ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି। ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ ପଞ୍ଜୀକରଣ ସହ କରୋନା ସଂକ୍ରମଣରୁ ବତ୍ତିର୍ର୍ବା ପାଇଁ ନିଜ ଗୃହ ମଧ୍ୟରେ ନଜରବନ୍ଦୀ ହୋଇଛନ୍ତି।ପ୍ରତିଦିନ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଜିଲାରେ ବଢ଼ୁଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଦିନକୁଦିନ ବଢ଼ୁଛି। ଜିଲାର ପ୍ରତି ଚିକିତ୍ସାଳୟରେ ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା କରିବା ବ୍ୟବସ୍ଥା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାବ ଟେଷ୍ଟ ପାଇଁ ସମସ୍ତ ଉପକରଣ ମହଜୁଦ ଥିବା ଏଡିଏମ୍‌ଓ ମିର୍ଜା ବାବର ବେଗ ସୂଚନା ଦେଇଛନ୍ତି। ତେବେ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ନେଇ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ ସୁନୀଲ ଗନ୍ତାୟତ, ଶ୍ରମିକ ନେତା ଗୟାଧର ଧଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡା ଜିଲାର ବିଭିନ୍ନ ବ୍ଲକରେ ୫୨ଟି ପିଏଚସି ଓ ସିଏଚସି ଅଛି। ଏଥିରେ ମୋଟ ୨୨୪ ଡାକ୍ତର ପଦବୀ ପାଇଁ ମଞ୍ଜୁରୀ ପାଇଛି। ତେବେ ଏଥିମଧ୍ୟରୁ ମାତ୍ର ୬୦ ଡାକ୍ତର ଜିଲାରେ ସ୍ଥାୟୀ ନିଯୁକ୍ତି ପାଇଥିବା ବେଳେ ୧୪ ଜଣ ଚୁକ୍ତିଭିତ୍ତିକ ଓ ୫୧ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେହିପରି ଜିଲାର ୨୪୯ ପଞ୍ଚାୟତରେ ମୋଟ ୨୭୩ ଏଏନ୍‌ଏମ୍‌ ପଦବୀ ଅଛି। ଏଥିମଧ୍ୟରୁ ମାତ୍ର ୨୩୮ଟି ପଦବୀ ପୂରଣ ହୋଇଛି। କରୋନା ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଆଗାମୀ ଦିନରେ ସ୍ବାସ୍ଥ୍ୟ କର୍ମୀଙ୍କ ଅଭାବ ପରିଲକ୍ଷିତ ହେବ। ସେହିପରି ଜିଲାରେ ୩୦ରୁ ଅଧିକ ଗ୍ରାମ ପାଇଁ ସିଧାସଳଖ ରାସ୍ତା ନାହିଁ। ବିଭିନ୍ନ ନଦୀପଥ ଦେଇ ରୋଗୀମାନେ ଚିକିତ୍ସାଳୟକୁ ଆସିଥାନ୍ତି। ବୋଟ ଆମ୍ବୁଲାନ୍ସ ସେବା ବତୀଘର ଅଞ୍ଚଳରେ ଥିବା ବେଳେ ଅନ୍ୟ ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ତୁରନ୍ତ ସ୍ବାସ୍ଥ୍ୟସେବା ସମ୍ଭବ ନୁହେଁ। ଏହାକୁ ଦୃଷ୍ଟିର ରଖି ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ବଳିଷ୍ଠ କରିବାକୁ ଜିଲାବାସୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ତେବେ ଏଥିରେ ସୁଫଳ ମିଳୁନାହିଁ। କରୋନା ଭୂତାଣୁ ସଂକ୍ରମଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତସ୍ତରରେ ନଜରବନ୍ଦୀ ଗୃହ ବ୍ୟବସ୍ଥା ହେଉଛି। ତେବେ ଏଥିପାଇଁ ସ୍ବାସ୍ଥ୍ୟ କର୍ମୀ ଆସିବେ କେଉଁଠୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏଡିଏମଓ ବେଗ କହିଛନ୍ତି ଯେ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ସଂଗଠନର ସହାୟତା ନିଆଯାଉଛି। ଏଥିସହ ପ୍ରତି ଗ୍ରାମରେ ଥିବା ଆଶା ଓ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଜିଲାବାସୀଙ୍କ ସହଯୋଗ ହିଁ କରୋନା ସଂକ୍ରମଣକୁ ରୋକିପାରିବ ବୋଲି ସେ ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri