ବାର ଅନୁଯାୟୀ ଖୋଲିବ ବଜାର

ଅନୁଗୋଳ ଅଫିସ, ୨୨।୪ – ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ପାଳନ କରାଯାଉଛି। ଲକ୍‌ଡାଉନ୍‌ ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହୁଛି। ତେବେ କଟକଣାରେ ସାମାନ୍ୟ କୋହଳ କରାଯାଇଥିବାରୁ ଏବେ ବାର ଅନୁଯାୟୀ ବଜାରରେ ଥିବା ଅନ୍ୟ ଦୋକାନଗୁଡ଼ିକ ଖୋଲା ରହିବ। ପୂର୍ବରୁ ପନିପରିବା, ଫଳ, ତେଜରାତି ସାମଗ୍ରୀ, କ୍ଷୀର, ମାଛ ଓ ମାଂସ ଦୋକାନ ଖୋଲା ରହୁଥିବା ବେଳେ ଆଗାମୀ ଦିନରେ ବହି, ହାର୍ଡଓ୍ବେର, ଇଲେକ୍ଟ୍ରି ଦୋକାନ ଆଦି ଖୋଲାଯିବ। ପୂର୍ବ ନିର୍ଦ୍ଧାରିତ ସମୟ ଯଥା ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଲୋକେ ସାମାଜିକ ଦୂରତ୍ୱ ରଖି ଓ ମାସ୍କ ପିନ୍ଧି ସାମଗ୍ରୀ କିଣାକିଣି କରିପାରିବେ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ପୂର୍ବଭଳି କେବଳ ଔଷଧ ଦୋକାନ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକ କେବଳ ପାର୍ସଲ ସହ ହୋମ୍‌ ଡେଲିଭରି କରିପାରିବେ। ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ରହିବ। ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ ରାଜସ୍ବ ବିଭାଗ ସମେତ କରୋନା ପାଇଁ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସିବେ। ସବ୍‌ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଖୋଲା ରହିବ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ପାଳନ ସହ ରୁରାଲ୍‌ ହାଉସିଂ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ସ୍ବଚ୍ଛ ଭାରତ ଯୋଜନା, ପାନୀୟ ଜଳ ଓ ଉଠା ଜଳସେଚନ ଆଦି କାର୍ଯ୍ୟ ଚାଲୁ ରହିବ। ଗ୍ରାମାଞ୍ଚଳ ରାସ୍ତା, ରାଜପଥ ଓ ରେଳପଥ ନିର୍ମାଣ ଚାଲିବ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ କେବଳ ସେହି ଅଞ୍ଚଳର କିମ୍ବା କ୍ୟାମ୍ପରେ ଥିବା ଶ୍ରମିକମାନଙ୍କ ଦ୍ୱାରା କରାଯିବ। ବିଭିନ୍ନ ତହସିଲ ଅନ୍ତର୍ଗତ ବାଲିଘାଟ, କ୍ରଶର ୟୁନିଟ ଓ ପଥର ଖଣି କାର୍ଯ୍ୟ ଚାଲୁ ରହିବ। ରବିବାର ଓ ବୁଧବାର ବହି ଦୋକାନ, ସୋମବାର ଓ ଶୁକ୍ରବାର ହାର୍ଡଓ୍ବେର ଷ୍ଟୋର, ମଙ୍ଗଳ ଓ ଶନିବାର ଇଲେକ୍ଟି ସାମଗ୍ରୀ ଦୋକାନଗୁଡ଼ିକ ଖୋଲାଯିବ। ଯେଉଁମାନେ ନିୟମାବଳୀର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri