Posted inଜାତୀୟ

ବିକ୍ରମ ଭାଙ୍ଗିନି, ଢଳିରହିଛି

ବେଙ୍ଗାଲୁରୁ/ଚେନ୍ନାଇ,୧୦ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହୋଇଥିଲେ ହେଁ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଶା ହରାଇନାହିଁ। ଏହା ସହ ସଂଯୋଗ ସ୍ଥାପନ ପାଇଁ ବୈଜ୍ଞାନିକମାନେ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ସୂକ୍ଷ୍ମ ଅବତରଣ କରି ନ ପାରିବାରୁ ବିକ୍ରମ ଚନ୍ଦ୍ରପୃଷ୍ଠରେ ଢଳି ରହିବା ସହ ରୋଭର ପ୍ରଜ୍ଞାନ ଏହା ଭିତରେ ରହିଯାଇଛି। ତେବେ ବିକ୍ରମ ଅକ୍ଷତ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହା ସହ ସଂଯୋଗ ସ୍ଥାପନ ପାଇଁ ଅବର୍ର୍ିଟରର କକ୍ଷ ହ୍ରାସ ନିମନ୍ତେ କେତେଜଣ ବୈଜ୍ଞାନିକ ଚିନ୍ତା କରୁଥିବାବେଳେ ଏହା ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଇସ୍ରୋର ପୂର୍ବତନ ଅଧିକାରୀ। ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠରୁ ଅର୍ବିଟରର ଦୂରତା ୧୦୦ କିଲୋମିଟର ରହିଥିବାବେଳେ ଏହାକୁ ୫୦ କି.ମି.କୁ କମାଇବା କଥା ଚିନ୍ତା କରାଯାଉଛି। ଏହା ହେଲେ ବିକ୍ରମରୁ ଆସୁଥିବା ଅପେକ୍ଷାକୃତ କ୍ଷିଣ ସିଗ୍‌ନାଲକୁ ହୁଏତ ଅର୍ବିଟର ଧରିବାରେ ସକ୍ଷମ ହୋଇପାରେ। ତେବେ ଏହା ଏକ ବିପଜ୍ଜନକ ପ୍ରୟାସ ବୋଲି ପୂର୍ବତନ ଅଧିକାରୀ କହିଛନ୍ତି। ଅର୍ବିଟର ତଳକୁ ଖସିଲେ ମଧ୍ୟ ଏହା ଲ୍ୟାଣ୍ଡରକୁ ପୁନଃକ୍ଷମ କରିପାରିବ ନାହିଁ। ତଳକୁ ଖସାଇବା ପାଇଁ ଅର୍ବିଟର ଭିତରେ ଥିବା ଇଞ୍ଜିନକୁ କାର୍ଯ୍ୟକ୍ଷମ କରିବାକୁ ପଡିବ। ତାହା ହେଲେ ସେଥିରେ ଥିବା ଇନ୍ଧନ ଶୀଘ୍ର ଶେଷ ହେବା ସହ ଅର୍ବିଟରର କାର୍ଯ୍ୟକାଳ ମଧ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚରେ ଥିବାବେଳେ ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅର୍ବିଟର ପଠାଇଥିବା ଫଟୋଚିତ୍ର ଅନୁଯାୟୀ ବିକ୍ରମ ଚନ୍ଦ୍ରପୃଷ୍ଠରେ ନିର୍ଦ୍ଧାରିତ ସ୍ଥାନଠାରୁ ସାମାନ୍ୟ ଦୂରରେ ହାର୍ଡ ଲ୍ୟାଣ୍ଡିଂ କରିଛି ଏବଂ ଅକ୍ଷତ ଅବସ୍ଥାରେ ରହିଛି। ତେବେ ଏହା ଢଳିରହିଥିବା ଇସ୍ରୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ସହ ସଂଯୋଗ ସ୍ଥାପନ ପାଇଁ ଇସ୍ରୋର ଏକ ଟିମ୍‌ କାମରେ ଲାଗିଛନ୍ତି।
ଲ୍ୟାଣ୍ଡର ବିକ୍ରମର କାର୍ଯ୍ୟକାଳ ୧୪ ଦିନ ହୋଇଥିବାବେଳେ ଏହା ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ଲାଗି ଉଦ୍ୟମ ଜାରି ରହିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଶନିବାର କହିଥିଲେ। ଯଦି ସବୁ ଠିକ୍‌ଠାକ୍‌ ନ ଥାଏ ତେବେ ବର୍ତ୍ତମାନ ସ୍ଥିତିରେ ସଂଯୋଗ ସ୍ଥାପନ କରିବା ବହୁତ କଷ୍ଟକର ବୋଲି ଅନ୍ୟ ଜଣେ ଇସ୍ରୋ ଅଧିକାରୀ କହିଛନ୍ତି। ଯଦି ବିକ୍ରମ ସୂକ୍ଷ୍ମ ଅବତରଣ କରିଥାନ୍ତା ଓ ସବୁ ସିଷ୍ଟମ୍‌ କାର୍ଯ୍ୟକ୍ଷମ ଥାଆନ୍ତା ତେବେ ଯୋଗାଯୋଗ ପୁନଃ ସ୍ଥାପନ ହୋଇପାରନ୍ତା ବୋଲି ସେ କହିଛନ୍ତି। ତେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଅନ୍ୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି ବିକ୍ରମର ଆଣ୍ଟିନା ଭୂମି ଆଡ଼କୁ କିମ୍ବା ଅର୍ବିଟର ଆଡ଼କୁ ରହିବା ଆବଶ୍ୟକ। ଏବେ ଆଣ୍ଟିନାକୁ ସଜାଡିବା ସମ୍ଭବ ନୁହେଁ। ଲ୍ୟାଣ୍ଡର ଶକ୍ତି ଉତ୍ପାଦନ କରିପାରୁଛି, କାରଣ ଏହାର ଚାରିପଟେ ସୋଲାର ପ୍ୟାନେଲ ସହିତ ଭିତରେ ବ୍ୟାଟେରି ରହିଛି। ବିକ୍ରମରେ ତିନୋଟି ପ୍ଲେଲୋଡ ଯଥା ରେଡିଓ ଆନାଟୋମି ଅଫ ମୁନ୍‌ ବାଉଣ୍ଡ ହାଇପରସେନ୍‌ସିଟିଭ୍‌ ଆୟନୋସ୍ପିୟର ଆଣ୍ଡ ଆଟମୋସ୍ପିୟର (ରମ୍ଭା), ଚନ୍ଦ୍ରର ସର୍ଫେସ୍‌ ଥର୍ମୋ-ଫିଜିକାଲ ଏକ୍ସପେରିମେଣ୍ଟ (ଚାଷ୍ଟ) ଏବଂ ଇନ୍‌ଷ୍ଟ୍ରୁମେଣ୍ଟ ଫର ଲୁନାର ସିସ୍‌ମିକ୍‌ ଆକ୍ଟିଭିଟି (ଆଇଏଲ୍‌ଏସ୍‌ଏ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri