ବିଦ୍ୟାଳୟରୁ ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ ଉଭାନ

ସଜନାଗଡ଼, ୩।୧(ଡି.ଏନ.ଏ.)-ବିନା ଅନୁମତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ରାଧାମାଧବ ଜୀଉ ହାଇସ୍କୁଲ ପରିସରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ନିଆଯାଇଛି। ପ୍ରଧାନଶିକ୍ଷକ ଗୁରୁବାର ବିଦ୍ୟାଳୟରେ ପହଞ୍ଚତ୍ ଗଛ କଟା ହୋଇଥିବା ଦେଖି ନୀଳଗିରି ବିଇଓ ଏବଂ ନୀଳଗିରି ରେଞ୍ଜରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।
ରାଧାମାଧବଜୀଉ ହାଇସ୍କୁଲର ପାଚେରି ନିର୍ମାଣ ପାଇଁ ଜଡ଼ିଦା ପଞ୍ଚାୟତ ପକ୍ଷରୁ ଏସ୍‌ଏଫ୍‌ସି ଯୋଜନାରେ ଆନୁମାନିକ ୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପାଚେରି ନିର୍ମାଣ ସ୍ଥାନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ନିମ୍ବଗଛ ସମେତ ବହୁ ମୂଲ୍ୟବାନ ଗଛ ଥିବାରୁ ପ୍ରଧାନଶିକ୍ଷକ ସୁଧାଂଶୁ ପାଢ଼ୀ ଗଛକଟା ବାବଦରେ ଏକ ନୋଟିସ୍‌ ଜାରି କରିଥିଲେ। ସ୍କୁଲ ପରିଚାଳନା କମିଟି ଚୂଡ଼ାନ୍ତ ବୈଠକରେ ପ୍ରଧାନଶିକ୍ଷକ ନୋଟିସ ଜାରି କରିଥିଲେ। ୩ତାରିଖରେ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ପରେ ଗଛଗୁଡିକୁ କାଟିବା ପାଇଁ ବନବିଭାଗର ଅନୁମତି ନେଲା ପରେ ଗଛ କଟାଯାଇଥାନ୍ତା। ମାତ୍ର କେତେକ ଦୁର୍ବୃତ୍ତ ରାତିଅଧିଆ ଜେସିବି ଲଗାଇ ବୁଧବାର ବଡ଼ ବଡ଼ ନିମ୍ବଗଛ ସମେତ ବହୁ ମୂଲ୍ୟବାନ ଗଛକୁ ଉପାଡ଼ି କିଛି ଗଛକୁ ଘଟଣାସ୍ଥଳରୁ ନେଇଯାଇଛନ୍ତି। ପାଚେରି ନିର୍ମାଣ ଲାଗି ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଗଛକଟା ବାବଦରେ ସେ କିଛି ଜାଣି ନ ଥିବାର ପ୍ରକାଶ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri