Posted inଖେଳ

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌ କିଣିଛନ୍ତି। ଅଫ୍‌ଲାଇନ୍‌ ଟିକେଟ୍‌ ଉନ୍ମୋଚନ କରାଯିବା ଅବସରରେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମ୍ୟାଚ୍‌ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା, ଏଚ୍‌ଡିଏଫସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ଅବିନାଶ ବେହେରା ଏହି ଅବସରରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ଗ୍ୟାଲେରି ନଂ-୧ର ଟିକେଟ କିଣିଥିବା ଜଣାପଡ଼ିଛି। ଏଥିସହିତ ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଟିକେଟ୍‌ ଉନ୍ମୋଚିତ ହୋଇଛି। ଆସନ୍ତା ୧୯ ଓ ୨୦ରେ କ୍ରିକେଟପ୍ରେମୀ ମାନଙ୍କ ନିମନ୍ତେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ମୋଟ୍‌ ୧୦,୫୦୦ ଟିକେଟ ଉପଲବ୍ଧ ରହିବ। ଏ ନେଇ ଚଳିତବର୍ଷ ୧୨ଟି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ହର୍ସଗେଟ୍‌ ନିକଟରେ ଖୋଲିବାକୁ ଥିବା ୨ଟି କାଉଣ୍ଟରରେ ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ, କର୍ପୋରେଟ ବକ୍ସ ଓ ଏସି ବକ୍ସ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବାବେଳେ ଅନ୍ୟ ୧୦ଟି କାଉଣ୍ଟରରେ ବିଭିନ୍ନ ଗ୍ୟାଲେରି ଗୁଡ଼ିକର ଟିକେଟ୍‌ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri