ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି। ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ ପଞ୍ଜୀକରଣ ସହ କରୋନା ସଂକ୍ରମଣରୁ ବତ୍ତିର୍ର୍ବା ପାଇଁ ନିଜ ଗୃହ ମଧ୍ୟରେ ନଜରବନ୍ଦୀ ହୋଇଛନ୍ତି।ପ୍ରତିଦିନ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଜିଲାରେ ବଢ଼ୁଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଦିନକୁଦିନ ବଢ଼ୁଛି। ଜିଲାର ପ୍ରତି ଚିକିତ୍ସାଳୟରେ ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା କରିବା ବ୍ୟବସ୍ଥା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାବ ଟେଷ୍ଟ ପାଇଁ ସମସ୍ତ ଉପକରଣ ମହଜୁଦ ଥିବା ଏଡିଏମ୍‌ଓ ମିର୍ଜା ବାବର ବେଗ ସୂଚନା ଦେଇଛନ୍ତି। ତେବେ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ନେଇ ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ ସୁନୀଲ ଗନ୍ତାୟତ, ଶ୍ରମିକ ନେତା ଗୟାଧର ଧଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡା ଜିଲାର ବିଭିନ୍ନ ବ୍ଲକରେ ୫୨ଟି ପିଏଚସି ଓ ସିଏଚସି ଅଛି। ଏଥିରେ ମୋଟ ୨୨୪ ଡାକ୍ତର ପଦବୀ ପାଇଁ ମଞ୍ଜୁରୀ ପାଇଛି। ତେବେ ଏଥିମଧ୍ୟରୁ ମାତ୍ର ୬୦ ଡାକ୍ତର ଜିଲାରେ ସ୍ଥାୟୀ ନିଯୁକ୍ତି ପାଇଥିବା ବେଳେ ୧୪ ଜଣ ଚୁକ୍ତିଭିତ୍ତିକ ଓ ୫୧ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେହିପରି ଜିଲାର ୨୪୯ ପଞ୍ଚାୟତରେ ମୋଟ ୨୭୩ ଏଏନ୍‌ଏମ୍‌ ପଦବୀ ଅଛି। ଏଥିମଧ୍ୟରୁ ମାତ୍ର ୨୩୮ଟି ପଦବୀ ପୂରଣ ହୋଇଛି। କରୋନା ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଆଗାମୀ ଦିନରେ ସ୍ବାସ୍ଥ୍ୟ କର୍ମୀଙ୍କ ଅଭାବ ପରିଲକ୍ଷିତ ହେବ। ସେହିପରି ଜିଲାରେ ୩୦ରୁ ଅଧିକ ଗ୍ରାମ ପାଇଁ ସିଧାସଳଖ ରାସ୍ତା ନାହିଁ। ବିଭିନ୍ନ ନଦୀପଥ ଦେଇ ରୋଗୀମାନେ ଚିକିତ୍ସାଳୟକୁ ଆସିଥାନ୍ତି। ବୋଟ ଆମ୍ବୁଲାନ୍ସ ସେବା ବତୀଘର ଅଞ୍ଚଳରେ ଥିବା ବେଳେ ଅନ୍ୟ ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ତୁରନ୍ତ ସ୍ବାସ୍ଥ୍ୟସେବା ସମ୍ଭବ ନୁହେଁ। ଏହାକୁ ଦୃଷ୍ଟିର ରଖି ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ବଳିଷ୍ଠ କରିବାକୁ ଜିଲାବାସୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ତେବେ ଏଥିରେ ସୁଫଳ ମିଳୁନାହିଁ। କରୋନା ଭୂତାଣୁ ସଂକ୍ରମଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତସ୍ତରରେ ନଜରବନ୍ଦୀ ଗୃହ ବ୍ୟବସ୍ଥା ହେଉଛି। ତେବେ ଏଥିପାଇଁ ସ୍ବାସ୍ଥ୍ୟ କର୍ମୀ ଆସିବେ କେଉଁଠୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏଡିଏମଓ ବେଗ କହିଛନ୍ତି ଯେ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ସଂଗଠନର ସହାୟତା ନିଆଯାଉଛି। ଏଥିସହ ପ୍ରତି ଗ୍ରାମରେ ଥିବା ଆଶା ଓ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଜିଲାବାସୀଙ୍କ ସହଯୋଗ ହିଁ କରୋନା ସଂକ୍ରମଣକୁ ରୋକିପାରିବ ବୋଲି ସେ ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri