ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ

କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ ଖଣି ଅଞ୍ଚଳର ରାସ୍ତାଘାଟ ଅସୁରକ୍ଷିତ ହୋଇଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ା ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା ଏହି ଖଣି ଅଞ୍ଚଳ ଦେଇ ସାଧାରଣ ଲୋକଙ୍କ ଯାତାୟତ ପାଇଁ ରାସ୍ତା ଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇ ରାସ୍ତା ମରାମତି କରାଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ସେହିପରି ଏହି ରାସ୍ତାରେ ଖଣିଜପଥର ପରିବହନ ଯୋଗୁଁ ସାଧାରଣ ଲୋକ ମାନେ ଯାତାୟତ ରେ ବହୁ ଅସୁବିଧା ଭୋଗୁଛନ୍ତି। ଖଣି କତୃପକ୍ଷ ଓ ଖଣିକାର୍ଯ୍ୟ କରୁଥିବା ଠିକା ସଂସ୍ଥା ମାନେ ନିଜର ଲାଭକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁବିଧା, ଶ୍ରମିକଙ୍କ ସୁରକ୍ଷା ଏବଂ ପରିବେଶର ରକ୍ଷଣାବେକ୍ଷଣ କୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।
ପ୍ରକାଶ ଯେ, ଦୈନିକ ଏହି ଖଣିରେ ଶହ ଶହ ସଂଖ୍ୟାରେ ଲୁହାପଥର ଟ୍ରକ ପରିବହନ କରିଥାଏ। ରାସ୍ତା ଭଲ ନ ଥିବାରୁ ଟ୍ରକ ଗୁଡିକ ଖଣିକୁ ଅସୁରକ୍ଷିତ ଅବସ୍ଥାରେ ଯାତାୟତ କରୁଛି। ଏପରିକି ରାସ୍ତାରେ ବହଳ ପରିମାଣର ଧୂଳି ଯୋଗୁ ଅନେକ ସମୟରେ ସ୍ଲିପ କରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ଲାଗି ଟ୍ରକ ଚାଳକ, ଶ୍ରମିକ ତଥା କର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ରାସ୍ତାରେ ପାଣି ସିଞ୍ଚପ କରିବା ବ୍ୟବସ୍ଥା ଥିଲେ ହେଁ ନିୟମିତ କରାଯାଉନଥିବାରୁ ଧୂଳି ଉଡି ଆଖପାଖ ଅଞ୍ଚଳର ଜନବସତି, ଜଳାଶୟ, ଜଙ୍ଗଲରେ ପଡୁଥିବାରୁ ଜଳ ଓ ବାୟୁ ପ୍ରଦୂଷଣ ହେଉଛି।
ଖଣି ତଦାରଖ କରିବାକୁ ଆସୁଥିବା ଆଇବିଏମ, ଡିଜିଏମଏସ ତଥା ଓଏମସି ର ଅଧିକାରୀ ମାନେ ଏସବୁ ପ୍ରତି ଗୁରୁତ୍ୱ ଦେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଖଣି ଦ୍ୱାରା ବହୁ ମୂ୍ଯଯବାନ ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ବହୁ ଜଳସ୍ରୋତ ଲୁପ୍ତ ହୋଇଯାଇଥିଲେ ହେଁ ସେସବୁର ସୁରକ୍ଷା ପାଇଁ ମ୍ଯଯ ପଦକ୍ଷେପ ନିଆଯାଉନଥିବାରୁ ଏହାର ପରିଣାମ ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡୁଛି ା ଜଳ ସମସ୍ୟା ସାଙ୍ଗକୁ ଜଙ୍ଗଲରୁ ମିଳୁଥିବା ବନଜାତ ଦ୍ରବ୍ୟର ଅଭାବ ଦେଖାଦେଉଛି। ଏନେଇ ଓଏମସି ସାଧାରଣ ପ୍ରବନ୍ଧକ ପ୍ରଶାନ୍ତ ସାହୁଙ୍କୁ ପଚରାଯିବାରୁ ଖଣି ଅଞ୍ଚଳରେ ଖଣି ନିୟମାନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପରିବେଶର ସୁରକ୍ଷା ଏବଂ ପାରିପାର୍ଶ୍ୱିକ ଉନ୍ନୟନ କାମ ନୀତି ନିୟମ ଅନୁସାରେ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri