ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋଟ: ବୃକ୍ଷରୋପଣ ପାଇଁ ଆଉ ୩୨୯.୧୭ କୋଟି ଆବଶ୍ୟକ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା ତଥା ସବୁଜୀକରଣ ପାଇଁ ବହୁ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ବର୍ତ୍ତମାନ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଏ ନେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ପ୍ରକଳ୍ପ ବା ଯୋଜନା ଅଧୀନରେ ଆସୁଥିବା ବଜେଟ୍‌ରେ ଏହି ବୃକ୍ଷରୋପଣ କରାଯାଇଥାଏ। ତେବେ ଚଳିତ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ବଜେଟରେ କମ୍‌ ଟଙ୍କା ଅନୁମୋଦନ ହୋଇଛି। ଆଇଜିସି (ଇନ୍‌କ୍ରିଜିଂ ଦି ଗ୍ରୀନ୍‌ କଭର) ଯୋଜନାରେ ମୋଟ ୧୫୨.୧୨କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମାତ୍ର ୩୫କୋଟି ଟଙ୍କା ଅନୁମୋଦନ ହୋଇଛି। ଆହୁରି ୧୧୭.୧୨କୋଟି ଟଙ୍କା କମ୍‌ ପଡ଼ୁଛି। ସେହିପରି ଗ୍ରୀନ୍‌ ମହାନଦୀ ମିଶନ ଯୋଜନା ପାଇଁ ମୋଟ ୧୦୫.୭୨ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ୫୧କୋଟି ଟଙ୍କା ପାଇଁ ଅନୁମୋଦନ ମିଳିଛି। ଆହୁରି ୫୪.୭୨କୋଟି ଟଙ୍କା ଆବଶ୍ୟକ ରହିଛି। ଆମ ଜଙ୍ଗଲ ଯୋଜନା ପାଇଁ ୪୩.୩୫କୋଟି ଆବଶ୍ୟକ ଥିବା ବେଳେ ୧୦କୋଟି ପାଇଁ ଅନୁମୋଦନ ମିଳିଛି। ଆଉ ୩୩.୩୫କୋଟି ଆବଶ୍ୟକ ରହିଛି। ତେବେ ଓଏଫ୍‌ଏସ୍‌ଡିପି (ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ) ଯୋଜନା ସବୁଠାରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି। ଏହି ଯୋଜନା ପାଇଁ ମୋଟ ୧୬୩.୯୮କୋଟି ଟଙ୍କା ଆବଶ୍ୟକ ଥିବାବେଳେ ଚଳିତ ବଜେଟ୍‌ରେ ମାତ୍ର ୪୦କୋଟି ଟଙ୍କା ଅନୁମୋଦନ ମିଳିଛି। ଅର୍ଥାତ୍‌ ଏହି ଯୋଜନାରେ ଆହୁରି ୧୨୩.୯୮କୋଟି ଟଙ୍କା କମ୍‌ ପଡ଼ୁଛି। ତେଣୁ ଏସବୁ ଯୋଜନା ପାଇଁ ବଜେଟ୍‌ରେ ଅନୁମୋଦନ ହୋଇଥିବା ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପରାମର୍ଶ ଦେଇଛି।
କମିଟି ଉପସ୍ଥାପନା କରିଥିବା ରିପୋର୍ଟରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଟଙ୍କା ଉପରେ ମଧ୍ୟ ଦର୍ଶାଇଛି। ରିପୋର୍ଟ ଅନୁସାରେ, କାମ୍ପା ପ୍ରୋଜେକ୍ଟ ଓ ଷ୍ଟେଟ୍‌ ପ୍ଲାନ୍‌ ଅଧୀନରେ ଭୁବନେଶ୍ୱରରେ ଏକ ଫରେଷ୍ଟ ଏକାଡେମୀ ନିର୍ମାଣ ହେଉଛି। ଏଠାରେ ହେବାକୁ ଥିବା ଫାକଲ୍‌ଟି ଓ ଷ୍ଟାଫ୍‌ କ୍ୱାର୍ଟର୍ସ ପାଇଁ ମୋଟ ୫କୋଟି ଆବଶ୍ୟକ ରହିଥିବା ବେଳେ ବଜେଟ୍‌ରେ ୨କୋଟି ଟଙ୍କା ପାଇଁ ଅନୁମୋଦନ ହୋଇଛି। ତେଣୁ ଆଉ ୩କୋଟି ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ନନ୍ଦନକାନନରେ ଏକ ମଲ୍‌ଟି ଲେଭଲ ପାର୍କିଂ ନିର୍ମାଣ କାର୍ଯ୍ୟ ଚାଲିଛି। ନୂଆ କାଠଯୋଡ଼ି ବ୍ରିଜ୍‌ ହେବା ପରେ କଟକ ପର୍ଯ୍ୟନ୍ତ ନନ୍ଦନକାନନ ରୋଡ୍‌କୁ ବଢ଼ାଯାଉଛି। ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନନ୍ଦନକାନନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତାରେ ଏକ ଅଣ୍ଡରପାସ୍‌ ହେବ। ଏହିସବୁ କାର୍ଯ୍ୟ ପାଇଁ ଆଉ ୫କୋଟି ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଚିଲିକା ଲାଗୁନ୍‌ର ମ୍ୟାନେଜ୍‌ମେଣ୍ଟ ଓ ସଂରକ୍ଷଣ ସହିତ ବିଭିନ୍ନ ଗବେଷଣା ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଅଧିକ ଟଙ୍କାର ଆବଶ୍ୟକ ରହିଥିବା କମିଟି କହିଛି। ତେଣୁ ଅନୁମୋଦିତ ହୋଇଥିବା ୪କୋଟି ବଜେଟ୍‌ରେ ଆଉ ୩କୋଟି ଟଙ୍କା ଦେବାପାଇଁ କମିଟି ପକ୍ଷରୁ କୁହାଯାଇଛି। ସେହିଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତପ୍ତପାଣି ଓ ମାଙ୍କଡ଼ାଡିଆଁ ଉନ୍ନତୀକରଣ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ଇକୋ-ଟୁରିଜମ୍‌ ଭିତ୍ତିଭୂମିର ଉନ୍ନତୀକରଣ ପାଇଁ କମିଟି ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri