ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ

ଗୁଡଭେଲା,୧୯।୧୧(ଡି.ଏନ୍‌.ଏ.)- ‘ଆମ୍‌କୁ ଛତିଗଡ଼ ଆର ଓଡ଼ିଶା ସରକାର ଯାହା ବି ଦେଇଛନ୍‌ ସେଥ୍‌ରେ ଆମେ ଖୁସ୍‌ ଅଛୁଁ। ଛତିଶଗଡ଼ରେ ଚାଷ୍‌ବାସ କରୁଛୁଁ, ବାକି ଫୁରସତ୍‌ ସମିଆରେ ଓଡ଼ିଶା ଆସି ବାଢ଼ୁନ୍‌ ବିକି କୁଟୁମ୍‌ ପୁଷୁଛୁଁ।’ ଇଟା କେହେନ୍‌ସି ଫିଲିମ୍‌ର ଡାଇଲଗ୍‌ ନୁହେ। ତୁଷୁରା-ବଲାଙ୍ଗୀର ମୁଖିଆ ରାସ୍‌ତା ତରେ ମହିପୁର ଗଁା ପାସେ ତମ୍ପୁ ଗାଡ଼ି ଡେରା ପକେଇ ଛନ୍‌ ଛତିଶଗଡ଼ ରାଏଜ୍‌ର ୬ଟା ପରିବାର। ସେମାନେ ବାଢ଼ୁନ୍‌ ତିଆର କରି ରାସ୍‌ତା ତରେ, ଆସର ପାସର ବଜାରରେ ବିକୁଛନ୍‌। ସେଥ୍‌ରୁ ଯେନ୍‌ ଦୁଇ ପଏସା କମାନି ହେଉଛେ ସେଥ୍‌ରେ ଛୁଆପୁତାନୁ କୁଟୁମବସିଆ ଆରାମରେ ଚଲୁଛନ୍‌। ଇ ବାବ୍‌ଦେ ଝନେ ପରିବାରର ମୁଖିଆ ରଞ୍ଜିତ ପାଣ୍ଡେକୁଁ ପଚ୍‌ରାଲାରୁ ଆମେ ଛତିଶଗଡ଼ ରାଏଜ୍‌ ବିଲାସପୁର ଜିଲା ମଟିୟାରୀ ଗଁାନୁ ୬ଟା ପରିବାରର ୨୬ ଝନ୍‌ ଆସିଛୁଁ। ସେଠାନେ ଆମର ଅଲପ ଜମିବାଡ଼ି ବି ଅଛେ। ଚାଷବାସ ସରିଗଲେ ଫୁରସତ ସମିଆରେ ଆମେ ଓଡ଼ିଶାର ଭିନେ ଭିନେ ଜିଲାକେ ଯାଇ ବାଢ଼ୁନ ତିଆର କରି ଦୁଇ ପଏସା ରୁଜଗାର କରୁଛୁଁ। ବାଢ଼ୁନ୍‌ ତିଆରିରେ ପରିଶ୍‌ରମ ଅଛେ, ହେଲେ ଖରଚ୍‌ ବେଶି ନଁାଇଁନ। ସେଥିରଲାଗି ବାଢ଼ୁନ ବିକି ଯାହା ବି ମିଲୁଛେ ପୁଷଉଛେ। ଆସର ପାସର ଜଂଗଲରୁ ବାଢ଼ୁନ ତିଆରି ଲାଗି ସାମାନ ଠୁଲଉଛୁଁ ଆର କୁଟୁମବସିଆ ବୁଢ଼ୁନ ତିଆରିରେ ଯୁଟିଯାଉଛୁଁ। ଇ ବାଢ଼ୁନ ତିଆରି ଆମେ ଆମର ବାପ୍‌ ଅଜାରନୁ ଶିଖିଛୁଁ। ଆଏଜ୍‌ ଇ କଳା ଆମ୍‌କୁ ରୁଜଗାର ଦେଇଛେ ବଲି ସେ କହିଥିଲେ। ଛତିଶଗଡ଼ କି ଓଡ଼ିଶା ସରକାରକଁରନୁ ଆଣା ଆଶ୍‌ କରୁଛନ୍‌ ବଲି ତାହାକୁ ପଚରାଲରୁ ଦୁଇ ରାଏଜର ସରକାର ବହୁତ୍‌ ଭଲ ଆଏ। ସବୁ ସମାଜ, ବରଗର ଲୁକ୍‌କର ଲାଗି ଦୁଇ ସରକାର ଅଲ୍‌ପେ ବହୁତ କରିଛନ୍‌। ଆମର ଲାଗି ବି କରିଛନ୍‌। ହେଲେ ସରକାର ଯେ ସବୁ କରିଦେବେ ଇ କଥା ନୁହେ। ଆମରମାନକର ବି କିଛି ଦାଇତିଅ ଅଛେ। ନିଜର ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ ଆଏ। ହେଲେ ମଗ୍‌ନା ପାଏଲା ଜିନିଷ୍‌ଥି ସେଟା କାହିଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri