ବାତ୍ୟାର ୩ ମାସ ପରେ ବି ସୁଧୁରିନି ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୨୩ା୮: ବାତ୍ୟା ‘ଫନୀ’ରେ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଥିଲା। ୨ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ପ୍ରଭାବିତ ହୋଇଥିଲା। ତନ୍ମଧ୍ୟରୁ ୧୭୨ଟି ଶିକ୍ଷାନୁଷ୍ଠାନ ବେଶି କ୍ଷତିଗ୍ରସ୍ତ ହୋଇଥିଲା। ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କୁ ୩୮କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଥିଲା। ଇତିମଧ୍ୟରେ ବାତ୍ୟାକୁ ୩ମାସ ପୂରିଲାଣି, ହେଲେ ଶିକ୍ଷାନୁଷ୍ଠାନଗୁଡ଼ିିକର ଭିତ୍ତିଭୂମି ସଜଡ଼ା ଯାଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ହଇରାଣ ହେଉଛନ୍ତି।
ବାତ୍ୟାରେ ପୁରୀ ସରକାରୀ ବାଳିକା ବିଦ୍ୟାଳୟ ପାଚେରି ଭୁଶୁଡ଼ିବା ସହ ଏକ ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛାତ ଭାଙ୍ଗିପଡ଼ିଥିଲା। ଏପର୍ଯ୍ୟନ୍ତ ତାହା ମରାମତି ହୋଇନାହିଁ। ସେହିପରି ଭୋଳାନାଥ ବିଦ୍ୟାପୀଠର କ୍ଷତି ଘଟିଥିବା ବେଳେ ପାନୀୟଜଳ ଓ ଶୌଚାଳୟ ସମସ୍ୟା ଦୂର ହୋଇପାରିନାହିଁ। ଅନେକ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ମରାମତି ସରିନାହିଁ। ଅନ୍ୟପକ୍ଷେ ଜିଲା ପ୍ରଶାସନ ବେଳାଭୂମିର ସ୍ବଚ୍ଛତା ଓ ବଡଦାଣ୍ଡର ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଶିକ୍ଷାକୁ ଅବହେଳା କରୁଛି ବୋଲି ଛାତ୍ର କଂଗ୍ରେସର ଜିଲା ଆବାହକ ଆଶୁତୋଷ ମିଶ୍ର କହିଛନ୍ତି। ଏଥିପାଇଁ ସେ ଜିଲା ପ୍ରଶାସନର ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି। ବାତ୍ୟାକୁ ୩ମାସ ବିତିଲାଣି। ଅଥଚ ଭଗ୍ନାବସ୍ଥାରେ ଥିବା ଅନେକ ସ୍କୁଲ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଆବଶ୍ୟକ ସଂଖ୍ୟକ କୋଠରି ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଜନୈକ ଶିକ୍ଷକଙ୍କ କହିବାନୁଯାୟୀ, ଉପରୁ ନିର୍ଦ୍ଦେଶ ଆସିଛି ସ୍କୁଲ ଖୋଲି ବସ ଓ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଅ। ଉପସ୍ଥାନ ଯେପରି ନ କମିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଅନ୍ୟପକ୍ଷେ ସାମାଜିକ କର୍ମୀ ବିକ୍ରମ ମଲିକ କହିଛନ୍ତି, ଏହା ସତ୍ୟ ହୋଇଥିଲେ ସାଂଘାତିକ। ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ପାଠପଢା ସରିନାହିଁ। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ। ଅନ୍ୟତମ ସାମାଜିକ କର୍ମୀ ଚନ୍ଦ୍ରଶେଖର ମିଶ୍ର କହିଛନ୍ତି, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କେବଳ କାଗଜକଲମରେ ଚାଲିଛି। ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନର ଆନ୍ତରିକତା ଅଭାବରୁ ଶିକ୍ଷା ଭିତ୍ତିଭୂମି ବର୍ତ୍ତମାନ କୋମା ଅବସ୍ଥାରେ ରହିଛି। ସେହିପରି ଆଇନଜୀବୀ ଅନିଲ କୁମାର ସାହୁ କହିଛନ୍ତି, ବାତ୍ୟାରେ ଭାଙ୍ଗିଥିବା ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟର୍ସଗୁଡ଼ିକ ତ୍ୱରିତ ମରାମତି ହେଲା, ଅଥଚ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିିକ ପ୍ରତି ପ୍ରଶାସନ ଅଣଦେଖା କଲା। ଏ ନେଇ ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷଙ୍କୁ ପଚାରିବାରେ କହିଛନ୍ତି, ବାତ୍ୟାରେ ଜିଲାର ଅଧିକାଂଶ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା। ସେଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ଲାଗି ପ୍ରୟାସ ଜାରି ରହିଛି। ପିଲାଙ୍କ ପାଠପଢା ଯେପରି ବ୍ୟାହତ ନ ହେବ, ସେଥିପାଇଁ ପଦକ୍ଷେପ ନେବାକୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri