ବାସ୍ତୁ ଦୋଷ ବଢ଼ାଇଥାଏ ଭୂମି ଉପରେ ଲଟିଥିବା ମନି ପ୍ଲାଣ୍ଟ

୧.ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ ପତ୍ରକୁ ହଟେଇ ଦେବା ଜରୁରୀ। ଆଉ ଏହା ଉପର ଆଡକୁ ଲଟାଇବା ଭଲ। କାରଣ  ବୋଲି ବିଶ୍ୱାସ କରାଯାଏ।

୨.ମନିପ୍ଲାଣ୍ଟକୁ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଭଲ। ଏହି ଦିଗରେ ଲଗାଇଲେ ସକାରାତ୍ମକ ଉର୍ଜା ବଢ଼ିଥାଏ। ହିନ୍ଦୁ ଧର୍ମାନୁସାରେ ଏହି କୋଣ ଭଗବାନ ଗଣେଶଙ୍କର ଅଟେ। ତେଣୁ ଉକ୍ତ ପ୍ଲାଣ୍ଟ ଏହି ଦିଗରେ ଲଗାଇଲେ ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯାଏ।

୩.ଏହାକୁ ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ। ଏହି ଦିଗରେ ଲଗାଇଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଘରର ସଦସ୍ୟ ଅସୁସ୍ଥ ହୋଇପାରନ୍ତି।

୪.ଏହି ପ୍ଲାଣ୍ଟକୁ ଘରେ ବୁଧବାର ଦିନ ରେବତି ନକ୍ଷତ୍ରରେ ଲଗାନ୍ତୁ। କାରଣ ଏହିଦିନକୁ ଶ୍ରୀ ଗଣେଶଙ୍କ ଦିନଭାବେ ବିବେଚନା କରାଯାଏ।

୫.ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଥିଲେ ସର୍ବପ୍ରଥମେ ପୂର୍ବ ଅବା ପଶ୍ଚିମ ଦିଗରେ ଲଗାଯାଇଥିବା ମନି ପ୍ଲାଣ୍ଟକୁ ହଟେଇ ଦିଅନ୍ତୁ। କାରଣ ଏହି ଦିଗରେ ଲଗାଯାଇଥିବା ମନିପ୍ଲାଣ୍ଟ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ଏମିତି କ୍ଷେତ୍ରରେ ଘର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବା ଲାଗି ହାର୍ଟ ଶେପ୍‌ର ପତ୍ର ହେଉଥିବା ମନିପ୍ଲାଣ୍ଟ ଘରେ ଲଗାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri