Posted inଖେଳ

ବାରବାଟୀ ନିର୍ଣ୍ଣାୟକ ଲଢ଼େଇ: ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ

ଭୁବନେଶ୍ୱର, ୧୯।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀ ମ୍ୟାଚ୍‌ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆସି ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ବିଶାଖାପାଟନାରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ୧୦୭ ରନର ବୃହତ୍‌ ବ୍ୟବଧାନରେ ଜିତି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ର ସମାନସ୍ତରକୁ ଆଣିଛି। ତେଣୁ ସିରିଜର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର। କ୍ରୀଡ଼ାପ୍ରେମୀ ଅତି ନିକଟରୁ ସେମାନଙ୍କ ଖେଳାଳିଙ୍କ ଖେଳକୁ ଉପଭୋଗ କରିବାର ସୁଯୋଗ ପାଇବେ।
ସର୍ବାଗ୍ରେ ଜାଡେଜା, ଆକର୍ଷଣରେ ରୋହିତ୍‌, କୋହଲି- ଗୁରୁବାର ଅପରାହ୍ନ ପାଖାପାଖି ୧ଟା ବେଳକୁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣାରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେଠାରୁ ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ ଉଭୟ ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ ଫେୟାରକୁ ଅଣାଯାଇଥିଲା। ବିମାନ ବନ୍ଦରରୁ ହୋଟେଲକୁ ଆସିବାକୁ ୨୦-୨୫ ମିନିଟ୍‌ ସମୟ ଲାଗିଥିଲା। ପ୍ରଥମେ ଭାରତୀୟ ଖେଳାଳିଙ୍କୁ ନେଇ ଆସୁଥିବା ବସ୍‌ ଓ ପରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ବସ୍‌ ହୋଟେଲ ମଧ୍ୟକୁ ପ୍ରବେଶ କରିଥିଲା। ଏହାପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଲା। ଭାରତୀୟ ଖେଳାଳିମାନେ ପ୍ରଥମେ ହୋଟେଲ ମଧ୍ୟକୁ ପ୍ରବେଶ କରିଥିବାବେଳେ ସର୍ବାଗ୍ରେ ରହିଥିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ପଛକୁ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଶର୍ମା, ଅଧିନାୟକ ବିରାଟ କୋହଲି, ଗତ ମ୍ୟାଚ୍‌ର ହ୍ୟାଟ୍ରିକ ହାସଲକାରୀ ବୋଲର କୁଲଦୀପ ଯାଦବଙ୍କ ସମେତ ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ହୋଟେଲକୁ ଯାଇଥିଲେ। ଏହାପରେ ଅଧିନାୟକ କିରନ ପୋଲାର୍ଡଙ୍କ ସମେତ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବସରୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ସିମରନ ହେଟ୍‌ମେର, ନିକୋଲାସ ପୁରାନ, ଶାଇ ହୋପ୍‌, କେସରିକ ଓ୍ବିଲିୟମ୍ସ, ଶେଲଡନ କଟ୍ରେଲ ପ୍ରମୁଖ ଆକର୍ଷଣର କେନ୍ଦ୍ରରେ ରହିଥିଲେ।
ସ୍ବାଗତରେ ଆଧୁନିକତାର ଛାପ- ଏଥର ଖେଳାଳିମାନଙ୍କୁ ସ୍ବାଗତ କରିବାରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୂର୍ବରୁ ଖେଳାଳିମାନଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ, ଶଙ୍ଖ ଫୁଙ୍ଖି ହୋଟେଲ ମଧ୍ୟକୁ ପାଛୋଟି ନିଆଯାଇଥିଏ। କିନ୍ତୁ ଚଳିତ ଥର ହୋଟେଲ ପକ୍ଷରୁ ଏକ ଭିନ୍ନ ଆୟୋଜନ କରାଯାଇଥିଲା। ହୋଟେଲର କିଛି ମହିଳା ଓ ପୁରୁଷ କର୍ମଚାରୀ ‘ତୁନେ ମାରି ଏଣ୍ଟ୍ରି, ଦିଲ୍‌ ମେ ବାଜି ଘଣ୍ଟି’ ଗୀତର ତାଳେ ତାଳେ ନୃତ୍ୟ କରି ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏଭଳି ସ୍ବାଗତ ଉତ୍ସବ ବେଶ୍‌ ଚର୍ଚ୍ଚାରେ ରହିଥିଲା।
ମାହିଙ୍କ ଅନୁପସ୍ଥିତି ନେଇ ଦର୍ଶକ ନିରାଶ- ନିଜର ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ବିମାନ ବନ୍ଦରଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କ୍ରୀଡ଼ାପ୍ରେମୀଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଖେଳାଳି ଆସୁଥିବା ଖବର ପାଇ ହୋଟେଲ ସମ୍ମୁଖରେ ମଧ୍ୟ ଅପରାହ୍ନରୁ ଲୋକଙ୍କ ଗହଳି ଲାଗିବା ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ମାହି) ଏଥର ଦଳ ସହ ନ ଥିବାରୁ ଏହାକୁ ନେଇ ଉପସ୍ଥିତ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା। କିଛି ଦର୍ଶକ ହାତରେ ‘ମିସ୍‌ ୟୁ ମାହି’ ଲେଖାଥିବା ପ୍ଲାକାର୍ଡ ଧରି ନିଜର ନିରାଶ ଜଣାଇଥିଲେ।
କଡ଼ା ସୁରକ୍ଷା ବଳୟ- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବିମାନ ବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଆଣିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖେଳାଳିଙ୍କ ବସର ଆଗରେ ଓ ପଛରେ ପୋଲିସ ଗାଡ଼ି ଏକ୍ସର୍ଟ କରି ଖେଳାଳିଙ୍କୁ ହୋଟେଲ ପର୍ଯ୍ୟନ୍ତ ନେଇଥିଲା। ସେହିଭଳି ଖେଳାଳିଙ୍କ ବସ୍‌ ଯିବା ସମୟରେ ବିଭିନ୍ନ ଛକରେ ଟ୍ରାଫିକ ପକ୍ଷରୁ ମଧ୍ୟ କିଛି ସମୟ ପାଇଁ କଟକଣା ଲଗାଯାଇଥିଲା। ହୋଟେଲ ଭିତରେ ଓ ବାହାରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାରେ ଏସ୍‌ଓଜି କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri