ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯିବାରୁ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଓ ଭାଇ ଆହତ ହୋଇଛନ୍ତି। ମୃତ ୨ ଭଉଣୀ ହେଲେ କ୍ରିଷ୍ଣା ବେହେରା (୧୩) ଓ ରମ୍ଭା ବେହେରା(୧୮) ା ଆହତ ମା’ ବାଲମତୀ ବେହେରା ଓ ଭାଇ ରୁଦ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା
ମିଳିଥିବା ସୂଚନା ଅନୁସାରେ ଗେରୁପଡ଼ା ଗାଁର ଅରୁଣ ବେହେରାଙ୍କ ପରିବାର ମଙ୍ଗଳବାର ରାତିରେ ଖାଇପିଇ ଶୋଇଥିଲେ। ଅରୁଣ, ସ୍ତ୍ରୀ ବାଲମତୀ ଏବଂ ପୁଅ ରୁଦ୍ର ଗୋଟିଏ ଘରେ ଶୋଇଥିବା ବେଳେ ଅନ୍ୟ ଏକ ଘରେ ଦୁଇ ଝିଅ କ୍ରିଷ୍ଣା ଏବଂ ରମ୍ଭା ଶୋଇଥିଲେ। ଦୁଇ ଘର ମଝିରେ ଏକ ଛୋଟ ବାଟ ରହିଛି। ରାତିରେ ଲାଇନ୍‌ କଟିଯିବାରୁ ୨ ଭଉଣୀ ଡିବିରି ଲଗାଇ କିଛି ସମୟ କଥା ହୋଇ ପୁଣି ଶୋଇ ପଡ଼ିଥିଲେ ା ରାତି ପ୍ରାୟ ୩ଟାରେ ଲାଇନ ଆସିଥିଲା। ଏହି ସମୟରେ ବିଦ୍ୟୁତ୍‌ ବୋର୍ଡରୁ ଶର୍ଟ ସର୍କିଟ ହୋଇ ନିଆଁ ଖସିଥିଲା। ଏହି ନିଆଁ ଡିବିରି ଏବଂ ଘରେ ଥିବା କିରୋସିନ ଜାର୍‌କିନ ସଂସ୍ପର୍ଶରେ ଆସିବାରୁ ଜୋରରେ ଜଳି ଉଠିଥିଲା ା ଚାହୁଁ ଚାହୁଁ ଘରସାରା ନିଆଁ ବ୍ୟାପି ଯାଇଥିଲା। କ୍ରିଷ୍ଣା ଓ ରମ୍ଭା ପୋଡ଼ିହୋଇ ଚିତ୍କାର କରୁଥିଲେ ମଧ୍ୟ ଘରୁ ବାହାରି ପାରୁ ନ ଥିଲେ। ଏହା ଦେଖି ଅରୁଣ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। କୌଣସି ପ୍ରକାରେ ସେ ବାଲମତୀ ଓ ରୁଦ୍ରଙ୍କୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ ମଧ୍ୟ ଉଭୟେ ଆହତ ହେଇଥିଲେ। ଦୁଇ ଝିଅଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ନିଆଁ ଲାଗିଥିବା ସମ୍ପର୍କରେ କେହି ଜଣେ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ା ଫିରିଙ୍ଗିଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ଗାଡିରେ ସମସ୍ତ ଆହତଙ୍କୁ ଫିରିଙ୍ଗିିଆ ଡାକ୍ତରଖାନାକୁ ଆଣିଥିଲା। ସେଠାରୁ ସମସ୍ତଙ୍କୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ା ବୁଧବାର ଭୋର ପ୍ରାୟ ସାଢ଼େ ୫ଟାରେ ଦୁଇଭଉଣୀ କ୍ରିଷ୍ଣା ଓ ରମ୍ଭାଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ ରେଫର କରିଥିଲେ। ବ୍ରହ୍ମପୁର ଯିବା ପୂର୍ବରୁ ଫୁଲବାଣୀରେ ସକାଳ ପ୍ରାୟ ସାଢ଼େ ୮ଟାରେ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଥିଲା ା ରମ୍ଭାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା। ଚିକିତ୍ସା ପୂର୍ବରୁ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଅଗ୍ନିକାଣ୍ଡରେ ଅରୁଣଙ୍କ ସମସ୍ତ ଆସବାବପତ୍ର, ଖାଦ୍ୟପଦାର୍ଥ ଓ ନଗଦ ୧୫ ହଜାର ଟଙ୍କା ପୋଡିଯାଇଛି। କେଳାପଡା ସରପଞ୍ଚ ପ୍ରେମଶୀଳା ଝାଙ୍କର ଅରୁଣଙ୍କ ପରିବାର ଲୋକଙ୍କୁ ବସ୍ତ୍ର, ଡାଲି, ଚାଉଳ ପ୍ରଦାନ କରିଛନ୍ତି। ବିଡିଓ ପ୍ରବୀଣ କୁମାର ବାଣୁଆ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଭିଏଲଡବ୍ଲ୍ୟୁ ଗେରୁପଡ଼ା ଗ୍ରାମକୁ ଯାଇ ଅରୁଣଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଡିଓ ବାଣୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri