ଭୁବନେଶ୍ୱରରେ ବିକ୍ରି ହୋଇଛି ୩୧୫.୭୬ କୋଟିର ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ,୨୨ା୭: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୦୧୮ ମେ’ରୁ ୨୦୧୯ ମେ’ ମଧ୍ୟରେ ମୋଟ ୫୮୫୧.୪୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯାଇଛି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି। ତନ୍ମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୩୧୫.୭୬ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି ହୋଇଛି ଓ ଏହାକୁ ବିକ୍ରି କରି ୨୨୬.୫୦ କୋଟି ଟଙ୍କା ନଗଦରେ ପରିଣତ କରାଯାଇଛି। ତେବେ କିଣାଯାଇଥିବା ବଣ୍ଡ୍‌ ମଧ୍ୟରୁ ୮୦.୬%କୁ କେବଳ ଦିଲ୍ଲୀରେ ବିକ୍ରି କରାଯାଇଛି। କାରଣ ଦେଶର ସମସ୍ତ ରାଜନୈତିକ ଦଳର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିଛି। ମଧ୍ୟପ୍ରଦେଶ ନିବାସୀ ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ଼ ଦୁଇଟି ସ୍ବତନ୍ତ୍ର ଆବେଦନ ଜରିଆରେ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୮୭୪.୫୦ କୋଟି ଟଙ୍କା, ମୁମ୍ବାଇରେ ୧୭୮୨.୩୬ କୋଟି ଟଙ୍କା, କୋଲକାତାରେ ୧୩୮୯ କୋଟି ଟଙ୍କା, ବେଙ୍ଗାଲୁରୁରେ ୧୯୫ କୋଟି ଟଙ୍କା, ହାଇଦ୍ରାବାଦ୍‌ରେ ୮୦୬.୧୨ କୋଟି ଟଙ୍କା, ଚେନ୍ନାଇରେ ୧୮୪.୨୦ କୋଟି ଟଙ୍କାର ବଣ୍ଡ କିଣାଯାଇଛି। ଆଲୋଚ୍ୟ ଅବଧିରେ ମୋଟ ୧୦ ପର୍ଯ୍ୟାୟରେ ୫୮୩୧.୧୬ କୋଟି ଟଙ୍କାର ବଣ୍ଡ ଉଠାଯାଇଛି। ଅର୍ଥାତ୍‌ ୨୦.୨୫ କୋଟି ଟଙ୍କାର ବଣ୍ଡ୍‌କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠାଯାଇପାରିନାହିଁ। ନିୟମ ଅନୁସାରେ ଏହାର ବୈଧତା ଶେଷ ହୋଇଛି। ଆଲୋଚ୍ୟ ଅବଧିରେ ଗାନ୍ଧୀନଗର, ଗୁଆହାଟୀ, ଜୟପୁର, ରାୟପୁର, ପଣଜୀ, ଥିରୁଭାନନ୍ତପୁରମ୍‌ ଏବଂ ବିଶାଖାପାଟନମ୍‌ରେ ମୋଟ ୨୭୯.୭୦ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି କରାଯାଇଥିଲେ ହେଁ ଏହାକୁ ନଗଦ କରାଯାଇ ଟଙ୍କାଟିଏ ନିଆଯାଇନି। ଆଲୋଚ୍ୟ ସମୟ ମଧ୍ୟରେ ୧୩ ସହରରେ ଗୋଟିଏ ହେଲେ ବଣ୍ଡ୍‌ ବିକ୍ରି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri