ବାହାକୁଦ ଡଙ୍ଗାବୁଡ଼ିକୁ ୧୬ ବର୍ଷ: କ୍ରିକେଟ ଖେଳ ଦେଖିଲେ ଗ୍ରାମବାସୀଙ୍କ ଆଖିରୁ ଲୁହଝରେ

ପାରାଦୀପ,୧ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନୂଆଗଡ଼ ଗ୍ରାମର ଗ୍ରାମବାସୀ ଏବେବି ଯେଉଁଠି କ୍ରିକେଟ ଖେଳ ଦେଖନ୍ତି ତାଙ୍କ ଆଖିରେ ଲୁହ ଆସିଥାଏ। କାରଣ ସେହି ଗ୍ରାମ ପାଇଁ କ୍ରିକେଟ ଖେଳ ସବୁଦିନ ପାଇଁ ଦୁଃଖ ଦେଇଛି। ନୂଆଗଡ ଗ୍ରାମର ୧୩ଜଣ ପିଲା କ୍ରିକେଟ ଖେଳିବାକୁ ଯାଉଥିବାବେଳେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଏହି ଘଟଣା ଥିଲା ୨୦୦୪ ମାର୍ଚ୍ଚ ୧ ତାରିଖର। ଯାହାକୁ ଏବେ ୧୬ ବର୍ଷ ପୂରିଛି। ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖ ହେଲେ ମୃତକଙ୍କ ସାଥି ଓ ପରିବାର ଗଁା ସ୍କୁଲ ପାଖରେ ଥିବା ସ୍ମୃତିସ୍ତମ୍ଭ ନିକଟରେ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ସେ ଦିନର ଘଟଣାକୁ ନେଇ ଆଜି ବି ଗ୍ରାମବାସୀ ଓ ମୃତକଙ୍କ ମା’ବାପା ଗୁମୁରି କାନ୍ଦୁଛନ୍ତି।

ସୂଚନାଯୋଗ୍ୟ, ନୂଆଗଡର ଉତ୍କଳମଣି କ୍ରିକେଟ କ୍ଲବ୍‌ ପିଲା ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପିତାପାଟ ଗ୍ରାମକୁ ଯିବାର ଥିଲା। ନୂଆଗଡ଼ ଗ୍ରାମ ପଛପଟେ ମହାନଦୀ ଘାଟ ପାରି ହୋଇଥିଲେ ସେମାନେ ପିତାପାଟ ଗ୍ରାମରେ ପହଞ୍ଚତ୍ଥାନ୍ତେ। ଗଁାର ୧୮ଜଣ ପିଲା ମହାନଦୀ ବାହାକୁଦ ଘାଟ ପାଖକୁ ଯିବା ବେଳକୁ ଘାଟିଆ ନ ଥିଲେ। ୧୮ଜଣ ଯୁବକ (ଜଣେ ବିବାହିତ ଅନ୍ୟ ସମସ୍ତେ ୧୫ରୁ ୧୮ ବର୍ଷ ମଧ୍ୟରେ) ଯୁବ କ୍ରିକେଟର ନିଜେ ଡଙ୍ଗା ନେଇ ଯିବାବେଳେ ମଝି ନଈରେ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ ସମସ୍ତେ ନଦୀରେ ବୁଡ଼ିଯାଉଥିବାବେଳେ ଜଣେ ୭ ବର୍ଷର ନାବାଳିକା ନଦୀପଠାରେ ଛେଳି ଚରାଉଥିବା ବେଳେ ଏହା ଦେଖି ଡାକ ପକାଇଥିଲେ। ତାଙ୍କ ଡାକଶୁଣି ମହାନଦୀରେ ମାଛ ଧରୁଥିବା କେତେକ ଲୋକ ଯାଇ ୫ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୧୩ଜଣଙ୍କ ମୃର ଶରୀର ପରେ ଉଦ୍ଧାର କରାଯାଇଥିଲା। ଗୋଟିଏ ଗଁାର ୧୩ଜଣ ଛାତ୍ରଙ୍କ ଜୀବନ ଯିବା ସେତେବେଳେ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। ପରେ ସେହି ଗଁାର ଯୁବକମାନେ ତାଙ୍କ ସାଥିଙ୍କ ସ୍ମୃତିରେ ଖେଳପଡ଼ିଆରେ ଏକ କ୍ରିକେଟ ବ୍ୟାଟ୍‌, ବଲ୍‌ ଓ ହେଲମେଟ୍‌ ଷ୍ଟମ୍ପ ଆକୃତିର ସ୍ମୃତିସ୍ତମ୍ଭ ନିର୍ମାଣ କରିଛନ୍ତି। ଗଁାରେ କିଛିବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଏବଂ ଦେଖିବା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଏ ସମ୍ପର୍କରେ ଜଣେ ମୃତକଙ୍କ ବନ୍ଧୁ ସୁଢ଼ଳ ସ୍ବାଇଁ କହିଛନ୍ତି, ଏବେ ଗ୍ରାମର କେତେଜଣ ପିଲା ବେଳେବେଳ କି୍ରିକେଟ ଖେଳୁଛନ୍ତି। କ୍ରିକେଟ ଖେଳ ଗୂଆଗଡ଼ ଗ୍ରାମବାସୀଙ୍କ ପାଇଁ କାଳ ହୋଇ ରହିଯାଇଛି। ବାହାକୁଦ ଘାଟରେ ପ୍ରତ୍ୟହ ହଜାରରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରୁଛନ୍ତି। ଗତବର୍ଷ ସେହି ବାହାକୁଦ ଘାଟରୁ ଏକ ଡଙ୍ଗା ମହାକଳପଡ଼ା ଯାଇଥିବାବେଳେ ଦୁର୍ଘଟଣା ଘଟି ୮ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ଏବେ ବି ବିପଦପୂର୍ଣ୍ଣ ଭାବେ ଲୋକେ ସେହି ସ୍ଥାନରେ ଯାତାୟାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?