ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଲେ ୩୦୬୨

ବାଲେଶ୍ୱର ଅଫିସ, ୧୫।୫-ବାଲେଶ୍ୱର ରେଳଷ୍ଟେଶନରେ ଗୁରୁବାର ୪ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ୩୦୬୨ ପ୍ରବାସୀ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର।
ପ୍ରଥମ ଟ୍ରେନ ଗୁଜରାଟ ମରବୀ ଷ୍ଟେଶନରୁ ବାହାରି ଅପରାହ୍ନ ୪ଟାରେ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ବାଲେଶ୍ୱର ଜିଲାର ୯୬୦ ଓ ମୟୂରଭଞ୍ଜ ଜିଲାର ୬୧ ପ୍ରବାସୀ ଓଡ଼ିଆ ଅଛନ୍ତି। ଦ୍ୱିତୀୟ ଟ୍ରେନ୍‌ ମରବୀ ଷ୍ଟେଶନରୁ ବାଲେଶ୍ୱର ରେଳଷ୍ଟେଶନରେ ରାତି ୮ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱର ଜିଲାର ୯୪୩ ଓ ମୟୂରଭଞ୍ଜ ଜିଲାର ୭୨ ପ୍ରବାସୀ ଅଛନ୍ତି। ତୃତୀୟ ଟ୍ରେନ୍‌ ସୁରଟରୁ ବାହାରି ବାଲେଶ୍ୱର ରେଳଷ୍ଟେଶନରେ ରାତି ସାଢେ ୮ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱରର ୬୭୧ ଓ ମୟୂରଭଞ୍ଜର ୧୭ ପ୍ରବାସୀ ଅଛନ୍ତି। ସେହିପରି ଚତୁର୍ଥ ଟ୍ରେନ୍‌ ତାମିଲନାଡୁ ତ୍ରିପୁରାରୁ ବାହାରି ରାତି ସାଢେ ୧୦ଟା ବେଳେ ବାଲେଶ୍ୱର ରେଳ ଷ୍ଟେଶନରେ ରାତି ସାଢେ ୧୦ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱରର ୧୯୨ ଓ ମୟୂରଭଞ୍ଜର ୧୪୬ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ଜଣାପଡ଼ିଛି।
ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଥର୍ମାଲ ଟେଷ୍ଟ କରାଯାଉଛି। ବାଲେଶ୍ୱର ଜିଲାର ୧୨ ବ୍ଲକ ପାଇଁ ପୃଥକ ଭାବେ ରେଜିଷ୍ଟ୍ରେଶନ କାଉଣ୍ଟର ଖୋଲାଯାଇଛି। ପଞ୍ଜୀକରଣ ପରେ ପରିବହନ ବିଭାଗ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇ ନିଜ ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଛାଡ଼ିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ଜିଲା ପରିବହନ ବିଭାଗ ପକ୍ଷରୁ ୬୦ ବସ୍‌ ନିୟୋଜିତ ହୋଇଥିବା ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର, ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲା ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତି ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରି ସମସ୍ତ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋରଙ୍କ ତତ୍ତ୍ୱାବଧାନରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫ ଜଣ ଅଧିକାରୀ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ନିୟୋଜିତ ହୋଇଥିଲେ। ପଞ୍ଜିକରଣ ପାଇଁ ଶହେରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହାୟତା କରିବା ସହିତ ଏକ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

ଫୁଲୁଛି ବିରୁପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୁପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri