ବିପଦ୍‌ ଅବସ୍‌ତାରେ ସାପ୍‌ତାହିକ ହାଟର କୁଠା

ରିଷିଡା,୨୩ା୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସାପ୍‌ତାହିକ ହାଟ ଜିଲାର ଗୁଟେ ବଡ଼ ହାଟ୍‌। ଇ ହାଟ୍‌ଟା ସବୁ ଶନିବାର ବସୁଥିଲାବେଲେ କେସିଙ୍ଗା ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ରହିଛେ। ହାଟ୍‌ ଉପରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଜିଲାର ପାଖାପାଖି ୫୦ ହଜାର ଲୋକ୍‌ ନିରଭର କରୁଛନ୍‌। ସେନ୍‌ତା ଗାଈଗୋରୁ ଘିନାବିକାରେ ଇ ହାଟ୍‌ର ନଁା ରହିଛେ। ସାପ୍‌ତାହିକ ହାଟରେ ୨ଟା ବଡ଼ ବଡ଼ ଗୁଦାମ ଘର ରହିଥିଲାବେଲେ ଦୁକାନୀମାନେ ବସବାର ଲାଗି ୩ଟା ପିଁଢ଼ା ରହିଛେ। ସେ ଭିତ୍‌ରୁ ଗୁଟେ ପିଁଢ଼ାର ଅବସ୍‌ତା ବହୁତ୍‌ ଖରାପ ଅଛେ। ବରଷା ହେଲେ ପାଏନ୍‌ ଗଲବାର ଲାଗି ଦୁକାନୀମାନେ ବହୁତ ହଇରାନ ହରକତ ହେଉଛନ୍‌। ଇ ପିଁଢ଼ାର ଛାତ୍‌ର କଥା ନାଇଁ କହେବାର ଭଲ। କେତେବେଲେ କାହାର ଉପରେ ପଡ଼ବା କିଛି କହି ନାଇଁହୁଏ। ସେନତା ପୁରନା ଯାତ୍‌ରି ବିଶ୍‌ରାମ ଘରଟା ବି ଅସ୍‌କୁରା ହେଇ ପଡ଼ିଛେ, ଘରର ଗୁଟେ କଁାଥି ବରଷାରେ ଭାଂଗି ଯାଇଛେ। ଏହେଦେ ହାଟର ପିଁଢ଼ାରେ ଚାଷୀମାନେ ବିକ୍‌ରି ଲାଗି ଧାନ ରଖିଛନ୍‌। ଏନ୍‌ତାଥି ହାଟେ ଜାଗାଠାନ୍‌ର ବଡ଼ଭାରି ଅଭାବ ଦେଖାଦେଇଛେ। ହାଟେ ବିପଦ୍‌ ଅବସ୍‌ତାରେ ଥିବାର କୁଠାମାନ ଭାଂଗି ଦେବାର ଲାଗି ଝନେ ସାମାଜିକ କରମୀ ଲଛମନ ଭୋଇ ଆଗରୁ ଜନେଇଥିଲେ ବି ବଜାର କମିଟି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନାଇଁନେଇ। ଏନ୍‌ତାଥି ହାଟ୍‌ ଭିତରେ ରହିଥିବାର ଇ ଦଦ୍‌ରା କୁଠାମାନ୍‌ କେତେବେଲେ କାହାର ଉପରେ ପଡ଼ି ଧନ୍‌ଜୀବନ୍‌ର କ୍ଷୟକ୍ଷତି ହେବା କିଛି କହି ନାଇଁହୁଏ। ଇ ଦଦ୍‌ରା କୁଠାମାନ ଭାଂଗି ତାର ଜାଗାରେ ନୂତନ କୁଠା ତିଆର କରବାର ନିହାତି ଜରୁରି ଆଏ। ଇଆଡ଼େ ଦୁକାନୀମାନେ ଉପେ ଶୂଇନ୍‌ ହେଇ ଦଦ୍‌ରା ପିଁଢ଼ା ଉପରେ ବସି ବେପାର କରୁଛନ୍‌। ହେଲେ ଇ ଦିଗେ ବଜାର କମିଟି ତରଫୁ କିଛି ପଦକ୍ଷେପ ନାଇଁ ନିଆଯିବାର। ଇ ଦିଗେ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri