ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର ବିକ୍ରି ୩୫% ଖସିଛି। ଏହି କମ୍ପାନୀ ୯,୮୫୭ ୟୁନିଟ ଯାନ ବିକ୍ରି କରିଛି। ହିନ୍ଦୁଜା ଗ୍ରୁପର ଉକ୍ତ ଫାର୍ମ ଗତ ବର୍ଷ ସମାନ ସମୟରେ ୧୫,୧୪୯ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ଟିଭିଏସ୍‌ର ବିକ୍ରି ୧୮.୮% କମିଛି। ୨୦୧୯ ଅକ୍ଟୋବରରେ କମ୍ପାନୀ ୩.୨୩ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି। ଏହା ଗତ ବର୍ଷ ସମାନ ସମୟରେ ୩.୯୮ ଲକ୍ଷ ୟୁନିଟ ରହିଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍‌ ଆଣ୍ଡ ଏମ୍‌)ର ଟ୍ରାକ୍ଟର ବିକ୍ରି ୪% କମି ୪୭,୩୭୬ ୟୁନିଟ ରହିଛି। ଗତ ବର୍ଷ ସମାନ ମାସରେ କମ୍ପାନୀ ଏହି ବର୍ଗରେ ୪୫,୪୩୩ ୟୁନିଟ ଯାନ ବିକି ଥିଲା। ମହିନ୍ଦ୍ରାର ମୋଟ ବିକ୍ରି ୧୧% ଖସି ୫୧,୮୯୬ ୟୁନିଟ ରହିଛି। ଗତ ବର୍ଷ ଏହା ୫୮,୪୧୬ ୟୁନିଟ ରହିଥିଲା। ଏହାବାଦ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି ୫% କମ୍‌ ରହିଛି। କମ୍ପାନୀ ୧୨,୬୧୦ ୟୁନିଟ ଯାନ ବିକ୍ରି କରିଛି। ଏହା ଗତ ବର୍ଷ ୧୩,୨୪୫ ୟୁନିଟ ରହିଥିଲା। ଭଲଭୋ ଗ୍ରୁପ ଏବଂ ଏଚର ମୋଟର୍ସର ଯୌଥ କମ୍ପାନୀ ଭିଇ କମର୍ସିଆଲ ଭେଇକିଲର ବିକ୍ରି ୩୭% ଖସି ୩,୭୫୫ ୟୁନିଟ ଯାନ ରହିଛି। ଗତ ବର୍ଷ ଏହି ସମୟରେ କମ୍ପାନୀ ୫,୯୮୦ ୟୁନିଟ ଯାନ ବିକ୍ରି କରିଥିବା କହିଛି। ଏହାବାଦ ବଜାଜ ଅଟୋ ଲିମିଟେଡର ବିକ୍ରି ୯% କମି ୪.୬୩ ଲକ୍ଷ ୟୁନିଟ ରହିଛି। ସୁଜୁକି ମୋଟର ସାଇକେଲ ବିକ୍ର ୧୪ ବଢିଥିବା ବେଳେ ହୋଣ୍ଡା କାର୍‌ସ ବିକ୍ରି ୨୯% ଖସିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ମାରୁତି ସୁଜୁକି ବିକ୍ରି ୪.୫% ବୃଦ୍ଧି
ଚଳିତ ବର୍ଷ ଅକ୍ଟୋବରରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇ)ର ଯାନ ବିକ୍ରି ୪.୫% ବଢିଛି। ଏହି ସମୟରେ କମ୍ପାନୀ ମୋଟ ୧.୫୩ ଲକ୍ଷ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଥିବା ଶୁକ୍ରବାର ସୂଚନା ଦେଇଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ବିକ୍ରି ୧.୪୬ ଲକ୍ଷ ୟୁନିଟ ଥିଲା। ଏହି ସମୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ର ଏବଂ ଟୟୋଟା ଭଳି କମ୍ପାନୀଗୁଡିକ ସେମାନଙ୍କର ପରଫରମାନ୍ସରେ ଉନ୍ନତି ଆଣି ପାରିଥିବା ସୂଚନା ରହିଛି। ଅକ୍ଟୋବରରେ ଏମ୍‌ଜି ମୋଟର୍ସ ୩,୫୩୬ ୟୁନିଟ ଏସ୍‌ୟୁଭି ବିକ୍ରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri