ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି। ବିଦ୍ୟାଳୟଟି ହାଟବସ୍ତଠାରୁ କୋଡପଡ଼ା ରାସ୍ତାର ମଧ୍ୟସ୍ଥଳରେ ରହିଛି। ମାତ୍ର ବିଦ୍ୟାଳୟଠାରୁ କୋଡପଡ଼ା ଓ ଖଲ୍ଲିକୋଟ ଅଭିମୁଖେ ଯାଇ ପଶ୍ଚିମ ଦିଗରେ ଏହି ରାସ୍ତାଟି ପ୍ରାୟ ଅଧ କିମି ପରେ ଆର୍‌ଡି ରାସ୍ତାକୁ ଛୁଇଁଛି । ଅପରପାର୍ଶ୍ୱରେ ବିଦ୍ୟାଳୟଠାରୁ ହାଟବସ୍ତ ଅଭିମୁଖେ ଯାଇଥିବା ପ୍ରାୟ ଅଧ କିମି ରାସ୍ତା କିଛିମାତ୍ରାରେ ଠିକ୍‌ ଥିବାବେଳେ ପଶ୍ଚିମ ପାର୍ଶ୍ୱରେ ଅଧ କିମି ରାସ୍ତା ବର୍ଷାଦିନ ଯୋଗୁ କର୍ଦ୍ଦମାକ୍ତ, ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଖଲ୍ଲିକୋଟ ଏବଂ ଚିତ୍ରକୋଟ ଗ୍ରାମର ଛାତ୍ରୀଛାତ୍ର ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ହାଟବସ୍ତରୁ କୋଡପଡ଼ା ଦେଇ ବୋଲଗଡ଼ ଅଭିମୁଖେ ଯାଉଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ସବୁବେଳେ ରାସ୍ତାରେ ପାଣି ଜମି ରହୁଥିବା ଯୋଗୁ କାଦୁଅ ହୋଇଯାଉଛି। ତେଣୁ ମୋରମ, ମେଟାଲ୍‌ ପକାଯାଇ ଉଚ୍ଚମାନର ମରାମତି କରିବାକୁ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏ ବିଷୟରେ ବୋଲଗଡ଼ ବିଡିଓ ମଧୁସୂଦନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତାଟି ଶୀଘ୍ର ମରାମତି କରାଯିବାକୁ ଚେଷ୍ଟା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍‌ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...

KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର,୧।୧୨: ପୁଣି ଚର୍ଚ୍ଚାରେ KIIT ବିଶ୍ବବିଦ୍ୟାଳୟ। KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର...

ଶିଶୁ ନିଖୋଜ : ଉଦ୍ଧାରରେ ସବୁଠୁ ପଛରେ ଓଡ଼ିଶା

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିକଟରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ...

ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ।...

ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ

ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ...

ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ: ବାଟରେ…

ବାଲିଅନ୍ତା ୧୧। ୧୧ (ନୀଳମାଧବ ସାହୁ):କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ...

ମହିଳାଙ୍କୁ ମୃତ ଭାବି ରାତିସାରା ଜଗି ରହିଲା ପୋଲିସ, ସକାଳୁ ଘଟିଲା ଅଜବ ଘଟଣା, ପୋଲିସ ଆଶ୍ଚର୍ଯ୍ୟ

ବୌଦ୍ଧ,୩୦।୧୦( ଅଜିତ କୁମାର ବାରିକ): ବୌଦ୍ଧ ଥାନାରେ ଗତ ବୁଧବାର ଦିନ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ...

ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…

ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri