ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ

ଲୋଇସିଂହା,୧୯ା୪(ଡି.ଏନ୍‌.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଗୋଟିଏ ପରିବାରର ୨ ଶିଶୁୁ ସମେତ ୫ ମହିଳା ମହୁମାଛି ଆକ୍ରମଣରେ ଶିକାର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ମହୁମାଛି ଆକ୍ରମଣରେ ଆହତଙ୍କୁ ଚିକିତ୍ସା କରୁଥିବା ନର୍ସମାନେ ମଧ୍ୟ ମାକ୍ସ ପରିଧାନ କରି ନ ଥିବା ଦେଖାଯାଇଥିଲା। ଜନୈକ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଘରେ ଛାଡ଼ି ଆସିଥିବା କହିଥିଲେ। କରୋନା ଭୂତାଣୁ ଭୟାବହତାକୁ ନେଇ ସବୁଠି ଭୟର ବାତାବରଣ ଖେଳିଯାଇଛି। ସରକାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇ ଲୋକଙ୍କୁ ସଚେତନ କରୁଥିବା କୁହାଯାଇଛି। ହେଲେ ଏଠି ସ୍ବାସ୍ଥ୍ୟ ବିଭାଗ ସଚେତନ ନ ଥିବା ପରିଲକ୍ଷିତ ହୋଇଥିଲା। ଏଠାକୁ ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଲୋକେ ଆସୁଥିବାରୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ଦେଖାଦେଇଛି। ଏ ନେଇ ପିଏଚ୍‌ଓ ରମେଶ ସାହୁଙ୍କୁ ପଚାରିବାରୁ ରୋଗୀ ଓ ପରିଜନଙ୍କ ପାଇଁ ମାସ୍କ ଯୋଗାଣ ବ୍ୟବସ୍ଥା ନାହିଁ। କେବଳ ଷ୍ଟାଫ୍‌ଙ୍କୁ ଦିଆଯାଇଛି। କେଉଁ ପରିସ୍ଥିତିରେ ସେମାନେ ପନ୍ଧି ନ ଥିଲେ ବୁଝୁଛି ବୋଲି କହିଥିଲେ। କୋଭିଡ୍‌ ୧୯ ପାଇଁ ୪ ଜଣ ନର୍ସ ଓ ଜଣେ ଫାର୍ମାସିଷ୍ଟ ଶନିବାରଠାରୁ ଯୋଗ ଦେଇଛନ୍ତି। ସେମାନେ ଏନେଇ ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri