେଷ୍ଟ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

ମା’ଙ୍କ ଶୁଦ୍ଧିକ୍ରିୟା ଭୋଜି ସରିଲା, ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଳିଲା ପୁଅର ଚିତା: ଫାସିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଶରତ ଚନ୍ଦ୍ର ନାୟକ(୩୯) ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା…

62,81,17,91,250… ଏହା କୌଣସି ଫୋନ ନମ୍ବର ନୁହେଁ – ଏହା FIFA ବିଶ୍ୱକପ ପାଇଁ ପୁରସ୍କାର ରାଶି! କ୍ରିକେଟ ଜଗତ ବି ପଛରେ ରହିଯିବ

ନୂଆଦିଲ୍ଲୀ,୪।୬: ପ୍ରଥମ ନଜରରେ, ଏହି ଶିରୋନାମାଟିର ଆରମ୍ଭରେ ଆପଣଙ୍କୁ ଏହା ଏକ ମୋବାଇଲ ଫୋନ ନମ୍ବର ବୋଲି ଲାଗିପାରେ; ତଥାପି, ଏହା 2026 FIFA ବିଶ୍ୱକପ ପାଇଁ…

ମମତାଙ୍କୁ ବଡ଼ ଅଫର ଦେଲେ ହୁମାୟୁନ୍‌ କବୀର, ଜାଣନ୍ତୁ କ’ଣ ଏହି ଅଫର? ସଭିଏଁ ପଡିଲେଣି ଚିନ୍ତାରେ!

କୋଲକାତା,୪।୬: ଗୁରୁବାର ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣା ଘଟିଲା ଯେତେବେଳେ AJUP (ଆମ ଜନତା ଉନ୍ନୟନ ପାର୍ଟି)ର ପ୍ରତିଷ୍ଠାତା ହୁମାୟୁନ କବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri