ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍‌ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି। ଗୋଟିଏ ଦିନରେ ୨୦୭୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଠାରୁ ୧କୋଟି ୨୪ଲକ୍ଷ ୮୨ହଜାର ଟଙ୍କା ଆଦାୟ ହୋଇଛି ଧ ୮୩୨ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ୨କୋଟି ୧୦ଲକ୍ଷ ୪ହଜାର ପୂର୍ବ ବକେୟା ଟଙ୍କା ଆଦାୟ ହୋଇଥିବାର ବିଭାଗୀୟ ସୂତ୍ରରୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।
ବାଲେଶ୍ୱର ଜିଲାର ୨୭ ସ୍କ୍ବାଡ଼ ମାଧ୍ୟମରେ ୪୫୧ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨୪ଲକ୍ଷ ୪୨ହଜାର ଟଙ୍କା ଆଦାୟ ହୋଇଛି। ୨୮୨ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୩୭ଲକ୍ଷ ୫ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ସେହିପରି ଭଦ୍ରକରେ ୧୭ଟି ସ୍କ୍ବାଡ଼ ମାଧ୍ୟମରେ ୪୦୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧୪ଲକ୍ଷ ୫୫ହଜାର ଟଙ୍କା ଆଦାୟ ହୋଇଛି। ୧୩୦ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୨ଲକ୍ଷ ୯୫ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ଯାଜପୁରରେ ୧୮ଟି ସ୍କ୍ବାର୍ଡ଼ ମାଧ୍ୟମରେ ୪୩୩ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଠାରୁ ୩୫ଲକ୍ଷ ୭୫ହଜାର ଟଙ୍କା ଆଦାୟ ହୋଇଛି। ୧୧୨ ଉପଭୋକ୍ତାଙ୍କ ବିଦ୍ୟୁତକାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୭ଲକ୍ଷ ୫୯ହଜାର ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। ମୟୂରଭଞ୍ଜରେ ୨୨ଟି ସ୍କ୍ବାଡ଼ ମାଧ୍ୟମରେ ୪୫୬ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୪୧ଲକ୍ଷ ଟଙ୍କା ଆଦାୟ ହୋଇଛି। ୧୮୩ ଉପଭୋକ୍ତାଙ୍କ ବିଦ୍ୟୁତ କାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୯୭ଲକ୍ଷ ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଛି। କେନ୍ଦୁଝରରେ ୧୪ଟି ସ୍କ୍ବାଡ଼ ମାଧ୍ୟମରେ ୩୩୦ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧୨ଲକ୍ଷ ୧୦ହଜାର ଟଙ୍କା ଆଦାୟ ହୋଇଛି। ୧୨୫ ଉପଭୋକ୍ତାଙ୍କ ବିଦ୍ୟୁତକାଟ୍‌ କରାଯାଇଛି। ଅନ୍ୟପକ୍ଷରେ ୨୫ଲକ୍ଷ ଟଙ୍କା ପୂର୍ବ ବକେୟା ଟଙ୍କା ଆଦାୟ ହୋଇଥିବାର ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri