ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଯେଇଁ କ୍ଷତ ଛାଡ଼ି ଦେଇଯାଇଛି, ତାହା ଆଜି ମଧ୍ୟ ଶୁଖିନାହିଁ। ବର୍ତ୍ତମାନ ବାତ୍ୟା ‘ଫନୀ’କୁ ନେଇ ୩ ଦିନ ହେଲା ସତର୍କ ସୂଚନା ଜାରି ହୋଇଛି। ଗଣମାଧ୍ୟମରେ ତାହା ପ୍ରଚାର ପ୍ରସାର ହେବା ପରେ ଲୋକେ ସାମାନ୍ୟ ଆତଙ୍କିତ ହୋଇପଡିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୧୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତେବେ ଏହି ବେଗର ପବନ ସହିତ ସମୁଦ୍ରକୂଳିଆ ଲୋକେ ସାଧାରଣତଃ ଅଭ୍ୟସ୍ତ। କିନ୍ତୁ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଏକ ଭୟ ଘାରିଥାଏ। ତାହା ହେଲା ଶିଳ୍ପ ସଂସ୍ଥାର ରାସାୟନିକ ଗ୍ୟାସ ପୂର୍ଣ୍ଣ ଟାଙ୍କି। କାରଣ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟର ଦୁଃଖଠାରୁ ଆମୋନିଆ ଗ୍ୟାସ ନିର୍ଗତ ହେବାର କଷ୍ଟ ବଳିପଡ଼ିଥିଲା। ବାତ୍ୟାର ୮ଦିନ ପରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ଲୋକମାନେ ରାତି ଅଧରେ ଘରଦ୍ୱାର ଛାଡ଼ି ୫୦ କିମି ଦୂରକୁ ପଳାଇଥିଲେ। ପାରାଦୀପରେ ୨ଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ଲକ୍ଷାଧିକ ଟନ୍‌ର ଆମୋନିଆ, ସଲ୍‌ଫ୍ୟୁରିକ ଏସିଡ୍‌, ଫସ୍‌ଫ୍ୟୁରିକ ଏସିଡ୍‌, ପଟାସ ଆଦି ମହଜୁଦ ଅଛି। ଏତଦ୍‌ବ୍ୟତୀରେକ ୧୫୦ରୁ ଊର୍ଦ୍ଧ୍ୱ ବିଶାଳ ତେଲ ଟାଙ୍କି ରହିଛି। ବାତ୍ୟାବେଳେ ବିଦ୍ୟୁତ ସରବରାହ ବନ୍ଦ କିମ୍ବା କିଛି ଅଘଟଣ ଘଟିଲେ ରାସାୟନିକ ଗ୍ୟାସ୍‌ ନିର୍ଗତ ହୋଇ ପାରାଦୀପ ଓ ଏହାର ୪୦ କିମି ଦୂର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବ। ସେଥିପାଇଁ ବାତ୍ୟା ଅପେକ୍ଷା ରାସାୟନିକ ଟାଙ୍କି ଭୟ ଅଧିକ ରହିଛି ବୋଲି ସ୍ଥାନୀୟ ବିଜୟଚନ୍ଦ୍ରପୁର ବାସିନ୍ଦା ଜଗନ୍ନାଥ ହାଲଦାର କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଖବର ପାଇ ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଜାରରେ ଭିଡ଼ ଜମାଇଛନ୍ତି। ପରିବା ଓ ତେଜରାତି ସଉଦା ଦୋକାନାରେ ଏଭଳି ଭିଡ଼ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri