ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଏହାସହ ଚିକିତ୍ସାଳୟରେ ଏଭଳି କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ଏହାକୁ ପ୍ରତିହତ କରିବାରେ ପାଟଣାଗଡ଼ ଏସଡିଏମ୍‌ଓ ଡା. ଦିଲୀପ ବିଶ୍ୱାଳ ବିଫଳ ହୋଇଥିତ୍ବାରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିତ୍ବା ଜଣାପଡ଼ିଛି।
ସୂଚନାନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ବୁଧବାର ବଲାଙ୍ଗୀର ଗସ୍ତରେ ଥିବା ସମୟରେ ଡା. ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବା ପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା। ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟକୁ ଆସିଥିବାବେଳେ ତାଙ୍କୁ ଇଞ୍ଜେକ୍ସନ ଦେବା ପାଇଁ ଡା. ଅଗ୍ରୱାଲ ଲେଖିଥିଲେ। ତେବେ ଡା. ଚିଠାରେ ଲେଖିଥିବା ନେଟ୍‌ଲିମାଇସିନ୍‌ ଓ ଆମିକାସିିନ୍‌ ଇଞ୍ଜେକ୍ସନ ସେହି ଶିଶୁକୁ ଦିଆଯିବା କଥା ନୁହେଁ। କିନ୍ତୁ ଡାକ୍ତର ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟ ହୋଇ ବାହାର ଦୋକାନରୁ ଖରିଦ କରିଥିଲେ। ନିରାମୟ ଯୋଜନା ବାହାରୁ ଔଷଧ ଲେଖିଲେ ତାହାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରି କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଚେତାବନୀ ଦେଇଥିବାବେଳେ ଏହାର ଖିଲାପ କରିଥିବା ଅଭିଯୋଗରେ ଡା. ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି। ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଡିଆରଡିଏ ପିଡି ଡ. ମହେଶ୍ୱର ସ୍ବାଇଁ, ସିଡିଏମ୍‌ଓ ଡା. ଦୈତାରୀ ସାହୁ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri