ବାପ୍‌ କିଡ଼୍‌ନୀ ରୁଗୀ, ଝି’ ହୁରୁଦ୍‌ରୋଗ୍‌ରେ ପୀଡ଼ିତ: ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି

ବରଗଡ଼ ଅଫିସ୍‌,୨୮।୫-ବରଗଡ଼ ଜିଲା ବରଡୋଲ ପଁଚେତ ଅଧୀନ ପିପିଲିପାଲି ବନ୍ଧପାଲି ଗଁ।ର ରାଜେଶ ରାଓ। ସେ ଝନେ ନିହାତି ଗରିବ୍‌, କୁଲି ମଜୁରି କରି ନିଜର କୁଟୁମ ପୁଷୁଛନ୍‌। ପରିବାର କହେଲେ ମାଏକିନା, ତିନ୍‌ ଝି’ ବିନ୍ଦୁ, ଡଲି, ସୀତା ଆର ପୁଓ ରଥକେ ନେଇ ତାକର ସଁସାର। ହେଲେ ଏହେଦେ ତାକର ଉପରେ ଦୁଖର ପାହାଡ଼ ମାଡ଼ି ବସିଛେ। ରାଜେଶ ନିଜେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିଲାବେଲେ ସାନ ଝି’ ସୀତା(୧୦) ହୁରୁଦ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ରାଜେଶ ଝି’ର ଚିକିସତ୍ା ଲାଗି ବୁର୍ଲା ବଡ଼ଡାକ୍‌ତରଖାନାରେ ଦେଖେଇଥିଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା ଉତାରୁ ସୀତାର ଚିକିସତ୍ା ଲାଗି ଅପରେଶନର ଦରକାର ପଡ଼ୁଛେ ବଲି କହେବାର ସଂଗେ ଆପୋଲୋ ହସପିଟାଲ ନେବାକେ ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ଏହେଦେ ସୀତାର ଚିକିସତ୍ା ଅଟକି ରହିଛେ। ଇଆଡ଼େ ରାଜେଶର ପରିସ୍ଥିତି ଏନ୍‌ତା ଯେ, ଝି’କେ ଆପୋଲୋ ହସପିଟାଲ ନେବାକେ ବି ତାକର ପାସେ ଟଁକା ନଁ।ଇଁନ। ଯେନ୍‌ଥିରଲାଗି ଝି’ର ଚିକିସତ୍ା ସାହାଯ୍‌ ସଂଗେ ଯିବାର ଆଏବାର ଖରଚ୍‌ର ସହଯୋଗ ଆଶ୍‌ରେ ସେ ଜିଲାପାଲକୁଁ ଗୁହାରି କରିଛନ୍‌। ରାଜେଶ ନିଜର ମାଏକିନାର ସଂଗେ ଜିଲାପାଲକଁର ଅଫିସ ଆସି ସ୍ମାରକପତର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri