Posted inଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାଓ୍ବନ; ଦଳରେ ପନ୍ତ ସାମିଲ

ସାଉଥାମ୍ପ୍‌ଟନ,୨୦।୬(ପି.ଟି.)- ଭାରତୀୟ ତାରକା ଓପ୍‌ନର ଶିଖର ଧାଓ୍ବନ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ୩ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଥିଲେ। ତେବେ ଆଘାତ ସମସ୍ୟାରେ ଆଶାନୁରୂପ ସୁଧାର ନ ଆସିବାରୁ ଓ ସମ୍ପୂର୍ଣ୍ଣ ଫିଟ୍‌ ହେବାର କୌଣସି ସମ୍ଭାବନା ନ ଥିବାରୁ ଶେଷରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ୩୩ ବର୍ଷୀୟ ଧାଓ୍ବନ ଗତ ୯ ତାରିଖରେ ଲଣ୍ଡନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବାମହାତ ବୁଢ଼ାଆଙ୍ଗୁଠିରେ ଆଘାତ ପାଇଥିଲେ। ଫଳରେ ତାଙ୍କୁ ସେତେବେଳେ ୧୬ ତାରିଖରେ ଖେଳାଯାଇଥିବା ପାକିସ୍ତାନ, ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ଓ ୨୭ ତାରିଖରେ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ଧାଓ୍ବନଙ୍କ ବଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।
ବାମହାତ ବୁଢ଼ାଆଙ୍ଗୁଠି ମୂଳରେ ଧାଓ୍ବନ ଆଘାତ ପାଇଥିଲେ। ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ତାଙ୍କ ଆଙ୍ଗୁଠିରେ ପ୍ଲାଷ୍ଟର ରହିବ। ଏଥିଲାଗି ତାଙ୍କୁ ବିଶ୍ୱକପ୍‌ରୁ ବାଦ୍‌ ଦେବାକୁ ହେଲା ବୋଲି ଟିମ୍‌ ଇଣ୍ଡିଆ ଆଡ୍‌ମିନିଷ୍ଟ୍ରେଟିଭ ମ୍ୟାନେଜର ସୁନୀଲ ସୁବ୍ର୍ୟମନିୟମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଧାଓ୍ବନଙ୍କ ବଦଳରେ ପନ୍ତଙ୍କୁ ଦଳରେ ସାମିଲ କରିବା ନେଇ ଆମେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି। ମାତ୍ର ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ପନ୍ତଙ୍କର ଅଭିଜ୍ଞତା ସେତେଟା ନାହିଁ। ତେବେ ତାଙ୍କ ନିର୍ଭୀକ ଖେଳିବାଶୈଳୀ ଭାରତ ପାଇଁ ଚଳିତ ବିଶ୍ୱକପ୍‌ରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ସେ ପୂର୍ବରୁ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଅଛନ୍ତି।
ଜୁନ୍‌ ୩୦ ତାରିଖରେ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବେଳକୁ ଧାଓ୍ବନ ଫିଟ୍‌ ହେବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାଙ୍କ ଆଘାତ ସମସ୍ୟାରେ ସେତେଟା ସୁଧାର ଆସିନାହିଁ। ଆହତ ହୋଇ ଯନ୍ତ୍ରଣା ପାଇବା ସତ୍ତ୍ୱେ ମଧ୍ୟ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଠିକ୍‌ ସମୟ ସୁଦ୍ଧା ସେ ସମ୍ପୂର୍ଣ୍ଣ ଫିଟ୍‌ ହେବା ଆଶା କ୍ଷୀଣ ରହିଥିଲା। ତେବେ ତାଙ୍କ ବଦଳ ଖେଳାଳି ଘୋଷଣା କରିବାକୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଅନିଚ୍ଛୁକ ଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପନ୍ତଙ୍କୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ କଭରଅପ୍‌ ଖେଳାଳି ଭାବେ ସାମିଲ କରିଥିଲା ଓ ଧାଓ୍ବନଙ୍କ ଇଞ୍ଜୁରିରେ କେତେ ଉନ୍ନତି ହେଉଛି, ତାକୁ ମଧ୍ୟ ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ଧାଓ୍ବନଙ୍କ ସ୍ଥିତିରେ ଆଶାନୁରୂପ ଉନ୍ନତି ନ ହେବା ପରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଶେଷରେ ପନ୍ତଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଥିଲା।
ପନ୍ତଙ୍କୁ ପ୍ରଥମେ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇ ନ ଥିଲା। ଗତ ଏକ ବର୍ଷ ହେବ ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇ ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା। ଏବେ ପନ୍ତଙ୍କୁ ବିଶ୍ୱକପ୍‌ ଖେଳିବାର ସୁଯୋଗ ମିଳିବ। ଟିମ୍‌ ମ୍ୟାନେଜ୍‌ମେଣ୍ଟର ଏହି ନିଷ୍ପତ୍ତିକୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ସ୍ବାଗତ କରିଛନ୍ତି। ପନ୍ତ ଦଳରେ ସ୍ଥାନ ପାଇବା ପାଇଁ ହକ୍‌ ରଖୁଛନ୍ତି ବୋଲି ସେ କହିଛନ୍ତି। ଭାରତର ଗତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଶତକ ହାସଲ କରି ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ସେ ୧୬୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ରେଟ୍‌ରେ ୪୮୮ ରନ୍‌ ସଂଗ୍ରହ କରିଥିଲେ। ଧାଓ୍ବନଙ୍କୁ ବାଦ୍‌ ଦେଲେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି।
ଯଦି ପନ୍ତଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରା ନ ଯାଏ, ତେବେ ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୩ ଜଣ ଖେଳାଳିଙ୍କ ମଧ୍ୟରୁ ଦଳ ଚୟନ କରିବ। ପୁଣି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଭୁବନେଶ୍ୱର କୁମାର ଆଗାମୀ ୩ଟି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ଟିମ୍‌ ଫିଜିଓ ପାଟ୍ରିକ ଫରହାର୍ଟ ଭୁବନେଶ୍ୱରଙ୍କ ଇଞ୍ଜୁରି ସମସ୍ୟାର ଆକଳନ କରୁଛନ୍ତି ବୋଲି ଟିମ୍‌ ଟ୍ରେନର ଶଙ୍କର ବସୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri