ବିଚାରରେ ବିପର୍ଯ୍ୟୟ

ସାମ୍ପ୍ରତିକ ବିଶ୍ୱରେ ଗଣତନ୍ତ୍ର ପ୍ରତି ସମସ୍ତଙ୍କର ଆଦର ରହିଛି। ରାଷ୍ଟ୍ର ଶାସନରେ ଗଣତନ୍ତ୍ର ବ୍ୟବସ୍ଥା ହିଁ ସର୍ବମାନ୍ୟ ଶାସନ ବ୍ୟବସ୍ଥା ରୂପେ ଆଦୃତ ହୋଇଛି। ଭାରତ ବିଶ୍ୱରେ ସର୍ବବୃହତ୍‌ ଗଣତନ୍ତ୍ର ରୂପେ ମାନ୍ୟତା ଲାଭ କରିଛି। ତେବେ ଏହି ବ୍ୟବସ୍ଥା ରାଷ୍ଟ୍ରର ସାଧାରଣ ନାଗରିକଙ୍କର ଗଣତାନ୍ତ୍ରିକ ବିଚାରବୋଧ ଉପରେ ନିର୍ଭରକରିଥାଏ। ଏହି ବିଚାରବୋଧରେ ଭାରତର ସାଧାରଣ ନାଗରିକଟିଏ କେତେଦୂର ଉଦ୍‌ବୁଦ୍ଧ, ତାହା ବିଚାରକରିବା କଥା। ଅନେକ ବିଶେଷଜ୍ଞ କହିଥାନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ରାଷ୍ଟ୍ର ଶାସନ ମୌଳିକତଃ ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ମତାନୁସାରେ ନିୟନ୍ତ୍ରିତ ହୋଇଥାଏ। ବେଳେ ବେଳେ ଜଣେ ବ୍ୟକ୍ତିଙ୍କ ମତ ହିଁ ମାନ୍ୟତା ଲାଭ କରିଥାଏ। ହେଲେ ଏ କଥା ମଧ୍ୟ ସତ୍ୟ ଯେ ଅନେକଙ୍କ ଇଚ୍ଛାକୃତ ଅଥବା ଅନିଚ୍ଛାକୃତ ସମର୍ଥନ ଦ୍ୱାରା ଉକ୍ତ ମତ ପରିପୁଷ୍ଟ ଲାଭ କରିଥାଏ।
ଗଣତନ୍ତ୍ରର ସୁଲଭ କ୍ରମ ବିକାଶଧାରା କ୍ରମଶଃ ବିକଶିତ ହେବା ପରିବର୍ତ୍ତେ ନାନାବିଧ ପ୍ରତିବନ୍ଧକର ସମ୍ମୁଖୀନ ହେବା ରାଷ୍ଟ୍ରର ଚିନ୍ତାଶୀଳ ବ୍ୟକ୍ତିଙ୍କୁ ନିରାଶ କରିଦେଉଛି। ଆମ ରାଷ୍ଟ୍ରର ସଂସଦ ଓ ବିଧାନସଭା ବିଧିବିଧାନର ମନ୍ଦିର। ରାଷ୍ଟ୍ରର ସର୍ବମାନ୍ୟ ନୀତି ନିୟାମକ ସ୍ଥଳୀ, ଏଠାରେ ରାଷ୍ଟ୍ରର ବିଜ୍ଞଜନ ପ୍ରତିନିଧିମାନେ ଏକତ୍ୱ ଉପବିଷ୍ଟ ହୋଇଥାନ୍ତି ଏବଂ ସେମାନଙ୍କର ଉପସ୍ଥିତି ଏହାକୁ ରାଷ୍ଟ୍ରର ଅଗଣିତ ନାଗରିକଙ୍କ ବିଶ୍ୱାସଭାଜନ କରିଦେଇଥାଏ। ସାଧାରଣ ନାଗରିକଟିଏ ପାଇଁ ଏହା ଚରମ ଆଶା ଭରସାର ସ୍ଥଳୀ। ତେବେ ସାମ୍ପ୍ରତିକ ପରିସ୍ଥିତିଗୁଡିକୁ ବିଚାରକଲେ ଯେ କେହି ସମ୍ବେଦନଶୀଳ ନାଗରିକ ହୃଦୟ ବିଦାରିତ ହୁଏ। ଲଜ୍ଜା ଲାଗେ ଯେ ବିଶ୍ୱର ସର୍ବ ବୃହତ୍‌ ଗଣତନ୍ତ୍ରରେ ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଭା ଅନେକ ଦୁର୍ନୀତିପରାୟଣ, ସ୍ବାର୍ଥାନ୍ବେଷୀଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଭାରତୀୟ ଗଣତନ୍ତ୍ରର ସାମ୍ପ୍ରତିକ ଅବସ୍ଥାକୁ ଲକ୍ଷ୍ୟକରି ବିଖ୍ୟାତ ଆଇନଜ୍ଞ ନନି ପାଲ୍‌ଖିୱାଲା କହିଛନ୍ତି, ଗତ କିଛି ବର୍ଷ ଧରି ଭାରତରେ ଏକ ବିଚାରହୀନ ସଂସଦ ଚାଲୁଛି। ତାଙ୍କର ଏହି ମତଟି ଅନେକ ଦୃଷ୍ଟିରୁ ଯଥାର୍ଥ ମନେହୁଏ। ବର୍ତ୍ତମାନ ଏ ଦେଶରେ ଗଣତନ୍ତ୍ର ନାମରେ ସ୍ବେଚ୍ଛାଚାରିତା ବଢ଼ିବାରେ ଲାଗିଛି। ବର୍ଷକୁ ବର୍ଷ ଧରି ଏହି ଧାରା ବଢ଼ିବାରେ ଲାଗିଛି। ସଂସଦ ତଥା ରାଜ୍ୟଗୁଡ଼ିକର ବିଧାନସଭାର ଦୁର୍ଦ୍ଦଶାକୁ ଲକ୍ଷ୍ୟକଲେ ମନକୁ ଆସେ ଯେ ଏ ସ୍ଥଳୀ ମାନଙ୍କରେ ଗଣତନ୍ତ୍ର ନୁହେଁ, ସ୍ବେଚ୍ଛାଚାର ହିଁ କ୍ରିୟାଶୀଳ।
ଓଡ଼ିଶାର ଜଣେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକାଳରୁ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ ଅତି ଦରଦୀ ସ୍ବରରେ କହିଥିଲେ, ” ମୁଁ ଧନିକର ଧନସମ୍ପଦ ସୁରକ୍ଷା ପାଇଁ ପଦାସୀନ। ଦରିଦ୍ରର କ’ଣ ଅଛି ଯେ ସେ ମୋର ସୁରକ୍ଷା ଆବଶ୍ୟକ କରିବ। ଦଦରା ହାଡ଼ ଖଣ୍ଡେ, ସାମାନ୍ୟ ଚମଡ଼ା, ଭଙ୍ଗା କୁଡ଼ିଆ, ଛିଣ୍ଡାବସ୍ତ୍ର ଖଣ୍ଡେ ତା’ର ସମ୍ପତ୍ତି। ସେତକକୁ ସେ ତା’ର ନିଜେ ସମ୍ଭାଳୁଛି। ମୋଠାରେ ତା’ର ଆବଶ୍ୟକତା କ’ଣ?“ କେତେ ଦରଦୀ ଭାବ ଭରି ରହିଥିଲା ଏଇ କେତୋଟି ପଦରେ। ଏଥିରୁ କାଣିଚାଏ ଯଦି ଆମ ନେତୃବର୍ଗ ତଥା ପ୍ରଶାସକଙ୍କ ପାଖରେ ଥାଆନ୍ତା ତେବେ ଏ ଦେଶ ସୁନା ପାଲଟିଯାଇଥାନ୍ତା। ଏହାକୁ ବିଚାରକଲେ ଭାରି ନୈରାଶ୍ୟବୋଧ ଆସିଯାଏ।
ଗଣମାଧ୍ୟମକୁ ସାଧାରଣ ଜନତା ଚତୁର୍ଥ ସ୍ତମ୍ବରୂପେ ସ୍ବୀକୃତି ଦେଇଛନ୍ତି। ପ୍ରଥମ ଦୁଇଟି ସ୍ତମ୍ବ ଯେତେବେଳେ ନିଜ ଧର୍ମ ପାଳନ କରିବାରେ ବିଫଳ ହୋଇଥାଏ ତୃତୀୟ ସ୍ତମ୍ବ ସେତେବେଳେ ଆଶା ଭରସାର କେନ୍ଦ୍ର ହୋଇଥାଏ। ମାତ୍ର ସେଇ ତୁଳନାରେ ଗଣମାଧ୍ୟମ ନିଜ ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇପାରିନାହିଁ। କୋର୍ଟ ଗୋଟିଏ ଆଦେଶ ଦେଲେ ତାହାର ପୁନର୍ବିଚାର ପାଇଁ କୋର୍ଟକୁ ନିବେଦନ କରିବା ପରିବର୍ତ୍ତେ ଶାସକ ଦଳରେ ଆସୀନ ଦଳ ନିଜର ଦଳୀୟ ବହୁମତରେ ବଳୀୟାନ ହୋଇ ଆଇନର ପରିବର୍ତ୍ତନ କରିଦେବାକୁ ପଶ୍ଚାଦ୍‌ପଦ ହେଉନାହାନ୍ତି। ଯାହାର ସଦ୍ୟ ଉଦାହରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗ। ଏଥିରୁ ସ୍ପଷ୍ଟ ଅନୁମେୟ ରାଜନେତାଙ୍କ ସ୍ଥାନ ଆଇନଠାରୁ ଊର୍ଦ୍ଧ୍ୱରେ। ଭାରତୀୟ ଗଣତନ୍ତ୍ରର ଏ ଯେଉଁ ଅବକ୍ଷୟିଷ୍ଣୁ ଧାରା ଏ ରାଷ୍ଟ୍ରକୁ ଯେ ଦିନେ ରସାତଳଗାମୀ କରିଦେବ ଏଭଳି ଆଶଙ୍କା ଆସିବା ସ୍ବାଭାବିକ। ଅତଏବ ସମୟ ଆସିଛି, ବହିର୍ବିପତ୍ତିଗୁଡ଼ିକର ମୁକାବିଲା କରିବା ସାଙ୍ଗକୁ ଆଭ୍ୟନ୍ତରୀଣ ଶୃଙ୍ଖଳା, ସୌହାର୍ଦ୍ଦ୍ୟ, ସଂହତି ପ୍ରତି ଓ ନିରାପତ୍ତା ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। କ୍ଷୁଦ୍ର କ୍ଷୁଦ୍ର ପ୍ରସଙ୍ଗରେ ଅଯଥା ବୌଦ୍ଧିକ ଶକ୍ତି ବ୍ୟୟ ନ କରି ବ୍ୟକ୍ତିକୈନ୍ଦ୍ରିକ କନ୍ଦଳ, ଦଳୀୟ କନ୍ଦଳକୁ ପଛରେ ପକାଇ ରାଷ୍ଟ୍ରୀୟ ବିକାଶ ଚିନ୍ତାରେ ନେତୃବର୍ଗ ଅଧିକ ଧ୍ୟାନଦେଲେ ଗଣତନ୍ତ୍ର ସୁରକ୍ଷିତ ହେବ।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri