‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ ବିବାଦ ଘେରକୁ ଆସିଥିଲା। ଏପରିକି ଏହା ‘ବାଲା’ ପୂର୍ବରୁ ରିଲିଜ ହୋଇଥିଲା। ଏଥିଯୋଗୁ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡ଼ିପାରେ ଅଥବା ନିର୍ମାତାଙ୍କୁ ସମାଲୋଚିତ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏସବୁକୁ ଭୁଲ ସାବ୍ୟସ୍ତ କରିଛି ‘ବାଲା’ର ରୋଜଗାର। ମାତ୍ର ଚାରି ଦିନରେ ଫିଲ୍ମ ପଚାଶ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ରେକର୍ଡ କରିବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ସମସ୍ତଙ୍କ ମନ କିଣୁଛି। ଏସବୁମଧ୍ୟରେ ଆୟୁଷ୍ମାନଙ୍କ ପୁଅ ବିରାଜବୀର ପେନ୍‌ସିଲରେ ଫିଲ୍ମର ପୋଷ୍ଟରରେ ଥିବା ବାପାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ସ୍ତ୍ରୀ ତାହିରା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ଏହାର ଏକ ଫଟୋ ଶେୟାର କରିବା ସହ ଆୟୁଷ୍ମାନ ତୁମକୁ ବମ୍ବେରେ ବେଶି ସମୟ ରହିବା ଦରକାର। ବିରାଜ୍‌ ତୁମ ପାଇଁ କିଛି ଖାସ କରିଛି ଦେଖ ବୋଲି ଲେଖିଛନ୍ତି।

ପୂର୍ବରୁ ଆୟୁଷ୍ମାନଙ୍କ ‘ଡ୍ରିମ୍‌ଗର୍ଲ, ଅନ୍ଧାଧୁନ୍‌, ବଧାଇ ହୋ, ଶୁଭ ମଙ୍ଗଲ ସାବଧାନ୍‌, ବରେଲି କି ବର୍ଫି ଆଦି ଭଲ ରୋଜଗାର କରିଥିଲା। ସେହିଭଳି ‘ବାଲା’ ପାଞ୍ଚ ଦିନରେ ୬୧.୭୩ କୋଟି ରୋଜଗାର କରିଛି। ଫିଲ୍ମଟି ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦ୍ୱିତୀୟ ଫିଲ୍ମ। ଏଥିସହ ଏହା ସାଉଦିଆରବରେ ରିଲିଜ ହେବାକୁ ଯାଉଥିବା ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିଲକଙ୍କ ପରେ ଶ୍ରେୟସ ଆୟରଙ୍କଠାରୁ ଋତୁରାଜ ଗାୟକଓ୍ବାଡଙ୍କ ପର୍ଯ୍ୟନ୍ତ T20 ଟିମରେ କାହାକୁ ମିଳିବ ସ୍ଥାନ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୧: କ୍ରିକେଟର ତିଲକ ବର୍ମା ଆହତ ହୋଇଛନ୍ତି। ତାଙ୍କୁ ହବିଜୟ ଜାରେ ଟ୍ରଫି ସମୟରେ ଆଘାତ ଲାଗିଥିଲା। ଯଦିଓ ଆଘାତ ଗୁରୁତର ନୁହେଁ, ତଥାପି ଆଶା...

WPL 2026ରେ ଗ୍ଲାମରର ତଡ଼କା…, କ୍ରିକେଟ ମଇଦାନକୁ ଓହ୍ଲାଇବ ବଲିଉଡ଼! ଜାଣନ୍ତୁ କାହା ସହ ପରଫର୍ମ କରିବେ ହନି ସିଂହ

ନୂଆଦିଲ୍ଲୀ,୮।୧: ମହିଳା ପ୍ରିମିୟର ଲିଗ ୨୦୨୬ ଏକ ଭବ୍ୟ ଉଦଘାଟନ ପାଇଁ ପ୍ରସ୍ତୁତ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ...

ଫ୍ଲାଟ୍‌ ବାଲକୋନିରେ ଫସି ରହିଥିଲେ ଦୁଇ ସାଙ୍ଗ, ମୁକୁଳିବା ପାଇଁ ବ୍ଲିଙ୍କିଟ୍‌ରେ ଅର୍ଡର କଲେ ଜିନିଷ, ଆଉ ତା’ ପରେ…

ସାଧାରଣତଃ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ପୋଲିସ କିମ୍ବା ଅଗ୍ନିଶମ ବାହିନୀକୁ ପ୍ରଥମେ କଲ୍‌ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଅସୁବିଧାରେ ପଡ଼ି କେହି କେବେ...

ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ...

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର...

ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ

ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ...

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର, କରିବାକୁ ପଡିଲା ସର୍ଜରୀ, ଜାଣନ୍ତୁ ବର୍ତ୍ତମାନର ଅପଡେଟ

ନୂଆଦିଲ୍ଲୀ,୮।୧: ଭାରତୀୟ ଷ୍ଟାର କ୍ରିକେଟର ତିଲକ ବର୍ମାଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ...

ଶୋଇବା ସମୟରେ ପାଟିରୁ ଲାଳ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

କିଛି ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି, ସେହିପରି ଆଉ କିଛି ଲୋକ ମୁହଁ ଖୋଲା ରଖି ଶୋଇଥାନ୍ତି। କେତେକ ସମୟରେ, ଶୋଇବା ସମୟରେ ମୁହଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri