ଭୁବନେଶ୍ୱରରେ ବିକ୍ରି ହୋଇଛି ୩୧୫.୭୬ କୋଟିର ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ,୨୨ା୭: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୦୧୮ ମେ’ରୁ ୨୦୧୯ ମେ’ ମଧ୍ୟରେ ମୋଟ ୫୮୫୧.୪୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯାଇଛି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି। ତନ୍ମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୩୧୫.୭୬ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି ହୋଇଛି ଓ ଏହାକୁ ବିକ୍ରି କରି ୨୨୬.୫୦ କୋଟି ଟଙ୍କା ନଗଦରେ ପରିଣତ କରାଯାଇଛି। ତେବେ କିଣାଯାଇଥିବା ବଣ୍ଡ୍‌ ମଧ୍ୟରୁ ୮୦.୬%କୁ କେବଳ ଦିଲ୍ଲୀରେ ବିକ୍ରି କରାଯାଇଛି। କାରଣ ଦେଶର ସମସ୍ତ ରାଜନୈତିକ ଦଳର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିଛି। ମଧ୍ୟପ୍ରଦେଶ ନିବାସୀ ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ଼ ଦୁଇଟି ସ୍ବତନ୍ତ୍ର ଆବେଦନ ଜରିଆରେ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୮୭୪.୫୦ କୋଟି ଟଙ୍କା, ମୁମ୍ବାଇରେ ୧୭୮୨.୩୬ କୋଟି ଟଙ୍କା, କୋଲକାତାରେ ୧୩୮୯ କୋଟି ଟଙ୍କା, ବେଙ୍ଗାଲୁରୁରେ ୧୯୫ କୋଟି ଟଙ୍କା, ହାଇଦ୍ରାବାଦ୍‌ରେ ୮୦୬.୧୨ କୋଟି ଟଙ୍କା, ଚେନ୍ନାଇରେ ୧୮୪.୨୦ କୋଟି ଟଙ୍କାର ବଣ୍ଡ କିଣାଯାଇଛି। ଆଲୋଚ୍ୟ ଅବଧିରେ ମୋଟ ୧୦ ପର୍ଯ୍ୟାୟରେ ୫୮୩୧.୧୬ କୋଟି ଟଙ୍କାର ବଣ୍ଡ ଉଠାଯାଇଛି। ଅର୍ଥାତ୍‌ ୨୦.୨୫ କୋଟି ଟଙ୍କାର ବଣ୍ଡ୍‌କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠାଯାଇପାରିନାହିଁ। ନିୟମ ଅନୁସାରେ ଏହାର ବୈଧତା ଶେଷ ହୋଇଛି। ଆଲୋଚ୍ୟ ଅବଧିରେ ଗାନ୍ଧୀନଗର, ଗୁଆହାଟୀ, ଜୟପୁର, ରାୟପୁର, ପଣଜୀ, ଥିରୁଭାନନ୍ତପୁରମ୍‌ ଏବଂ ବିଶାଖାପାଟନମ୍‌ରେ ମୋଟ ୨୭୯.୭୦ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି କରାଯାଇଥିଲେ ହେଁ ଏହାକୁ ନଗଦ କରାଯାଇ ଟଙ୍କାଟିଏ ନିଆଯାଇନି। ଆଲୋଚ୍ୟ ସମୟ ମଧ୍ୟରେ ୧୩ ସହରରେ ଗୋଟିଏ ହେଲେ ବଣ୍ଡ୍‌ ବିକ୍ରି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri