ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟରୁ ଅପରାଧୀମାନେ ଆସି ଏଠାରେ ଅପରାଧ ଘଟାଇ ସହଜରେ ଖସିଯିବା ନଜିର ରହିଛି। ସେହିପରି ଅନ୍ୟ ଜିଲାରୁ ଅପରାଧୀମାନେ ଆସି ଏଠାରେ ଘର ଭଡା ନେଇ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଗତ ମଙ୍ଗଳବାର ବାରିପଦା ସହର ବିଜୁ ପଟ୍ଟନାୟକ ଗୋଲେଇସ୍ଥିତ ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ସୁନା ବ୍ୟବସାୟୀଙ୍କଠାରୁ ହୋଇଥିବା ଲୁଟ ଘଟଣାରେ ଧରାପଡିଥିବା ଅଭିଯୁକ୍ତଙ୍କ ବୟାନରୁ ଏହା ପ୍ରମାଣିତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଲୁଟ୍‌ ମାମଲାରେ ଧରାପଡିଥିବା ଅଭିଯୁକ୍ତ ଫୁଲି ଗୋପାଲଙ୍କ ଘର ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳରେ । ସେ ପ୍ରାୟ ଏକ ବର୍ଷ ହେବ ବାରିପଦା ରଘୁନାଥପୁର ଅଞ୍ଚଳରେ ଭଡାଘରେ ରହୁଥିଲେ। ତାଙ୍କ ସହିତ ଏକାଧିକ ସହଯୋଗୀ ରହୁଥିଲେ। ସେମାନେ ବାଲେଶ୍ୱର ଜିଲାର ବାଳିଆପାଳ, ନୀଳଗିରି ଥାନା ଅଞ୍ଚଳରେ ଅପରାଧ ଘଟାଇ ବାରିପଦା ଆସି ଆତ୍ମଗୋପନ କରି ରହୁଥିଲେ। ଏଥିରୁ ବାରିପଦା ସହରକୁ ସେମାନେ ସୁରକ୍ଷିତ ସ୍ଥାନ ଭାବେ ବାଛି ଅପରାଧ ଘଟାଇବାକୁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏହି ମାମଲାରେ ଅନ୍ୟ ୪ ଜଣ ସହଯୋଗୀ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି । ଏହିଭଳି ଆହୁରି ଅନେକ ବାରିପଦା ସହରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ଚୋରି ଓ ଲୁଟ ଘଟଣା ଘଟାଉଥିବା ପୋଲିସକୁ ସୁରାକ ମିଳିଛି। କେତେକ ବସ୍ତି ଅଞ୍ଚଳରେ ରହି ଅପରାଧ ଘଟଣାକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। କେତେକ ବୁଲା ବିକାଳି ମଧ୍ୟ ଅପରାଧ ଘଟଣାରେ ଜଡିତ ରହୁଛନ୍ତି।
ଉଲ୍ଲେଖନୀୟ ଯେ, ବାରିପଦାରେ ଗତ ସେପ୍ଟେମ୍ବର ପହିଲାର ଅଦ୍ୟାବଧି ୫୫ ଦିନରେ ୩୯ ଟି ଚୋରି ମାମଲା ଘଟିଛି। ହାତଗଣତି କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କର କୌଣସି ସୁରାକ ମିଳି ନାହିଁ ା ଅନ୍ୟପକ୍ଷେ ଧରାପଡୁଥିବା ଅଭିଯୁକ୍ତମାନେ ଜାମିନରେ ଖଲାସ ହୋଇ ପରେ ସାଧାରଣ ଲୋକଙ୍କ ସହିତ ପୋଲିସ କର୍ମଚାରୀ, ରାଜନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ବେଳେ ଚୋର, ଲୁଟେରାଙ୍କ ଉପଦ୍ରବ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପଡୋଶୀ ରାଜ୍ୟରୁ କେତେକ ଅପରାଧୀ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆସି ଏଠାରେ ବିଭିନ୍ନ ଅପରାଧ ଘଟାଇବା ପୋଲିସ ରେକର୍ଡ ରହିଛି। ଏହା ସତ୍ତ୍ୱେ ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁନାହିଁ। ଅନ୍ୟପକ୍ଷେ ଘର ମାଲିକମାନେ ଘରଭଡା ଦେବା ବେଳେ ଭଡାଟିଆଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ବାରିପଦା ସଦର ଭାରପ୍ରାପ୍ତ ଏସଡିପିଓ ଯଦୁନାଥ ଜେନାଙ୍କୁ ପଚାରିବାରୁ କହିଛନ୍ତି, ଏଠାରେ ଅପରାଧ ଘଟଣା ରୋକିବା ପାଇଁ ତାଙ୍କୁ ଏସପି ସ୍ବତନ୍ତ୍ର ଭାବେ ଦାୟିତ୍ୱ ଦେଇଛନ୍ତି। ସହରରେ ରହୁଥିବା ସମସ୍ତ ଭଡାଟିଆଙ୍କ ସମ୍ପର୍କରେ ଶୀଘ୍ର ତଥ୍ୟ ସଂଗ୍ରହ କରାଯିବ । ଯେଉଁମାନେ ଘର ଛାଡି ସହର ବାହାରକୁ ଯାଉଛନ୍ତିି, ସେମାନେ ପୋଲିସକୁ ସୂଚନା ଦେବା ଦରକାର। ଏହାଦ୍ୱାରା ପୋଲିସ ପାଟ୍ରୋଲିଂ କରି ସେହି ଅଞ୍ଚଳ ଉପରେ ନଜର ରଖିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri