Posted inଖେଳ

ବାରବାଟୀ ମୁକାବିଲା: ଗ୍ୟାଲେରୀ ୭ ବାଦ୍‌, କମିଲା ୫୨୮୨ ଟିକେଟ୍‌

କଟକ ଅଫିସ,୨୭ା୧୧- ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ କ୍ରମେ ପାଖେଇ ଆସିଛି। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମ୍ୟାଚ୍‌କୁ ସଫଳ ଭାବେ ଆୟୋଜନ କରିବାକୁ ବିଭିନ୍ନ ସ୍ତରରୁ ଚାଲିଛି ପ୍ରଚେଷ୍ଟା। ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହି ଗ୍ୟାଲେରୀ ନଂ-୭ର ଟିକେଟ୍‌ ବିକ୍ରି କରାଯିବନି ବୋଲି ମତ ଦେଇଛନ୍ତି। ସରକାରୀ ଏଜେନ୍ସି ଏହି ଗ୍ୟାଲେରୀର ଅନୁଧ୍ୟାନ ଶେଷ କରିଛି। ଏଯାଏ ରିପୋର୍ଟ ଦେଇ ନାହିଁ। ତେଣୁ ଓସିଏ କୌଣସି ପ୍ରକାର ରିସ୍କ ନେବାକୁ ଚାହେଁନି ବୋଲି ସଞ୍ଜୟ କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୩ହଜାର ୯୨୯ ରହିଥିବା ବେଳେ ଗ୍ୟାଲେରୀ ନଂ-୭ ବାଦ୍‌ ପଡ଼ିବା ପରେ ୫୨୮୨ ଟିକେଟ୍‌ ସିଧାସଳଖ କମିଛି। ମ୍ୟାଚ୍‌ ଆୟୋଜନ ନେଇ ସମସ୍ତ ସରକାରୀ ଅଧିକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରାଯାଇଥିଲା। ପାର୍କିଂଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଯୋଗ ଦେଇଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିଶନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସମେତ ଓସିଏର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
ସକାଳେ ୱେଷ୍ଟଇଣ୍ଡିଜ, ସନ୍ଧ୍ୟାରେ ଭାରତର ଅଭ୍ୟାସ
ଉଭୟ ଦଳ ୧୯ ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ୨୦ ଓ ୨୧ରେ ଉଭୟ ଦଳ ଅଭ୍ୟାସ ନିମନ୍ତେ ବାରବାଟୀକୁ ଆସିବେ ବୋଲି ଜଣାପଡ଼ିଛି। ଭାରତୀୟ ଦଳର ଅଭ୍ୟାସ ସମୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ ଦଳ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। କିଛି ନିର୍ଦ୍ଦିଷ୍ଟ ଗ୍ୟାଲେରୀରେ ଦର୍ଶକ ନେଟ୍ସ ସେସନ ଦେଖିବାର ବ୍ୟବସ୍ଥା ରହିବ।
ସଜେଇ ହେବ ରିଂ ରୋଡ୍‌
ଖେଳାଳିମାନେ ରିଂ ରୋଡ୍‌ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ସେମାନଙ୍କ ଯାତାୟାତ ପଥକୁ ସୁସଜ୍ଜିତ କରିବାର ଦାୟିତ୍ୱ ନେଇଛି କଟକ ମହାନଗର ନିଗମ(ସିଏମ୍‌ସି)। ସିଏମ୍‌ସି କମିଶନର ଅନନ୍ୟା ଦାସ ଉପସ୍ଥିତ ରହି ରିଂରୋଡ୍‌ର ବିଭିନ୍ନ ସ୍ଥାନ ମରାମତି କରାଯିବା ସହ ଏହାକୁ ସୁସଜ୍ଜିତ କରାଯିବ ବୋଲି କହିଛନ୍ତି।
ଟିକେଟ୍‌ ଦର ଅପରିବର୍ତ୍ତିତ
ପୂର୍ବରୁ ଯାହା ଟିକେଟ ଦର ଥିଲା, ଆସନ୍ତା ମ୍ୟାଚରେ ମଧ୍ୟ ସମାନ ରହିବ। ଟିକେଟ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ କେବଳ ଏଥିରେ ଜିଏସଟି ଟ୍ୟାକ୍ସ ଯୋଡ଼ି ହୋଇଛି। ଟିକେଟରେ ସିଟ୍‌ ନମ୍ବର ଉଲ୍ଲେଖ ରହିବ।
ଗ୍ୟାଲେରୀ ଟିକେଟ୍‌ ଦର(ଟଙ୍କାରେ)
୧ ଓ ୩ ୬୦୦
୨ ଓ ୪ ୫୦୦
୬ ନମ୍ବର ୪୦୦
ସ୍ପେଶାଲ ଏନକ୍ଲୋଜର ୩୦୦୦
ନ୍ୟୁ ପ୍ୟାଭିଲିୟନ ୫୦୦୦
କର୍ପୋରେଟ ବକ୍ସ ୮୦୦୦
ଏସି ବକ୍ସ ୫୦୦୦
୨୧.୭୧ କୋଟି ଟଙ୍କାର ଇନସ୍ୟୁରାନ୍ସ
ମ୍ୟାଚ୍‌ ପାଇଁ ମୋଟ ୨୧ କୋଟି ୭୧ ଲକ୍ଷ ୭୦ହଜାର ଟଙ୍କାର ଇନସ୍ୟୁରାନ୍ସ କରାଯାଇଥିବା ଜଣାପଡ଼ିଛି। ଏଥିରେ ଦର୍ଶକଙ୍କ ନିମନ୍ତେ ୭କୋଟି ଟଙ୍କାର ଇନସ୍ୟୁରାନ୍ସ ରହିଥିବା ବେଳେ ଅଗ୍ନିକାଣ୍ଡ କିମ୍ବା ଅନ୍ୟ ବିପଦ ନିମନ୍ତେ ରହିଛି ୮କୋଟି ଟଙ୍କାର ଇନସ୍ୟୁରାନ୍ସ। ୬କୋଟି ୭୧ଲକ୍ଷ ୭୦ହଜାର ଟଙ୍କା ଅପ୍ରତ୍ୟାଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନସ୍ୟୁରାନ୍ସ କରାଯାଇଛି।
ଖାଦ୍ୟ ଦର ଉପରେ ଲାଗିବ କଟକଣା
ଗ୍ୟାଲେରୀ ଗୁଡ଼ିକରେ ବିକ୍ରି ହେବାକୁ ଥିବା ଶୁଖିଲା, ରନ୍ଧା ଖାଦ୍ୟ ଦର ଉପରେ କଟକଣା ଲଗାଯିବ। ଭେଣ୍ଡରମାନେ ମନମୁଖୀ ଚଢ଼ା ଦରରେ ଏହାକୁ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ଏ ନେଇ ଉପଜିଲାପାଳଙ୍କ ତତ୍ତ୍ବାବଧାନରେ ଖାଦ୍ୟ ଦର ନିର୍ଦ୍ଧାରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?