ବାହାନଗାରେ କୃତ୍ରିମ ବନ୍ୟା

ବାହାନଗା, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶନିବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିବାରୁ ବାହାନଗା ବ୍ଲକରେ କୃତ୍ରିମ ବନ୍ୟା ଦେଖାଦେଇଛି ା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମଗୁଡିକରେ ବର୍ଷା ପାଣି ମାଡିଯାଇଛି ା ବର୍ଷା ନ ହେବାରୁ ଚାଷୀ ବିଲକୁ ଲଙ୍ଗଳଟିଏ ନେଇପାରୁ ନ ଥିଲା ା ମାତ୍ର ଦୁଇଦିନ ଧରି ଲଘୁଚାପ ବର୍ଷା ଲାଗି ରହିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ଜମିରହିଛି ା ରାସ୍ତା କଡରେ ଥିବା ନୟନଯୋରିକୁ ପୋତି ଦେଇ ଲୋକମାନେ ନିଜ ଅକ୍ତିଆରକୁ ନେବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି।
ଉପରମୁଣ୍ଡରେ ବର୍ଷା ଜଳ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସନ ହୋଇଥାଏ। ମାତ୍ର ସେହି ଜଳ ସମୁଦ୍ରକୁ ନ ଯାଇ ଚାଷ ଜମି ଓ ଗ୍ରାମ ଭିତରକୁ ପ୍ରବେଶ କରିବାରୁ କୃତ୍ରିମ ବନ୍ୟା ଦେଖାଦେଇଛି। ଖରାସାହାପୁର, ଅଭଣା ଓ ଚିତ୍ତଳ ଆଦି ଅଞ୍ଚଳରେ ଉପରମୁଣ୍ଡ ପାଣି କାଂଶବାଂଶ ନଦୀଜଳରୁ ସମୁଦ୍ରକୁ ପ୍ରବାହିତ ହେଉଥିବା ବେଳେ ସେହି ନଦୀର ମୁହଁ ଓ ନୟନଯୋରି, ମହାନାଳ ମୁହଁକୁ ଲୋକମାନେ ପୋତିଦେଇଛନ୍ତି। ଲଗାଣ ବର୍ଷା ହେଲାମାତ୍ରେ ସେହି ପାଣି ନିଷ୍କାସନ ନ ହୋଇ ଚାଷ ଜମିରେ ଜମାଟ ବନ୍ଧିବା ଯୋଗୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଯଦି ରାସ୍ତା କଡରେ ଥିବା ନୟନଯୋରି, ଜଳ ନିଷ୍କାସନ ନିମନ୍ତେ ଥିବା ମହାନାଳଗୁଡିକୁ ଅବରୋଧକାରୀଙ୍କ କବଳରୁ ଉଚ୍ଛେଦ ନ କରନ୍ତି ତା’ହେଲେ ଆଗାମୀ ଦିନରେ ବିଲରେ ଚାଷ କରିବା ବନ୍ଦ ହୋଇଯିବ। ତେବେ ଖରାସାହାପୁର, ଅଭଣା ଚିତ୍ତଳର ଛତୁବାଟି ଆଦି ଅଞ୍ଚଳଗୁଡିକରେ ବନ୍ୟାପାଣି ସମୁଦ୍ରକୁ ନିଷ୍କାସନ ହୋଇ ନ ପାରି ରବିବାର ବର୍ଷାରେ ଚାଷଜମିରେ ଅଣ୍ଟେ ଲେଖାଏଁ ପାଣି ଜମିରହିଛି। ବହୁ କଷ୍ଟରେ ଚାଷୀମାନେ ବିଲରେ ଧାନ ରୋଇଥିଲେ। ତେବେ ଜମିରେ ପାଣି ଜମି ରହିଲେ ତଳି ନଷ୍ଟ ହୋଇଯିବା ସହ ଚାଷୀମାନଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ସେଥିପ୍ରତି ପ୍ରଶାସନ ନଜର ଦେବାକୁ ଚାଷୀମାନେ ଦାବି କରିଛନ୍ତି। ନୟନଯୋରୀ ଓ ମହାନାଳକୁ ଅବରୋଧମୁକ୍ତ କରିବା ପାଇଁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri