ଫନୀ ଉଜାଡ଼ିଦେଲା ବ୍ୟବସାୟ : ମିଳୁନି କଞ୍ଚାମାଲ୍‌, ଚିନ୍ତାରେ ମୂର୍ତ୍ତି କାରିଗର

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଏବର୍ଷ ଫନୀ ଉଜାଡ଼ିଦେଲା ମୂର୍ତ୍ତି ବ୍ୟବସାୟ। ଚିନ୍ତାରେ ମୂର୍ତ୍ତି କାରିଗର। ଭଲ ରୋଜଗାର ଦେଉଥିବା ଏହି ଋତୁକାଳୀନ ବ୍ୟବସାୟ ଏଥର ବାତ୍ୟା ଫନୀ ଯୋଗୁ ମାନ୍ଦା ପଡ଼ିଯାଇଛି। ମୂର୍ତ୍ତି ଗଢିବାକୁ ମାଟି, ନଡ଼ା ଆଦି କଞ୍ଚାମାଲ ମିଳିବା କଷ୍ଟକର ହୋଇପଡୁଛି। ଯାହା ବି ମିଳୁଛି ଦର ଆକଶଛୁଆଁ ରହୁଛି। ଏପରି କି ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ମଧ୍ୟ ସହଜରେ ଉପଲବ୍ଧ ହେଉନି। ବାତ୍ୟାରେ ଅଧିକାଂଶ ବାଉଁଶ ଗଛ ଭାଙ୍ଗିଯାଇଥିବାରୁ ଏଥର ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ମୂର୍ତ୍ତି କାରିଗରଙ୍କ ପାଇଁ ବାଉଁଶ ସଙ୍କଟ ଦେଖାଦେଇଛି। ତେଣୁ ଅଧିକ ଅର୍ଡର ଆସିଲେ ବି କାରିଗରମାନେ ମନା କରିବାକୁ ବାଧ୍ୟ ହେଉଛନ୍ତି।
ପାର୍ବଣ ଋତୁ ପାଖେଇ ଆସୁଥିବାବେଳେ ପ୍ରଥମେ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତ ହେଲାଣି ପେଣ୍ଡାଲ୍‌। ପୂଜାପେଣ୍ଡାଲର ସାଜସଜ୍ଜାକୁ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ପୂଜା କମିଟି ଓ କ୍ଲବ୍‌ ଲାଗିପଡ଼ିଥିବାବେଳେ ମୂର୍ତ୍ତି ତିଆରି କାମ ବି ଜୋରଦାର ଚାଲିଛି। ସମୟ ଆଗରୁ କାମ ଶେଷ କରିବାକୁ କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାପାଇଁ ବ୍ୟସ୍ତ। ଛଣପଟ ଉପରେ ମାଟି ଲେପ ଓ ଖଡ଼ିକାମ ସରିବା ପରେ ଅଧିକାଂଶ ସ୍ଥାନରେ ଏବେ ମୂର୍ତ୍ତିରେ ରଙ୍ଗଦିଆ କାମ ଚାଲିଛି। ବିଭିନ୍ନ ଆକୃତି ଓ ଡିଜାଇନ୍‌ରେ ଗଣପତିଙ୍କ ମୂର୍ତ୍ତି ତିଆରି କରିବାକୁ ଗ୍ରାହକଙ୍କ ଡିମାଣ୍ଡ ରହୁଥିବାବେଳେ କାରିଗରମାନେ କିଭଳି ନିଜ ମୂର୍ତ୍ତିକୁ ସ୍ବତନ୍ତ୍ର କରିପାରିବେ ସେଥିପାଇଁ ଦିନରାତି ଲାଗିପଡ଼ି କାମ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି ନିର୍ମାଣ ପାଇଁ ଓଡିଶା ସହ ପଶ୍ଚିମବଙ୍ଗରୁ କାରିଗରମାନେ ଆସି କାମରେ ଲାଗିଛନ୍ତି। ହେଲେ ସବୁଠାରୁ ବଡ଼ ସମସ୍ୟା ରହିଛି କଞ୍ଚାମାଲ୍‌ର ଅଭାବ। ଆଗରୁ ମୂର୍ତ୍ତି ତିଆରି ପାଇଁ ମାଟି ଅଭାବ ଏକ ପ୍ରମୁଖ ସମସ୍ୟା ସାଜୁଥିବାବେଳେ ଏଥର ବାତ୍ୟା ଯୋଗୁ ଅନ୍ୟାନ୍ୟ କଞ୍ଚାମାଲ୍‌ ମିଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।
ବିଶେଷକରି ଭୁବନେଶ୍ୱରରେ ମାଟିର ଘୋର ଅଭାବ ରହିଛି। ସହରରେ ୩୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପୂଜା ମଣ୍ଡପରେ ଗଜାନନ ପୂଜା ପାଉଥିବାବେଳେ କାରିଗରଙ୍କ ପାଇଁ ମାଟି, ନଡ଼ା, ବାଉଁଶ ଖୋଜିବା ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଅଧିକାଂଶ ମଣ୍ଡପ କଲିକତାରୁ ମାଟି ଆଣିଛନ୍ତି। ଅନ୍ୟପକ୍ଷରେ ଆଗରୁ ଧଉଳିରୁ ମାଟି ଆସୁଥିବାବେଳେ ଏବେ କିନ୍ତୁ ଆଉ ସେଠାରେ ମାଟି ମିଳୁନାହିଁ। ତେଣୁ ଜଗତସିଂହପୁର, ନୟାଗଡ଼ ଭଳି ଜିଲା ଉପରେ ନିର୍ଭର କରିବାକୁ ପଡୁଛି। ଦୂର ଦୂରାନ୍ତରୁ ଅଧିକ ଦରରେ ମାଟି କିଣି କାରିଗରଙ୍କୁ ଓଲଟା କ୍ଷତି ସହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ମୂର୍ତ୍ତି ନିର୍ମାଣର ମୁଖ୍ୟ ଉପାଦାନ ନଡା ଏବଂ ବାଉଁଶ ମିଳିବା ଆଉଏକ ସମସ୍ୟା ହୋଇଛି। ଫନୀ ଯୋଗୁ ଚଢା ଦରରେ ନଡା କିଣିବାକୁ ପଡ଼ୁଛି। ନଡା ବିଡା ଆଗରୁ ୨ ଟଙ୍କାରେ ମିଳୁଥିବାବେଳେ ଏବେ ତାହା ୧୦ଟଙ୍କା ପଡୁଛି। ଏହାବ୍ୟତୀତ ପୂର୍ବରୁ ସାରଙ୍ଗି ବାଉଁଶରେ ମୂର୍ତ୍ତି ତିଆରି କରାଯାଉଥିଲା। ମାତ୍ର ବାଉଁଶ ଗଛର ଅଭାବ ଯୋଗୁ ଏବେ ଚାକୁଣ୍ଡା କିମ୍ବା ଆକାଶିଆ ଗଛ କାଠରେ ମୂର୍ତ୍ତି ତିଆରି କରାଯାଉଛି। ଏ ପରିସ୍ଥିତି ଯୋଗୁ ପୂର୍ବରୁ ଅର୍ଡର ନ ଦେଲେ ଗ୍ରାହକଙ୍କୁ ମୂର୍ତ୍ତି ମିଳୁନି। ଆଗକୁ ସ୍ଥିତି ଆହୁରି ଜଟିଳ ହେବାସହ ବ୍ୟବସାୟ ଗୁରୁତର ପ୍ରଭାବିତ ହେବ ବୋଲି କାରିଗରମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri