ବାର୍‌ହା ମାରି ମାଂସ ଭାଗ ସମୟରେ ଚଢାଉ: କଟା ମାଂସ, ୨ ବାଇକ୍‌ ଜବତ

ସୋନପୁର,୩୦।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୟୂରଉଡାନ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ବନ ବିଭାଗ ଗୁରୁବାର ୮ କିଲୋ ବାର୍‌ହା ମାଂସ ଜବତ କରିଛି। କେତେକ ଲୋକ ବାର୍‌ହା ମାରି ମାଂସ ଭାଗ କରୁଥିଲେ। ସୂଚନା ପାଇ ଲଛିପୁର ବନପାଳ ବାବାଜୀ ନାଏକଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ। ବନ ବିଭାଗର ଗାଡି ଦେଖି ଅଭିଯୁକ୍ତମାନେ ବାଇକ୍‌, କଟା ମାଂସ ଓ ମୋବାଇଲ ଛାଡି ଫେରାର ହୋଇଯାଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳରୁ ବାର୍‌ହା ମୁଣ୍ଡ, ୮ କିଲୋ ମାଂସ, ୨ଟି ବାଇକ୍‌ ନଂ ଓଆର୦୩ଏଚ-୫୦୫୯ ଓ ଓଡି୩୧ଏ-୦୬୦୮, ଗୋଟିଏ କମ୍ପ୍ୟୁଟର ଓଜନ ମେଶିନ, ବଟକରା, ୨ଟି ଟାଙ୍ଗିଆ, ୨ଟି ଛୁରି, ୨ଟି କଟୁରି, ୨ଟି ପନଖି ଏବଂ ଗୋଟିଏ ମୋବାଇଲ ଜବତ କରିଛନ୍ତି। ବନ ବିଭାଗ ଜବତ ମାଂସକୁ ସୋନପୁର ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସଂଗ୍ରହ କରାଯାଇଥିବା ମାଂସ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓଡିଶା ପ୍ରାଣୀ ମହାବିଦ୍ୟାଳୟ(ବନ୍ୟ ଜନ୍ତୁ ସ୍ବାସ୍ଥ୍ୟ)କୁ ପଠାଯିବ। ମାଂସ ଓ ମୁଣ୍ଡକୁ ଗାତଖୋଳି ବନ ବିଭାଗର ନର୍ସରୀରେ ପୋତି ଦିଆଯାଇଛି। ବାର୍‌ହାଟି ୨ ବର୍ଷର ହୋଇଥିବା ବେଳେ ବାଟହୁଡି ଜଙ୍ଗଲ ଭିତରୁ ଚାଲି ଆସିଥିଲା। କୁକୁର ଲଗାଇ କେତେକ ଲୋକ ତାକୁ ମାରିଥିବା ଅନୁମାନ କରାଯାଉଛି। ସୋନପୁର ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SIR ବ୍ରାଣ୍ଡ ଆମ୍ବାସାଡର ହେଲେ ପାୟଲ, ଜିଲାବାସୀଙ୍କୁ କଲେ ଏମିତି ଅପିଲ

ବଲାଙ୍ଗୀର, ୨।୬ (ସୁନିଲ କୁମାର ମହାନ୍ତି) : ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ୨୦୨୬ ପ୍ରକ୍ରିୟା ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ…

ଛତ୍ରପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଲେ ଫାର୍ମାସୀ ଅଫିସର, ମୂଳ ଦରମା ସଂଶୋଧନ ଦାବିରେ…

ଛତ୍ରପୁର,୨।୬(ଦିଲ୍ଲୀପ ସାମଲ): ଫାର୍ମାସୀ ଅଫିସରମାନେ ରାଜ୍ୟର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଏକ ଅବିଭାଜ୍ୟ ଅଂଶ ଭାବେ ଔଷଧ ବିତରଣ, ରୋଗୀ ସେବା ସହଯୋଗ, ବିଭିନ୍ନ ଜାତୀୟ ସ୍ବାସ୍ଥ୍ୟ…

ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ! ସବୁ ଦୋକାନରେ ମିଳୁଛି ମଦ, ଏନଫୋର୍ସମେଣ୍ଟ ସ୍କ୍ବାଡ୍…

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି । ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ…

ଅଞ୍ଚଳବାସୀଙ୍କ ବହୁଦିନ ପ୍ରତୀକ୍ଷା ହେବ ପୂରଣ: ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ହେବ ପାଠପଢା

ପଦ୍ମପୁର, ୨।୬ (ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳବାସୀଙ୍କ ବହୁଦିନ ପ୍ରତୀକ୍ଷା ଓ ଦାବି ପୂରଣ ହେବାକୁ ଯାଉଛି । ଚଳିତ ଶିକ୍ଷାବର୍ଷରୁ ହିଁ ପଦ୍ମପୁର ଠାରେ ପ୍ରସ୍ଥାବିତ…

ଦିଗପହଣ୍ଡିର ବିଶିଷ୍ଟ ଫଟୋଗ୍ରାଫରଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ବିଶିଷ୍ଟ ଫଟୋ ଓ ଭିଡ଼ିଓ ଗ୍ରାଫର ଓଡ଼ି.ପ୍ରଦୀପ କୁମାର(ଟିକି)ଙ୍କ ୫୬ ବର୍ଷ ବୟସରେ ମଙ୍ଗଳବାର ସକାଳେ…

ଦଳିତମାନଙ୍କ ଉପରେ ଆକ୍ରମଣ: ମୌଳିକ ସମସ୍ୟାର ସମାଧାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ…

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ / ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩% (ଦଳିତ ୧୯.୫% ଓ…

ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ…

ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ବଢିଲା ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା,୨।୬: କେନ୍ଦ୍ରପଡ଼ା ଜିଲା ସଦର ଥାନା ଅଧୀନ କଜଳା ରୋଡ ରେଳ ଧାରଣା କଡ଼ ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri