ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାସ୍ତା ପାର୍ଶ୍ୱ କି ଗାଁ ଗଣ୍ଡାରେ ଖଜୁରି, ତାଳ ଆଦି ଗଛ ଦେଖିବାକୁ ମିଳୁନାହିଁ।
ତାଳ, ନଡ଼ିଆ ଆଦି ଉଚ୍ଚ ଗଛରେ ବାଇଚଢ଼େଇମାନେ ବସା ବାନ୍ଧି ରୁହନ୍ତି। ନଡ଼ିଆ ଗଛ ଥିଲେ ମଧ୍ୟ ଗଁାଗଣ୍ଡାରେ ଆଗ ଭଳି ଚାଳଘର ନ ଥିବାରୁ ସେମାନଙ୍କୁ କୁଟା ସଂଗ୍ରହକରି ବସା ବାନ୍ଧିବାରେ ସୁବିଧା ହେଉନାହିଁ। ଫଳରେ ବାଇଚଢ଼େଇମାନେ ବର୍ତ୍ତମାନ ଗହୀର ବିଲ ମଧ୍ୟ ଦେଇ ଯାଇଥିବା ତାରରେ ବସା ବାନ୍ଧୁଥିବା ଦେଖିବାକୁ ମିଳୁଛି। ପରିବେଶବିତ୍‌ ତଥା ଯନ୍ତ୍ରୀ ଆଦିତ୍ୟ କୁମାର ଦାଶ କୁହନ୍ତି, ଗହୀର ଓ ନିକାଞ୍ଚନ ସ୍ଥାନ ବିଲଗୁଡ଼ିକ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ବସା ବାନ୍ଧିବା ପାଇଁ ବାଇଚଢ଼େଇମାନେ ସୁରକ୍ଷିତ ଭାବୁଛନ୍ତି। ସେହିଭଳି ବିଲରେ ଆଖୁ ଓ ମକାଚାଷ ହେଉଥିବାରୁ ସେହି ପତ୍ରରେ ସେମାନଙ୍କୁ ବସା ତିଆରି କରିବା ପାଇଁ ସୁବିଧା ହୋଇଥାଏ।
ବାର୍ଡ କଞ୍ଜରଭେସନ ନେଟ୍‌ୱାର୍କ ପକ୍ଷରୁ ସାରା ଦେଶରେ ବାଇଚଢ଼େଇଙ୍କ ସଂଖ୍ୟା ଗଣନା କରାଯାଏ। ଭୁବନେଶ୍ୱରରେ ଥିବା ଏହାର ଶାଖା ୱାଇଲ୍ଡ ଓଡ଼ିଶା ବ୍ରାଞ୍ଚ ପକ୍ଷରୁ ୨୦୧୯ ମସିହା ଜୁଲାଇ ମାସରେ ଜିଲାର ୧୭୨୨୮ଟି ବାଇଚଢ଼େଇ ଥିବା ନେଇ ଗଣନା କରାଯାଇଥିଲା। ୨୦୧୮ ମସିହାରେ ୧୪୭୩୭ ବାଇଚଢ଼େଇ ବସା ଗଣନା କରାଯାଇଥିଲା। ବିଲୁପ୍ତ ପ୍ରାୟ ଏହି କ୍ଷୁଦ୍ର ଚଢ଼େଇଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାଯାଇଛି। ଏହାକୁ ପରିବେଶବିତ୍‌ମାନେ ସ୍ବାଗତ କରିଛନ୍ତି। ଏହି କ୍ଷୁଦ୍ର ଚଢ଼େଇକୁ କୃଷକଙ୍କ ବନ୍ଧୁ ବୋଲି କୁହାଯାଏ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ସେଥିପାଇଁ ବିଗତ ଦିନରେ ବାଇଚଢ଼େଇକୁ ଚାଷୀକ୍‌ୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଉଥିଲା। ସେହିଭଳି ଫସଲରେ ଲାଗିଥିବା ପୋକମାନଙ୍କୁ ଏହି ଚଢ଼େଇ ମାରି ଖାଇ ଦେଇଥାଏ। କ୍ଷୁଦ୍ର ବାଇଚଢ଼େଇର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ କେହି କେହି ବାଇଚଢେଇକୁ ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାଆନ୍ତି। ବାଇଚଢ଼େଇ ଦୁଇ ପ୍ରକାରର ବସା କରିଥାଏ। ମାଈ ବାଇଚଢ଼େଇଟି ଯେଉଁ ବସାରେ ଛୁଆ ଦେଇଥାଏ ତାହାକୁ ସେ ସୁରକ୍ଷିତ ଭାବେ ରଖିବା ପାଇଁ ଏକ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢ଼େଇ ଲମ୍ବା ବସା କରି ବସାରେ ବସି ରହି ଦୋହଲୁଥାଏ। ଧୂସର ରଙ୍ଗର ଏହି ଚଢ଼େଇ ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ଯଦି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ବିଭିନ୍ନ ସ୍ଥାନରେ ଲଗାଯାଆନ୍ତା ତା’ହେଲେ ଏହି ପକ୍ଷୀମାନଙ୍କ ବଂଶ ଆହୁରି ବୃଦ୍ଧି ପାଇପାରନ୍ତା ବୋଲି କେତେଜଣ ପରିବେଶବିତ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri