ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର ଅବହେଳା ପାଇଁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବହୁ ଅଙ୍ଗନୱାଡ଼ିର ଗୃହ ନ ଥିବାରୁ ବାରଣ୍ଡା ଓ ଅସ୍ବାସ୍ଥ୍ୟକର ପରିବେଶରେ କେନ୍ଦ୍ର ଗୁଡ଼ିକ ଚାଲିଛି। ଯାହାଫଳରେ ସରକାରଙ୍କ ଯୋଜନା ବାଟବଣା ହୋଇଛି।
ଏଭଳି ଆଦିବାସୀ ବହୁଳ ଜଡ଼ାବାଙ୍କ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳ ଡିଏମଏଫ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ଏହାର ସୁଧାର ଆସିବ ବୋଲି ଏ ଅଞ୍ଚଳର ଲୋକମାନେ ଭାବିଥିଲେ । କିନ୍ତୁ ଡିଏମଏଫ ଯୋଜନାର ଅର୍ଥ ଠିକ କାମରେ ଲାଗୁ ନ ଥିବା ଏଥିରୁ ଅନୁମେୟ । ଉକ୍ତ ଅଙ୍ଗନୱାଡ଼ିରେ ୪୫ ଛାତ୍ରୀଛାତ୍ର ଶିକ୍ଷାଦାନ କରୁଛନ୍ତି । କିଛିଦିନ ଅଙ୍ଗନୱାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ ଚାଲୁଥିବା ବେଳେ ଏବେ ଅସୁରକ୍ଷିତ ଆଜବେଷ୍ଟ ବିଦ୍ୟାଳୟ ଶ୍ରେଣୀଗୃହ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି । ଉକ୍ତ ଘରଟିର କାନ୍ଥ ଓ ଘରର କାଠ ଭାଙ୍ଗି ଯାଇଛି । ସେହି ଅସୁରକ୍ଷିତ ଗୃହ ବାରଣ୍ଡାରେ କୋମଳମତୀ ଶିଶୁଙ୍କୁ ବସାଇ କାମଚଳା ଶିକ୍ଷାଦାନ ଚାଲିଛି । ମେଘ ହେଲେ କୋମଳମତୀ ଛାତ୍ରୀଛାତ୍ର ମାନେ ଚଟେଇ ଓ ପଟିକୁ ଧରିବା ସହିତ ବହି ସ୍ଲେଟକୁ ଧରି ଠିଆହୋଇ ରହିଥାନ୍ତି । ସୂଚନାରୁ ଜଣାଯାଇଛି ଯେ ୨୧୯ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୧୦୯ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି । ୧୧୦ ଟି କେନ୍ଦ୍ରର ଗୃହ ନାହିଁ । ଏଥିମଧ୍ୟରୁ ୬୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ ଓ ବାରଣ୍ଡାରେ ଚାଲୁଛି। ୫ଟି କେନ୍ଦ୍ର ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲିଛି । ୨୭ଟି କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ଚାଲିଛି । ୧୪ ଟି କେନ୍ଦ୍ର ଅନ୍ୟାନ୍ୟ ସ୍ଥାନରେ ଚାଲିଛି । ଆଉ କେତେକ କେନ୍ଦ୍ର ଗଛମୂଳେ ଚାଲୁଥିବା ନଜରକୁ ଆସିଛି । ଘର ନ ଥିବାରୁ ପାନୀୟ ଜଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହିତ ନୂତନ ଗୃହ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri