ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍) ଯୋଜନା ବନ୍ଦ ହୋଇଯାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନୂଆଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛି ମହାନଗର ନିଗମ । ୨୦୧୮ ଜାନୁୟାରୀରେ ପୂର୍ବତନ ମେୟର କେ. ମାଧବୀ ଓ ତତ୍କାଳୀନ ବିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ ନିଗମ ଖର୍ଚ୍ଚରେ ଦିଲ୍ଲୀ ଯାଇ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ପୁରସ୍କାର ଗ୍ରହଣ କରିଥିଲେ।
ଘରଗୁଡ଼ିକୁ ଡିଜିଟାଲ ନମ୍ବରିଂ କରିବା ନିମନ୍ତେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ସେହି ସଂସ୍ଥାଦ୍ୱାରା ପୁରସ୍କାରର ଆୟୋଜନ କରାଯାଇଥିଲା।
ଏବେ ସେହି ଖବର ପଦାକୁ ଆସିଛି ।
ସୂଚନାଯୋଗ୍ୟ, ୨୦୧୮ ଜାନୁୟାରୀ ୯ରେ ବିଏମ୍ସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କମିଶନର ପୱନ କଲ୍ୟାଣ କହିଥିଲେ, ମହାନଗରର ପ୍ରତ୍ୟେକ ଘରର ନମ୍ବରିଂ କରିବା ଏକ ବୈଧାନିକ ଆବଶ୍ୟକତା। ତଦନୁଯାୟୀ ଡିଡିଏନ୍ (ଡିଜିଟାଲ ଡୋର ନମ୍ବରିଂ) ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହାଦ୍ୱାରା ମହାନଗରବାସୀଙ୍କ ସ୍ବାର୍ଥ ଜଡ଼ିତ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ବହୁବିଧ ସୁବିଧା ଉପଲବ୍ଧ ହେବ ଓ ନିଗମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମହାନଗର ନିଗମ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେୟରଙ୍କ ସହ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିବାର କଲ୍ୟାଣ ସୂଚାଇଥିଲେ । ପରେ ଉଭୟେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିବା ବିଏମ୍ସି ରେକର୍ଡରେ ଅଛି ।
ମହାନଗରରେ ବର୍ତ୍ତମାନ ସୁଦ୍ଧା ୫୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ବାସଗୃହ ରହିଛି। ନୂଆ ସାହିବସ୍ତି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ସବୁ ଘର ଆଗର ଡିଜିଟାଲ ନମ୍ବରିଂ କରାଯିବାକୁ ପ୍ରସ୍ତାବ ରଖାଗଲା । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଏମ୍ସିର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟବସାୟୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଥିବା ବହୁ ଲକ୍ଷ ଟଙ୍କା ସେହି ସଂସ୍ଥା ଅଗ୍ରିମ ବାବଦରେ ନେଇଥିଲା । କାଗଜରେ ଛାପି ଅନେକ ଘର ଆଗରେ ତାହା ଲଗାଯାଇଛି ଓ ପ୍ରସ୍ତାବିତ ଡିଜିଟାଲ ନମ୍ବରିଂ ହଜିଯାଇଛି। କାନ୍ଥରେ ଲଗାଯାଇଥିବା ସେହି ରଙ୍ଗିନ ଛାପା କାଗଜ ବର୍ଷା ପାଣି ପଡ଼ି ଧୋଇ ହୋଇଯାଇଛି । ଅନ୍ୟପକ୍ଷରେ ଡିଡିଏନ୍ ଯୋଜନା ବନ୍ଦ ହୋଇଯାଇଥିବା ବିଏମ୍ସିର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଗତ ଅକ୍ଟୋବର ମାସ ପ୍ରାରମ୍ଭରୁ ନିର୍ବାଚିତ ନିଗମ ପରିଷଦର କାର୍ଯ୍ୟକାଳ ସରିଯାଇଛି। ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ ଚାଲିଛି। ଡିଡିଏନ୍ ପ୍ରକଳ୍ପ ଠପ୍ ହୋଇଛି ା ସ୍କଚ୍ ଆୱାର୍ଡ ଅଫ୍ ମେରିଟ ପୁରସ୍କାର ଫଳକଟି ନିଗମ ଦପ୍ତରରେ ରଖାଯାଇଛି । ଶନିବାର ଯୋଗାଯୋଗ ବେଳେ ପୂର୍ବତନ ମେୟର ମାଧବୀ କହିଛନ୍ତି, ପୁରସ୍କାର ମିଳିଥିଲେ ମଧ୍ୟ ଡିଡିଏନ୍ ଯୋଜନା ବନ୍ଦ ହୋଇଯାଇଛି।
ବିଏମ୍ସିର ପ୍ରସ୍ତାବିତ ଡିଡିଏନ୍ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍ ପୁରସ୍କାର
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’
ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
Archives

