Posted inଖେଳ

ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ

ଢାକା, ୮।୮ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)। ଆସନ୍ତା ସେପ୍ଟେମ୍ବର ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜରେ ୩ୟ ଦଳ ଭାବେ ଆଫଗାନିସ୍ତାନ ଅଂଶଗ୍ରହଣ କରିବ ବୋଲି ବିସିବିର ଜଣେ ଅଧିକାରୀ ଗୁରୁବାର ପ୍ରକାଶ କରିଛନ୍ତି। ସରକାରଙ୍କ ହସ୍ତକ୍ଷେପରୁ କ୍ରିକେଟ୍‌କୁ ଦୂରେଇ ରଖିବାରେ ଜିମ୍ବାଓ୍ବେ ବିଫଳ ହେବାପରେ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଏହି ଆଫ୍ରିକୀୟ ରାଷ୍ଟ୍ରକୁ ବାସନ୍ଦ କରିଥିଲା। ଆଇସିସିର ଏହି ନିଷ୍ପତ୍ତି ଫଳରେ ଜିମ୍ବାଓ୍ବେ ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ‘ଆମକୁ ଅଫିସିଆଲଙ୍କ ଦ୍ୱାରା ଜଣାଇ ଦିଆଯାଇଥିଲା କି ଜିମ୍ବାଓ୍ବେ ଦ୍ୱିପାକ୍ଷିକ ସିରିଜ ଖେଳିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଆଇସିସି ଇଭେଣ୍ଟରୁ ଏହି ରାଷ୍ଟ୍ରକୁ ବାସନ୍ଦ କରାଯାଇଛି। ଏହି କାରଣରୁ ଆମେ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେକୁ ସାମିଲ କରିଛୁ’ ବୋଲି ବିସିବି ମୁଖପାତ୍ର ଜଲାଲ୍‌ ୟୁନୁସ କହିଛନ୍ତି। ସେପ୍ଟେମ୍ବରରେ ବାଂଲାଦେଶ ମୁଖ୍ୟତଃ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଜିମ୍ବାଓ୍ବେ ବୋର୍ଡ ଅନୁରୋଧ ପରେ ଏହାକୁ ସାମିଲ କରାଯାଇ ତ୍ରି-ରାଷ୍ଟ୍ରୀୟ ସିରିଜରେ ରୂପାନ୍ତରିତ କରାଗଲା ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି। ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଘରୋଇ ବାଂଲାଦେଶ ବିପକ୍ଷରେ ଚିଟ୍ଟାଗଙ୍ଗରେ ଆଫଗାନିସ୍ତାନ ଏକ ଟେଷ୍ଟ ମ୍ୟାଚ୍‌ ଖେଳିବ। ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍‌ ହେବ। ଏହାପରେ ତ୍ରି-ରାଷ୍ଟ୍ରୀୟ ସିରିଜ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri