ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ ବି ଅଣ୍ଟା ସଳଖିପାରୁନୀ ଶିଳ୍ପ ସଂସ୍ଥା। ରାଜ୍ୟର ଅନ୍ୟ ବାତ୍ୟା ପ୍ରଭାବିତ ଜିଲାରେ ଥିବା ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତିରେ ସୁଧା ଆସିଥିଲେ ମଧ୍ୟ ପୁରୀ ଜିଲାରେ ଜଟିଳ ସ୍ଥିତିକୁ ସାମ୍ନା କରୁଛି। ଏବେ ବି ଜିଲାରେ ଥିବା ଏମ୍‌ଏସ୍‌ଏମ୍‌ଇ ବନ୍ଦ ଅବସ୍ଥାରେ ରହିଛି। ଫଳରେ ଶିଳ୍ପ ସଂସ୍ଥାର ମାଲିକ ଓ ଉଦ୍ୟୋଗୀମାନେ ଚିନ୍ତାରେ ରହିଥିବାବେଳେ ପରିସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବାକୁ ଧରିତ୍ରୀ ପକ୍ଷରୁ ଉଦ୍ୟମ କରାଯାଇଥିଲା। ତେବେ କ୍ଷେତ୍ରସ୍ଥଳ ଅନୁଧ୍ୟାନବେଳେ ଯାହା ଦେଖିବାକୁ ମିଳିଲା ତାହା ଥିଲା ଅତ୍ୟନ୍ତ ସ୍ପର୍ଶକାତର। ଅନେକ ଅବହେଳା, ସମସ୍ୟା ଓ ଜଟିଳତା ଥିଲା ମାସକ ଧରି ବନ୍ଦ ରହିଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ। ଜିଲାରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇ ନ ଥିବାରୁ ଏହା ଶିଳ୍ପଗୁଡିକ ଉପରେ ପ୍ରଭାବ ପକାଉଥିବା ସାମ୍ନାକୁ ଆସିଛି। ଫନୀରେ ଶିଳ୍ପ ୟୁନିଟ୍‌ଗୁଡିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାବେଳେ ପୁନଃରୁଦ୍ଧାର କରି ଏହାକୁ ପୁଣିଥରେ ଛିଡା କରିବାକୁ ମାଲିକ ତଥା ଉଦ୍ୟୋଗୀମାନେ ଉଦ୍ୟମ ଚଳାଇଛନ୍ତି। ହେଲେ ବିଦ୍ୟୁତ୍‌ ସମସ୍ୟା ସହ ଅର୍ଥ ଓ ମାନବ ସମ୍ବଳ ଅଭାବ ଦେଖାଦେଇଛି।
ପୁରୀରେ ହୋଟେଲ ଶିଳ୍ପ ବାଦ୍‌ ଫ୍ଲାଏଆସ୍‌ ବ୍ରିକ୍ସ ୟୁନିଟ୍‌, ଘରୋଇ କ୍ଷୁଦ୍ର ଶିଳ୍ପ, ରାଇସ୍‌ ମିଲ ଭଳି ବହୁ ଶିଳ୍ପ ୟୁନିଟ ଫନୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ସରକାରୀ ଆକଳନ ମୁତାବକ ଜିଲାରେ ୩୭୪ ଏମ୍‌ଏସ୍‌ଏମ୍‌ଇ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ କ୍ଷୟକ୍ଷତି ପରିମାଣ ୭୮ କୋଟି ଟଙ୍କା ବୋଲି କୁହାଯାଉଛି। ମାତ୍ର ବେସରକାରୀ ଆକଳନ ଅନୁଯାୟୀ, ଜିଲାରେ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ୟୁନିଟଗୁଡିକରେ ବାତ୍ୟାରେ ୧୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ମାସକ ଧରି ୟୁନିଟଗୁଡିକରୁ ଉତ୍ପାଦନ ବନ୍ଦ ରହିଥିବାରୁ ମୋଟ କ୍ଷତି ପରିମାଣ ୬୦୦ କୋଟି ଟଙ୍କା ହେବ ବୋଲି ଶିଳ୍ପ ସଂଘ ପକ୍ଷରୁ ଆକଳନ କରାଯାଇଛି। ୟୁନିଟ୍‌ ବନ୍ଦ ହୋଇ ପଡିଥିବାରୁ ମହଜୁଦ ଥିବା ସାମଗ୍ରୀ ବାହାରକୁ ପଠାଯାଇପାରୁ ନାହିଁ। ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି ଶୋଚନୀୟ ହୋଇ ପଡିଥିବାବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ଅଣଦେଖା କରିଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କ୍ଷୁଦ୍ର ସଂସ୍ଥାଗୁଡିକ ଋଣ ନେଇ ବ୍ୟବସାୟ କରୁଥିବାବେଳେ ଏବେ ଋଣ ପରିଶୋଧ, କର୍ମଚାରୀ ଦରମା ପ୍ରଦାନ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
ଚନ୍ଦନପୁରଠାରେ ଥିବା ଜେପି ଇଣ୍ଡଷ୍ଟ୍ରିଜ୍‌ର ପ୍ରୋପାଇଟର ଅମ୍ରିତ ଆନନ୍ଦ ଚନ୍ଦୁକା କହିଛନ୍ତି, ଫନୀ ଯୋଗୁ ବ୍ୟବସାୟରେ ଅନେକ କ୍ଷତି ହୋଇଛି। ବର୍ତ୍ତମାନ ଲୋକ ମିଳୁ ନ ଥିବାରୁୁ ପୁଣି ଥରେ ୟୁନିଟ୍‌ ସଜାଡି କାମ ଆରମ୍ଭ କରିବା କଷ୍ଟକର ହୋଇଛି। ସେହିଭଳି ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡି ପଡିଥିବାରୁ ଏହା ସମସ୍ୟାକୁ ଦ୍ୱିଗୁଣିତ କରିଛି। ପୂର୍ବରୁ ବ୍ୟାଙ୍କରୁ ଋଣ ନେଇଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବର୍ତ୍ତମାନର ସ୍ଥିିିତି ଯୋଗୁ ତାହାକୁ ପରିଶୋଧ କରିପାରୁନାହାନ୍ତି। ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକର ପ୍ରକୃତ ଅସୁବିଧା ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଜଗନ୍ନାଥ ଫ୍ଲାଏ ଆସ୍‌ ବ୍ରିକ୍ସର ମାଲିକ ଦିବାକର ହାତୀ କହିଛନ୍ତି, ଫନୀ କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଦେଲା। କିନ୍ତୁ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଣଦେଖା କରିବା ଭଳି ସ୍ଥିତି ଉପୁଜିଛି। ସବୁ କ୍ଷୁଦ୍ର ଓ ମଧ୍ୟମ ୟୁନିଟ ବୀମା କରି ନାହାନ୍ତି। କିନ୍ତୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନବେଳେ ବୀମା କର୍ମଚାରୀମାନେ କେବଳ ବୀମାଭୁକ୍ତ କମ୍ପାନୀଗୁଡ଼ିକୁ ବୁଲି ଦେଖୁଛନ୍ତି। ପୁଣି ବୀମା ଟଙ୍କା କେବେ ମିଳିବ ସେ ନେଇ ସମସ୍ତେ ଚୁପ୍‌। ଏପରିସ୍ଥଳେ ବୀମା କମ୍ପାନୀଗୁଡ଼ିକର ଅସହଯୋଗ କଷ୍ଟଦାୟକ ହୋଇଛି। ଅଭିଯୋଗ ଗଲେ ଭାଲ୍ୟୁୟର ଆଣି ନିଜେ ଆକଳନ କରିବାକୁ କହୁଛନ୍ତି। ତେଣୁ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗେଇ ଆସନ୍ତୁ ବୋଲି ହାତୀ ପ୍ରକାଶ କରିଛନ୍ତି। ବୀର ହରେକୃଷ୍ଣପୁରର ଜଗନ୍ନାଥ ରାଇସ୍‌ ମିଲ୍‌ର ସୌମ୍ୟରଞ୍ଜନ ପଣ୍ଡା କହିଛନ୍ତି, ତାଙ୍କର ୨ଟି ୟୁନିଟ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ସ୍ତରରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ୭୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇ ସାରିଲାଣି। ସ୍ଥିତି ଯାହା ରହିଛି ଆସନ୍ତାବର୍ଷରୁ ୟୁନିଟରୁ ଉତ୍ପାଦନ ଆରମ୍ଭ ହେବ। ରୀତା ଫ୍ଲାଏଆସ୍‌ ବ୍ରିକ୍ସର ପରିଚାଳକ ବୁଧନାଥ ନାୟକ କହିଛନ୍ତି, ବୀମା କମ୍ପାନୀଗୁଡିକ ବର୍ତ୍ତମାନ ବୀମା ଟଙ୍କା ପ୍ରଦାନ ନେଇ ହଇରାଣ କରୁଛନ୍ତି। ଏଦିଗରେ ସରକାର ପଦକ୍ଷେପ ନେଲେ ଶିଳ୍ପଗୁଡିକ ଲାଗି ହିତକର ହୁଅନ୍ତା। ସେହିଭଳି ବାଲିଗଳିର ଏକ କ୍ଷୁଦ୍ର ୟୁନିଟ୍‌ ପରିଚାଳକ ସୌମ୍ୟକାନ୍ତ ପ୍ରଧାନ କହିଛନ୍ତି, ବ୍ୟାଙ୍କରୁ ଋଣ ନେଇ ସେ ବ୍ୟବସାୟ କରୁଥିଲେ। ଏବେ ସମ୍ପୂର୍ଣ୍ଣ ୟୁନିଟ ଭାଙ୍ଗିରୁଜି ଯାଇଛି। ପୁଣି ବ୍ୟବସାୟ ଛିଡା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି। ଉଗ୍ର ୟୁଟିଲିଟି ପ୍ରାଇଭେଟ ଲିମିଟେଡର ସହ ପରିଚାଳକ ବିଜୟ ଚୌଧୁରୀ କହିଛନ୍ତି, ବାତ୍ୟାରେ କଞ୍ଚାମାଲ ସମେତ ପ୍ରସ୍ତୁତ ହୋଇଥିବା ବହୁ ସାମଗ୍ରୀ ଖରାପ ହୋଇଯାଇଛି। ବର୍ତ୍ତମାନ ଯାଏ ଉତ୍ପାଦନ ସ୍ଥିତିକୁ ୟୁନିଟ ଆସିନାହିଁ। ବୀମା କରି ନ ଥିବା ଯୋଗୁ ଅନେକ କ୍ଷୟକ୍ଷତିର ସାମ୍ନା କରିଛୁ। କୌଣସି ସରକାରୀ ସହାୟତା ମିଳି ନ ଥିବାରୁ ଏହା ଶିଳ୍ପଗୁଡିକ ଲାଗି ସମସ୍ୟା ସୃଷ୍ଟି କରିଛି। ଚନ୍ଦନପୁର ନିକଟ ଜୟ ମା’ ଚୁଡ଼ା ମିଲ୍‌ ମଧ୍ୟ ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ମିଲ୍‌ ମାଲିକ ସାଗରିକା ମିଶ୍ର କହିଛନ୍ତି, ସରକାରଙ୍କଠାରୁ ଋଣ ଆଣି ସଂସ୍ଥା ଚଳାଇଥିଲି। ବାତ୍ୟାରେ ମିଲ୍‌ର ୭୦ ପ୍ରତିଶତ କ୍ଷତି ହୋଇଛି। ଏହାକୁ ଭରଣା କରିବା କଷ୍ଟକର ହୋଇପଡିଛି। ସହକାର ସହଯୋଗର ହାତ ବଢ଼ାଇଲେ ମୋ ପରି ଅନେକ ଉଦ୍ୟୋଗ ପୁଣି ଚାଲିପାରିବ।

ସତ୍ୟାନନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri