ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି ଲୋକେ। ଏପରି ସମସ୍ୟା ଦେଖିବାକୁ ମିଳିଛି କରୁକୁଡୁପା ପଞ୍ଚାୟତ ବାଡ଼ିପାଙ୍ଗା ଗ୍ରାମରେ। ଗ୍ରାମର ମହିଳା ଓ ପୁରୁଷ ଖୋଲାକୂଅର ଗୋଳିଆ ପାଣି ପିଉଛନ୍ତି। ବାଡ଼ିପାଙ୍ଗା ଗ୍ରାମରେ ୪୨ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଗ୍ରାମରେ ୨ଟି ନଳକୂପ ଅଚଳ ହୋଇ ୨ବର୍ଷ ହେବ ପଡିରହିଛି। ତାହା ମରାମତି କଲେ ମଧ୍ୟ ଭଲ ପାଣି ବାହାରୁ ନାହିଁ। ଚୁଆକୁ ଭରସା କରିଥିବାବେଳେ ତାହା ମଧ୍ୟ ଶୁଖିଗଲାଣି। ଗାଁ ପାଖ ତମ୍ବାକେତାଠାରେ ୪୦ବର୍ଷ ପୂବେ ଖୋଳାଯାଇଥିବା ଏକ କୂଅ ଏବେ ଗ୍ରାମବାସୀଙ୍କ ଭରସା। ଉକ୍ତ ପରିତ୍ୟକ୍ତ କୂଅରୁ ଗ୍ରାମର ମହିଳାମାନେ ହାଣ୍ଡି ବାଲ୍ଟି ଧରି ପାଣି ସଂଗ୍ରହ କରୁଛନ୍ତି। ଗୋଳିଆ ପାଣି ବାହାରୁ ଥିବାରୁ ଘରକୁ ନେଇ କିଛି ସମୟ ରଖିବା ପରେ ଉକ୍ତ ପାଣିକୁ ପିଇବା ଓ ରୋଷେଇରେ ବ୍ୟବହାର କରୁଛନ୍ତି। ଏନେଇ ପୂର୍ବତନ ଓ୍ବାର୍ଡ ମେମ୍ବର ପ୍ରଜେନ୍ଦ୍ର ମାଝୀ କହିଛନ୍ତି ଯେ, ନୂତନ ଭାବେ ୨ଟି ନଳକୂପ ଖୋଳାଯାଇ ସୌରଚାଳିତ ପମ୍ପ ସଂଯୋଗ କରି ପାନୀୟ ଜଳର ବ୍ୟବସ୍ଥା କରାଯାଉ। ଏନେଇ ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ନଳକୂପ ମରାମତି କରାଯିବା ସହ ପରିତ୍ୟକ୍ତ କୂଅର ପୁନରୁଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…
ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ
ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍…
ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…
ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…
ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ
ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…
ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍
ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…
ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ
ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
Archives

