ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋଟ: ବୃକ୍ଷରୋପଣ ପାଇଁ ଆଉ ୩୨୯.୧୭ କୋଟି ଆବଶ୍ୟକ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା ତଥା ସବୁଜୀକରଣ ପାଇଁ ବହୁ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ବର୍ତ୍ତମାନ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଏ ନେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ପ୍ରକଳ୍ପ ବା ଯୋଜନା ଅଧୀନରେ ଆସୁଥିବା ବଜେଟ୍‌ରେ ଏହି ବୃକ୍ଷରୋପଣ କରାଯାଇଥାଏ। ତେବେ ଚଳିତ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ବଜେଟରେ କମ୍‌ ଟଙ୍କା ଅନୁମୋଦନ ହୋଇଛି। ଆଇଜିସି (ଇନ୍‌କ୍ରିଜିଂ ଦି ଗ୍ରୀନ୍‌ କଭର) ଯୋଜନାରେ ମୋଟ ୧୫୨.୧୨କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମାତ୍ର ୩୫କୋଟି ଟଙ୍କା ଅନୁମୋଦନ ହୋଇଛି। ଆହୁରି ୧୧୭.୧୨କୋଟି ଟଙ୍କା କମ୍‌ ପଡ଼ୁଛି। ସେହିପରି ଗ୍ରୀନ୍‌ ମହାନଦୀ ମିଶନ ଯୋଜନା ପାଇଁ ମୋଟ ୧୦୫.୭୨ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ୫୧କୋଟି ଟଙ୍କା ପାଇଁ ଅନୁମୋଦନ ମିଳିଛି। ଆହୁରି ୫୪.୭୨କୋଟି ଟଙ୍କା ଆବଶ୍ୟକ ରହିଛି। ଆମ ଜଙ୍ଗଲ ଯୋଜନା ପାଇଁ ୪୩.୩୫କୋଟି ଆବଶ୍ୟକ ଥିବା ବେଳେ ୧୦କୋଟି ପାଇଁ ଅନୁମୋଦନ ମିଳିଛି। ଆଉ ୩୩.୩୫କୋଟି ଆବଶ୍ୟକ ରହିଛି। ତେବେ ଓଏଫ୍‌ଏସ୍‌ଡିପି (ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ) ଯୋଜନା ସବୁଠାରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି। ଏହି ଯୋଜନା ପାଇଁ ମୋଟ ୧୬୩.୯୮କୋଟି ଟଙ୍କା ଆବଶ୍ୟକ ଥିବାବେଳେ ଚଳିତ ବଜେଟ୍‌ରେ ମାତ୍ର ୪୦କୋଟି ଟଙ୍କା ଅନୁମୋଦନ ମିଳିଛି। ଅର୍ଥାତ୍‌ ଏହି ଯୋଜନାରେ ଆହୁରି ୧୨୩.୯୮କୋଟି ଟଙ୍କା କମ୍‌ ପଡ଼ୁଛି। ତେଣୁ ଏସବୁ ଯୋଜନା ପାଇଁ ବଜେଟ୍‌ରେ ଅନୁମୋଦନ ହୋଇଥିବା ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପରାମର୍ଶ ଦେଇଛି।
କମିଟି ଉପସ୍ଥାପନା କରିଥିବା ରିପୋର୍ଟରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଟଙ୍କା ଉପରେ ମଧ୍ୟ ଦର୍ଶାଇଛି। ରିପୋର୍ଟ ଅନୁସାରେ, କାମ୍ପା ପ୍ରୋଜେକ୍ଟ ଓ ଷ୍ଟେଟ୍‌ ପ୍ଲାନ୍‌ ଅଧୀନରେ ଭୁବନେଶ୍ୱରରେ ଏକ ଫରେଷ୍ଟ ଏକାଡେମୀ ନିର୍ମାଣ ହେଉଛି। ଏଠାରେ ହେବାକୁ ଥିବା ଫାକଲ୍‌ଟି ଓ ଷ୍ଟାଫ୍‌ କ୍ୱାର୍ଟର୍ସ ପାଇଁ ମୋଟ ୫କୋଟି ଆବଶ୍ୟକ ରହିଥିବା ବେଳେ ବଜେଟ୍‌ରେ ୨କୋଟି ଟଙ୍କା ପାଇଁ ଅନୁମୋଦନ ହୋଇଛି। ତେଣୁ ଆଉ ୩କୋଟି ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ନନ୍ଦନକାନନରେ ଏକ ମଲ୍‌ଟି ଲେଭଲ ପାର୍କିଂ ନିର୍ମାଣ କାର୍ଯ୍ୟ ଚାଲିଛି। ନୂଆ କାଠଯୋଡ଼ି ବ୍ରିଜ୍‌ ହେବା ପରେ କଟକ ପର୍ଯ୍ୟନ୍ତ ନନ୍ଦନକାନନ ରୋଡ୍‌କୁ ବଢ଼ାଯାଉଛି। ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନନ୍ଦନକାନନକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତାରେ ଏକ ଅଣ୍ଡରପାସ୍‌ ହେବ। ଏହିସବୁ କାର୍ଯ୍ୟ ପାଇଁ ଆଉ ୫କୋଟି ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଚିଲିକା ଲାଗୁନ୍‌ର ମ୍ୟାନେଜ୍‌ମେଣ୍ଟ ଓ ସଂରକ୍ଷଣ ସହିତ ବିଭିନ୍ନ ଗବେଷଣା ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଅଧିକ ଟଙ୍କାର ଆବଶ୍ୟକ ରହିଥିବା କମିଟି କହିଛି। ତେଣୁ ଅନୁମୋଦିତ ହୋଇଥିବା ୪କୋଟି ବଜେଟ୍‌ରେ ଆଉ ୩କୋଟି ଟଙ୍କା ଦେବାପାଇଁ କମିଟି ପକ୍ଷରୁ କୁହାଯାଇଛି। ସେହିଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତପ୍ତପାଣି ଓ ମାଙ୍କଡ଼ାଡିଆଁ ଉନ୍ନତୀକରଣ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ଇକୋ-ଟୁରିଜମ୍‌ ଭିତ୍ତିଭୂମିର ଉନ୍ନତୀକରଣ ପାଇଁ କମିଟି ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri