ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍ଓ୍ବା ଜାରି କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି, ତେବେ ତାଙ୍କ ରାଶନ ସାମଗ୍ରୀ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେତେକ ଲୋକ ଏହାକୁ ନ ମାନି ବାହାରେ ମଳତ୍ୟାଗ କରିଥିଲେ। ଏହା ଜଣାପଡ଼ିବା ପରେ ଶୁକ୍ରବାର ପଞ୍ଚାୟତର ୨୪ ପରିବାରର ରାଶନ ସାମଗ୍ରୀ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯିବା ସହ ଶନିବାର ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଗୌତମୀ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ବାହ୍ୟ ମଳତ୍ୟାଗ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି ା
ଗ୍ରାମରେ ପୂର୍ବରୁ ଲୋକଙ୍କୁ ସଚେତନ କରାଯିବା ସହ ପାଇଖାନା ଥିବା ପରିବାର ବାହାରେ ମଳତ୍ୟାଗ କଲେ ରାଶନ୍ ସାମଗ୍ରୀ ବନ୍ଦ କରାଯିବ ବୋଲି ଫତ୍ୱା ଜାରି କରାଯାଇଥିଲା। ଏଥିସହ ୩୦୦ ମହିଳା ପାଳି କରି ସକାଳ ଓ ସନ୍ଧ୍ୟାରେ ମଳତ୍ୟାଗ କରାଯାଉଥିବା ସ୍ଥାନକୁ ଜଗି ରହିବା ସହ ସେଠାରେ ତୁଳସୀ ଚାରା ରୋପଣ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଲୋକେ ନ ମାନି ବାହ୍ୟ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାଶନ ସାମଗ୍ରୀ ବନ୍ଦ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। କିନ୍ତୁ ଏ ନେଇ ପଞ୍ଚାୟତ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ କହିଛନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ତରଫା ବୋଲି ପ୍ରକାଶ କରିଛନ୍ତିି। ଏ ନେଇ ସମିତିସଭ୍ୟ ପ୍ରତିନିଧି ଏ.ଜଗନ୍ନାଥ ପାତ୍ରଙ୍କୁ ପଚାରିବାରୁ, ରାଶନ ସାମଗ୍ରୀ ବନ୍ଦକୁ ସେ ବିରୋଧ କରିଛନ୍ତି। କିନ୍ତୁ ବାହ୍ୟ ମଳତ୍ୟାଗକୁ ବାରଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସେ କହିଛନ୍ତି। ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତିି। ରାଶନ ସାମଗ୍ରୀ ବନ୍ଦ କରିବା ସମ୍ପର୍କରେ ସେ ଓ ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ ଜାଣି ନ ଥିବା କହିଛନ୍ତି। ତେବେ ରାଶନ ସାମଗ୍ରୀ ବନ୍ଦ କରିବା ପ୍ରତିବାଦ ସହ ସ୍ବଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବାକୁ ସେ ଦାବି କରିଛନ୍ତିି।
ସାନଖେମୁଣ୍ଡି ବ୍ଲକ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ସେଠୀଙ୍କୁ ରାଶନ ସାମଗ୍ରୀ ବନ୍ଦ ସମ୍ପର୍କରେ ପଚାରିବାରୁ କାହାର ରାଶନ ସାମଗ୍ରୀ ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି।
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା
ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...
Archives


