ବାଲିଯୋରୀ କପଡ଼ା ବଜାର ବନ୍ଦ, ସ୍ଥାନାନ୍ତର ଦାବି କଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲା ବେହେରା ମାର୍କେଟ୍‌ ୟାର୍ଡ଼ରେ ବସୁଥିବା ବାଲିଯୋରୀ କପଡ଼ା ବଜାରକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବୁଧବାର ବାଲିଯୋରୀ ଗ୍ରାମବାସୀ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଗତ ୮ତାରିଖ ପ୍ରଶାସନ ପକ୍ଷରୁ ବାଲିଯୋରୀ କପଡ଼ା ବଜାରକୁ ବେହେରା ମାର୍କେଟ୍‌ ୟାର୍ଡ଼ ପରିସରରେ ଖୋଲାଯାଇଛି। ଏହି କପଡ଼ା ବଜାରକୁ ଜିଲା ତଥା ରାଜ୍ୟ ବାହାରୁ ମଧ୍ୟ କପଡ଼ା ବ୍ୟବସାୟୀମାନେ ଆସୁଛନ୍ତି। ଏଥିଯୋଗୁ ବଜାରରେ ଅସମ୍ଭାଳ ଭିଡ଼ ରହୁଛି। ଫଳରେ କରୋନା ସଂକ୍ରମଣ ଭୟ ରହିଥିବା ଗ୍ରାମବାସୀ କହିଛନ୍ତି। ଏହି ଦୃଷ୍ଟିରୁ ତୁରନ୍ତ ଏହି କପଡ଼ା ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି । ସ୍ମାରକପତ୍ରରେ ସ୍ଥାନୀୟ ସରପଞ୍ଚ ଶୋଭାବତୀ ବିଶ୍ୱାଳଙ୍କ ସହିତ ବହୁ ଗ୍ରାମବାସୀଙ୍କ ସ୍ବାକ୍ଷର ରହିଛି। ସେହିପରି ଫାଇଟ୍‌ ଅନ୍‌ ରାଇଟ୍‌ର ସଭାପତି ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

CJP ସହ ବୈଠକ ପରେ ନଡ୍ଡାଙ୍କ ବଡ଼ ବୟାନ! ‘୩ ଦାବି, ୫ ପ୍ରସ୍ତାବ ମିଳିଛି’, କାଲି ହେବ…

ନୂଆଦିଲ୍ଲୀ,୨୪ା୭: NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରୁ ସୃଷ୍ଟି ହୋଇଥିବା ପ୍ରତିବାଦ ଏବେ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri