Posted inଜାତୀୟ

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ସହ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ ବୁଲା କୁକୁର, ନୀଳଗାଈଙ୍କୁ ହଟାଇ ଦିଆଯିବ ବୋଲି ଜଣାପଡିଛି। ଏହାସହ ସେହି ରାସ୍ତା କଡରେ ଥିବା ସମସ୍ତ ପାନ ଦୋକାନଙ୍କୁ ମଧ୍ୟ ସିଲ୍‌ କରାଯିବ। ପୂର୍ବରୁ ଟ୍ରମ୍ପଙ୍କ ଗସ୍ତକୁ ନେଇ ବସ୍ତି ଅଞ୍ଚଳକୁ ଲୁଚାଇବା ପାଇଁ ପାଚେରି ନିର୍ମାଣ କରାଯାଇଥିବା ବେଳେ ଏବେ ଏମିତି କିଛି ପଦକ୍ଷେପ ନିଆଯାଇଛି। ତେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ସ୍ବାଗତ ଉଦ୍ଦେଶ୍ୟରେ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ମିଶି ଏଭଳି ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଆମେରିକାର ମନ୍ତ୍ରୀ ଥିବା ଜନ୍‌ କେରିି ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିମାନ ବନ୍ଦର ଫେରୁଥିବା ସମୟରେ ତାଙ୍କ ଗାଡି ସାମ୍ନାକୁ ଏକ କୁକୁର ପଶି ଆସିଥିଲା ଓ ତାଙ୍କ ଗାଡି କୁକୁର ଦେହରେ ବାଡେଇ ହୋଇଯାଇଥିଲା। ଏଥର ଟ୍ରମ୍ପଙ୍କ ଗସ୍ତରେ ଏଭଳି ଲଜ୍ୟା କର ପରିସ୍ଥିତିକୁ ଏଡାଇବାକୁ ଯାଇ ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri