Posted inଖେଳ

ବିଦାୟ ଟୁର୍ନାମେଣ୍ଟରେ ନିଜ ପୋଷ୍ଟର ଦେଖି କାନ୍ଦିଲେ ଲିଆଣ୍ଡର ପେସ୍‌

ବେଙ୍ଗାଲୁରୁ,୧୭।୨: ବେଙ୍ଗାଲୁରୁ ଓପନ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ ଟେନିସ ଖେଳାଳି ଲିଆଣ୍ଡର୍‌ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମରେ ତାଙ୍କର ଏକ ପୋଷ୍ଟର ଦେଖି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ପେସ୍‌। ବିଦାୟ ମ୍ୟାଚରେ ସେ ଏକ ସ୍ବତନ୍ତ୍ର ଟି-ଶର୍ଟ ପିନ୍ଧିଥିଲେ। ଯେଉଁଥିରେ ଟେନିସ କ୍ୟାରିୟରରେ ସେ ଜିତିଥିବା ଟୁର୍ନାମେଣ୍ଟ କଥା ଉଲ୍ଲେଖ ରହିଛି। ପେସାଦାର ଟେନିସରେ ଅନ୍ତିମ ସେସନ ଖେଳୁଥିବା ପେସ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋ ମାଥ୍ୟୁ ଏଡବେନ ଶନିବାର ପୁରୁଷ ଡବଲ୍ସ ଫାଇନାଲରେ ପୂରବ ରାଜା ଓ ରାମକୁମାର ରାମନାଥନଙ୍କଠାରୁ ପରାସ୍ତ ହୋଇଥିଲେ। ସିଙ୍ଗଲ୍ସ ଫାଇନାଲ ପୂର୍ବରୁ ୪୬ ବର୍ଷୀୟ ପେସଙ୍କୁ ଭବ୍ୟ ବିଦାୟ ଦିଆଯାଇଥିଲା। ଏହା ମଧ୍ୟରେ ବିଭିନ୍ନ ଖେଳର ଷ୍ଟାର୍‌ ଖେଳାଳି ଉପସ୍ଥିତ ରହିଥିଲେ, ଯେଉଁଥିରେ ପୂର୍ବତନ ହକି ଖେଳାଳି ଜ୍ୟୁଡ ଫେଲିକ୍ସ, ଭିଆର୍‌ ରଘୁନାଥ, ଅର୍ଜୁନ ହଲପ୍ପା, ପୂର୍ବତନ ଟ୍ରାକ ଓ ଫିଲ୍ଡ ଆଥଲେଟ ଅଶ୍ୱିନୀ ନାଚାପ୍ପା ଓ ଡେଭିସ କପ ଖେଳାଳି ପ୍ରହ୍ଲାଦ ଶ୍ରୀନାଥ ଆଦି ସାମିଲ ଥିଲେ।
ଦର୍ଶକ ଏବଂ ପୂର୍ବତନ ଖେଳାଳିଙ୍କଠାରୁ ଅଭିବାଦନ ଜ୍ଞାପନ କରି ପେସ କହିଥିଲେ, ଆପଣମାନେ ମୋତେ ଶିଖାଇଛନ୍ତି ଯେ କିପରି ଖେଳ ପ୍ରତି ଉତ୍କଣ୍ଠା, ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ଦ୍ୱାରା ଆମକୁ ସଫଳତା ହାସଲ କରିବାରେ ସହାୟତା ମିଳେ। ଏହି ଅବସରରେ ପୂର୍ବତନ ସ୍ବିମର୍‌ ରେଶମା, ନିଶା ମିଲେଟ, ପୂର୍ବତନ ହେପ୍ଟାଥ୍ଲେଟ ପ୍ରମିଳା ଆୟାପ୍ପା ଓ ପୂର୍ବତନ ଲଙ୍ଗଜମ୍ପର୍‌ ରୀତା ଆବ୍ରାହମ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri