Posted inରାଜ୍ୟ

ବିଜୁ ଯୁବ ବାହିନୀ ତରଫରୁ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୮ା୭(ଡି.ଏନ୍‌.ଏ.): ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ‘ମୋ ବେଳାଭୂମି’ ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳରୁ ଆବର୍ଜନା ମୁକ୍ତ ପାଇଁ ବୁଧବାର ଅଭିଯାନ ଆରମ୍ଭ ହୋଇଛି । ବିଜୁ ଯୁବ ବାହିନୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସଫେଇ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁ ଏବଂ ଯୁବ ବାହିନୀ ବ୍ଲକ ସଂଯୋଜକ ମାନସ କୁମାର ନାୟକଙ୍କ ନେତୃତ୍ୱରେ ଅରଖକୁଦା ପଞ୍ଚାୟତସ୍ଥ ଭାବକୁଣ୍ଡଳେଶ୍ୱର ଦେବଙ୍କ ପୀଠରେ ମହିଳା ସଂଘ ପକ୍ଷରୁ ସଫେଇ ହୋଇଥିଲା। ମାଲୁଦ ସରପଞ୍ଚ ରବୀନ୍ଦ୍ର ନାଥ ଦାସ ଏବଂ ଯୁବ ବାହିନୀର ମିଳିତ ସହଯୋଗକ୍ରମେ ସମୁଦ୍ରକୂଳ ସଫେଇ କରାଯାଇଥିଲା ା ସେହିପରି ବଡଝାଡ଼, ତିତିପ ପଞ୍ଚାୟତ ଯୁବ ବାହିନୀ ତରଫରୁ ଶ୍ରୀ କମଳେଶ୍ୱର ଦେବଙ୍କ ପୀଠକୁ ସଫାସୁତରା କରାଯାଇଥିଲା । ବଡଝାଡ଼ ସରପଞ୍ଚ ସତ୍ୟବାନ ତରେଇ, ତିତିପ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର, ଗୋମୁଣ୍ଡିଆ ସମିତିସଭ୍ୟ ବିଜୟ କୁମାର ତରେଇ, ସରପଞ୍ଚ ସଞ୍ଜୁଲତା ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁ, କେଦାର ନାଥ କର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । କୃଷ୍ଣପ୍ରସାଦ ପଞ୍ଚାୟତରେ ଯୁବ ବାହିନୀ ତରଫରୁ ଘଣ୍ଟିମୁଦା ଘାଟ, ପେଣ୍ଠ ଅଞ୍ଚଳ ସଫେଇ କରାଯାଇଛି । ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ଯୁବ ବାହିନୀ ସଭାପତି ବିପିନ କୁମାର ନାୟକ, ସମ୍ପାଦକ ଅନିଲ କୁମାର ସିଂ ଓ ୫ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଏଥିରେ ସାମିଲ ହୋଇଥିଲେ। ମାଣିକା ପଞ୍ଚାୟତର ମିର୍ଜାପୁର, ସାତପଡ଼ା ପଞ୍ଚାୟତର ଆଳୁପାଟଣା ଆଦି ଅଞ୍ଚଳରୁ ଆବର୍ଜନା ମୁକ୍ତ ସହ ଡଷ୍ଟବିନ୍‌ ବ୍ୟବହାର କରିବାକୁ ବିଡିଓ ଅଭିମନ୍ୟୁ ମାଝି ପରାମର୍ଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri