Odisha Elections 2024

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଆଶ୍ରୟସ୍ଥଳୀଟି କାମରେ ଲାଗୁ ନ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ଏଥିରେ ଆଡ୍ଡା ଜମାଉଛନ୍ତି। ଭ  ସମୟରେ ସାମୁଦ୍ରିକ ଝଡ଼, ବନ୍ୟା ଓ ବାତ୍ୟା ସିଧାସଳଖ ରାୟଗଡ଼ ବ୍ଲକରେ ବ୍ୟାପକ କ୍ଷତି ଘଟାଇବା ସହ ଧନଜୀବନ ହାନି ଘଟାଏ। ଏଣୁ ପ୍ରାୟ ୧୦ ବର୍ଷ ପୂର୍ବେ  ରାୟଗଡ଼ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଛି। ସାମୁଦ୍ରିକ ଝଡ଼ ବା ବାତ୍ୟା, ବନ୍ୟା ଆଦି ଦାଉରୁ ରକ୍ଷା ପାଇବା ପାଇ ସ୍ଥାନୀୟ ଲୋକଙ୍କୁ  ଅସ୍ଥାୟୀ ଭାବେ ଥଇଥାନ କରାଇବା ପାଇଁ ନିର୍ମାଣ କରାଯାଇଥିବା ଏହି କୋଠା କୌଣସି କାମରେ ଲାଗୁନି। ବ୍ଲକ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହା ଅଦରକାରୀ ହୋଇପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କେତେକ ଅସାମାଜିକ ବ୍ୟକ୍ତି ଏହାକୁ ଦଖଲ କରି ଏଠାରେ ମଦ୍ୟପାନ, ଗଞ୍ଜେଇ ଆଦି ନିଶା ଖାଇବା ସହ ଜୁଆଖେଳୁଥିବା ଅଭିଯୋଗ ହେଉଛି। ଫଳରେ ଏହି ଆଶ୍ରୟସ୍ଥଳୀଟି ପାନପୁଡିଆ ଛେପ ଦାଗ ସହ  ଏହାର ଚାରିପଟେ ଅଳିଆ ଆବର୍ଜନା ଜମି ରହିଛି। ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ଲାଗି ରହିଛି କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ। ଏଠାରେ ଶତାଧିକ ଆଦିବାସୀ କିଶୋରୀମାନେ ରହି ଆସୁଛନ୍ତି। ଏହାଛଡ଼ା ପୋଲିସ ଥାନାର ପୋଲିସ ଥାନାର ଅତି ନିକଟବର୍ତ୍ତୀ  ହୋଇଥିବା ସତ୍ତ୍ୱେ  ଏଠାରେ ଚାଲିଥିବା  ଅସାମାଜିକ କାର୍ଯ୍ୟକଳାପ ପ୍ରତି ପୋଲିସ ନଜର ପଡୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। କୌଣସି ସମୟରେ ଏଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯...

ମତଦାନ ସାବ୍ୟସ୍ତ କଲେ ଏମ୍‌ପି ସପ୍ତଗିରି

ରାୟଗଡ଼ା,୧୩ା୫(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ କୋରାପୁଟ ଲୋକ ସଭା ଓ ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁରଠାରେ ମତଦାନ ଆରମ୍ଭ...

ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

ବିଷମକଟକ,୧୩ା୫(ବିଭୂତି ଭୂଷଣ ନାୟକ): ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ।...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri