ବିନିକା ବ୍ଲକ: ୨୧ରୁ ୧୧ ହାଇସ୍କୁଲରେ ନାଇଁ ଖେଲ ପଡ଼ିଆ

ବିନିକା, ୬।୩ (ଡି.ଏନ୍‌.ଏ.)- ମାନିସିକ, ଶାରୀରିକ ବିକାଶ ସଂଗେ ଦିହିପାକେ ନିରୁଜ୍‌ ରଖବାକେ ହେଲେ ଖେଲକୁଦ ନିହାତି ଦରକାର। ସେଥିରଲାଗି ସରକାର ସ୍କୁଲ, କଲେଜର ଛାତ୍ରୀଛାତ୍ରକଁର ଶାରୀରିକ, ମାନସିକ ବିକାଶ ଲାଗି ପାଠ୍‌ପଢ଼ା ସଂଗେ ଖେଲକୁଦକେ ଯୁଡ଼ିଛନ୍‌। ସ୍କୁଲ, କଲେଜମାନକେ ଖେଲ ଶିକ୍ଷକ ନିଯୁକ୍ତ କରିଛନ୍‌। ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ସଂଗେ ଗୁଟେ ଖେଲ ପିରିୟଡ ବି ରହୁଛେ। ହେଲେ ଦୁଖର କଥା କେନ୍‌ଠାନେ ଖେଲ ଶିକ୍ଷକ ଅଛନ୍‌ ତ ଖେଲପଡ଼ିଆ ନାଇଁ। ସେନ୍‌ତା ଆରକେନ୍‌ନେ ଖେଲ ପଡ଼ିଆ ଅଭାବୁ ଶିକ୍ଷକ, ଛାତ୍ରୀଛାତ୍ର ବସିଛନ୍‌। ଇ ବାବ୍‌ଦେ ଶିକ୍ଷା ବିଭାଗ ବି ପରଶାସନ ଆର ରାଏଜ୍‌ ସରକାରକୁଁ ଭିନେ ଭିନେ ସମିଆରେ ଚିଠି ଲେଖି ନିଜର ମୁଡ଼ୁ ଦୋଷ ଖସ୍‌ରଉଛେ।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ମୋଟ ୨୧ଟା ସରକାରୀ ହାଇସ୍କୁଲ ରହିଛେ। ସେ ଭିତ୍‌ରୁ ୧୧ଟା ହାଇସ୍କୁଲରେ ଖେଲ ପଡ଼ିଆ ନଁାଇଁନ। ୧୦ଟା ହାଇସ୍କୁଲରେ ଖେଲ ପଡ଼ିଆ ଥାଇ ବି ନାଇଁଥିଲା ସଂଗେ ସମାନ ଆଏ। ଇ ହାଇସ୍କୁଲମାନକେ ଥିବାର ଖେଲ ପଡ଼ିଆର ଉନ୍‌ନତିକରନ ନାଇଁ ହେବାର। ଯେନ୍‌ଥିର ଲାଗି ଛାତ୍ରୀଛାତ୍ର ଖେଲକୁଦ ଲାଗି ପଡ଼ିଆ ବେଭାର କରି ନାଇଁ ପାରବାର। ହେଲେ ଇ ଦିଗେ ଜିଲା ପରଶାସନ କି ଶିକ୍ଷା ବିଭାଗର ଦରଦ୍‌ ନାଇଁଥିବାର ଅଭିଭାବକ ମହଲରୁ ଅଭିଯୋଗ ହେଉଛେ। ସେନ୍‌ତା ଖେଲ ପଡ଼ିଆ ନାଇଁଥିବାର ହାଇସ୍କୁଲମାନେ ବି ଖେଲ ଶିକ୍ଷକ ରହିଥିଲାବେଲେ ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ ଆର ଶ୍ରୀ ଗୋପାଳଜୀ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରପୁରରେ ଖେଲ ଶିକ୍ଷକ ନଁାଇଁନ। ସରକାର, ପରଶାସନ ଆର ଶିକ୍ଷା ବିଭାଗର ଇ ଅଜବ୍‌ ନୀତିକେ ନେଇ ବୁଧିଜୀବୀ, ଅଭିଭାବକ ମହଲରେ ଅସନ୍‌ତୋଷ ପରକାଶ ପାଉଛେ। ଇ ବାବ୍‌ଦେ ଜିଲା ଶିକ୍ଷା ଅଧ୍‌କାରୀ ପୁଷ୍ପା ମିଞ୍ଜକୁଁ ପଚ୍‌ରାଲାରୁ ଇ ସବୁ ସମସିଆ ବାବ୍‌ଦେ ଆମେ ସରକାରକୁଁ ଜନେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବ୍ଲକ କ୍ରୀଡ଼ା ଅଧ୍‌କାରୀ ସତ୍ୟନାରାୟଣ ତ୍ରୀପାଠୀକୁଁ ପଚ୍‌ରାଲାରୁ ସମସିଆର ସମାଧାନ ଲାଗି ବାରବାର ବିଭାଗୀୟ ଉଚ କତୁରପକ୍ଷକୁଁ ଅବଗତ କରାଯାଉଛେ। ମୁଇଁ ସେଲେଡି ହାଇସ୍କୁଲର ଖେଲ ଶିକ୍ଷକ ଆଏ। ଇ ହାଇସ୍କୁଲରୁ ଫିବଛର ୭ରୁ ୮ ଝନ୍‌ ଛାତ୍ରୀଛାତ୍ର ଭିନେ ଭିନେ ଖେଲକୁଦ ଲାଗି ରାଜ୍ୟସ୍ତରକେ ଯାଉଛନ୍‌। ସେଲେଡ଼ି ହାଇସ୍କୁଲର ନିଜର ଖେଲ ପଡ଼ିଆ ଅଛେ। ହେଲେ ତାର ଉନ୍‌ନତିକରନ ନାଇଁ ହେବାର ବଲି ସେ କହିଥିଲେ। ସେନ୍‌ତା ଶ୍ରୀ ଗୋପାଳଜୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ପଧାନକୁଁ ପଚ୍‌ରାଲାରୁ ଆମର ସ୍କୁଲରେ ଖେଲ ପଡ଼ିଆ ଅଛେ। ହେଲେ ସେଟା ନାଇଁଥିବାର ସଂଗେ ସମାନ ଆଏ। ସ୍କୁଲରେ ଖେଲ ଶିକ୍ଷକ ବି ନଁାଇଁନ। ଖେଲ ପିରିୟଡ଼ରେ ସହକାରୀ ଶିକ୍ଷକମାନେ ଛାତ୍ରୀଛାତ୍ରକଁର ଖେଲକୁଦ କଥା ବୁଝୁଛନ୍‌ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri