ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ,୬-୧୧: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଣ କରୁଥିବା ଭେଣ୍ଡରମାନେ ଏବେ ଅଡୁଆ ସ୍ଥିତିରେ ପଡି ଯାଇଛନ୍ତି। ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ଟଙ୍କାର ବକେୟା ରହିଛି। ଏହାକୁ ପାଇବା ଲାଗି ଭେଣ୍ଡର ବହୁ କଷ୍ଟ କରୁଥିଲେ ମଧ୍ୟ ତାହା ମିଳିପାରି ନାହିଁ ଫଳରେ ଏହି କମ୍ପାନୀଗୁଡିକରେ କାର୍ଯ୍ୟକରୁଥିବା ଶ୍ରମ ଶକ୍ତି ଉପରେ ଏହାର ପ୍ରଭାବ ପଡିଛି। ଏହି ସମସ୍ୟା ଫଳରେ ଭେଣ୍ଡର ଫାର୍ମଗୁଡିକରେ କାମ କରୁଥିବା ପ୍ରାୟ ୧ ଲକ୍ଷ ନିୟୁକ୍ତି ଏବେ ସଙ୍କଟରେ ରହିଛି। ସଙ୍କଟ ସହ ଯୁଝୁଥିବା ଏହି ଶିଳ୍ପ ଉପରେ ଯଦି ବିଏସ୍‌ଏନ୍‌ଏଲ୍‌ କିମ୍ବା ସରକାର କୌଣସି ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ପ୍ରାୟ ୧ ଲକ୍ଷ ଲୋକଙ୍କ ଚାକିରି ଚାଲିଯିବାର ସମ୍ଭାବନା ରହିଛି ବୋଲି ଟେଲିକମ୍‌ ଏକ୍ସପୋର୍ଟ ପ୍ରମୋଶନ କାଉନ୍‌ସିଲର ସହ ଅଧ୍ୟକ୍ଷ ସନ୍ଦୀପ ଅଗ୍ରଓ୍ବାଲ କହିଛନ୍ତି।
ଅଗ୍ରଓ୍ବାଲ କହିଛନ୍ତି ଯେ, ଅର୍ଥନୀତି ଅବସ୍ଥା ଭଲ ନ ଥିବା ବେଳେ ୨୦ ହଜାର କୋଟି ବକେୟା ନ ମିଳିବାରୁ ଏହା ସମଗ୍ର ଇକୋସିଷ୍ଟମକୁ ଏବେ କ୍ଷତିଗ୍ରସ୍ତ କରିଛି। ଏହା ଦ୍ୱାରା ଟେଲିକମ୍‌ ଭାଲ୍ୟୁ ଚେନ୍‌ ପ୍ରଭାବିତ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିବା ସତ୍ତ୍ୱେ ମଧ୍ୟ କମ୍ପାନୀଗୁଡିକ ବର୍ତ୍ତମାନ ଯାଏ କୌଣସି ସମାଧାନ ରାସ୍ତା ପାଇ ନାହାନ୍ତି। ଫଳରେ ଅଣକୋର ଶ୍ରମ ଶକ୍ତିକୁ ପରିଚାଳନା କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏକ୍ଷେତ୍ରରେ ପ୍ରତି ଦୁଇ ଜଣକ ମଧ୍ୟରୁ ଜଣେ କର୍ମଚାରୀ ପ୍ରଭାବିତ ଥିବା ଉକ୍ତ ଶିଳ୍ପ ପକ୍ଷରୁ କୁହାଯାଇଛି। ଋଣ ପ୍ରଦାନକାରୀଙ୍କ ଚାପ ପଡୁଥିବା ବେଳେ ଭେଣ୍ଡର କମ୍ପାନୀଗୁଡିକ ଏବେ ଚାପରେ ରହିଛନ୍ତି। ଫଳରେ ସେମାନେ ବେତନ ଦେବା ସ୍ଥିତିରେ ନ ଥିବା ଜଣାପଡିଛି। ଘରୋଇ ଟେଲିକମ୍‌ ଶିଳ୍ପର ଗିୟର ମେକର ଏବଂ ସପ୍ଲାୟର ପ୍ରାୟ ୨ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଭେଣ୍ଡରସଂସ୍ଥାଗୁଡିକ ବିଏସ୍‌୍‌ଏନ୍‌ଏଲଠାରୁ ସେମାନଙ୍କ ପ୍ରାପ୍ୟ ପାଇବାକୁ ଅନାଇ ବସିଥିବା ବେଳେ ଏହା ବିଳମ୍ବ ହେଉ ଥିବାରୁ କମ୍ପାନୀଗୁଡିକର ଚାପ ବଢିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri