ବାଟବଣା ଜନସେବା ଅଧିକାର ଆଇନ: ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ରସୁଲପୁର,୫।୬(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ତହସିଲରେ ବାଟବଣା ହୋଇଛି ଜନସେବା ଅଧିକାର ଆଇନ। ଏଠାରେ ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଛି। ଏଭଳି ଅବ୍ୟବସ୍ଥା ପାଇଁ ତହସିଲ ପକ୍ଷରୁ ଜିଲାପାଳ, ବିଏସଏନଏଲ ଅଧରକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ା ହଲେ ମସସ୍ୟା ସମାଧାନ ହୋଇପାରୁ ନାହିଁ। ଫଳରେ ତହସିଲକୁ ନାନା ସହାୟତା ପାଇଁ ଆସୁଥିବା ଜନସାଧାରଣଙ୍କୁ ନିରାଶ ହେବାକୁ ପଡୁଛି ା ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଇଣ୍ଟରନେଟ ସେବା ପ୍ରଦାନ ଦିଗରେ କାଳକ୍ଷେପଣ ନୀତିକୁ ଦାୟୀ କରାଯାଉଛି ା ସାଧାରଣ ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରୁଥିବା ବିଏସ୍‌ଏନ୍‌ଏଲ୍‌ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଜନସେବା ଅଧିକାରୀ ଆଇନ ଊଲ୍ଲଙ୍ଘନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ା
ରସୁଲପୁର ତହସିଲ ଜନସାଧାରଣଙ୍କ ଅସ୍ଥା ଓ ବିଶ୍ୱାସ ଭାଜନ ହୋଇପାରୁ ନାହିଁ ା ତହସିଲରୁ ଲୋକେ ବିଭିନ୍ନ ସୁବିଧା ପାଇବାକୁ ନିରାଶାରେ ଫେରୁଛନ୍ତି।ଏପରି ସମସ୍ୟା ଗତ ୩ମାସ ହେଲା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି। ଇଣ୍ଟରନେଟ୍‌ ସେବାରେ ବ୍ୟାଘାତ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତହସିଲର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ ଓସ୍ବାନ ନାମକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ଏହି ସଂସ୍ଥାର ସାଇଟ୍‌ କେବଳ ବିଏସ୍‌ଏନ୍‌ଏଲ୍‌ ନେଟୱର୍କରେ ଉପଲବ୍ଧ ହେଉଛି। ଏହି ନେଟୱର୍କରେ ତ୍ରୁଟି ବିଚ୍ୟୁତି ଯୋଗୁ ଜମିଜମା ସମ୍ପର୍କିତ ସେବା ଯଥା ପଟ୍ଟା ପ୍ରଦାନ, ମିଉଟେଶନ, ପାର୍ଟିସନ, କନଭର୍ସନ ଆଦି ସମସ୍ୟା ସମାଧାନ ହୋଇପାରୁ ନାହିଁ ା ଏହାଛଡା ଛାତ୍ରୀଛାତ୍ର ଓ ବେକାରୀ ଯୁବତୀଯୁବକଙ୍କ ପାଇଁ ଜାତିଗତ, ଆୟଗତ, ବାସଗୃହ ଜନିତ, ଆର୍ଥତ୍କ ଭଳି ପ୍ରମାଣପତ୍ର ମିଳିପାରୁ ନାହିଁ। ଏଥିସହ ସରକାରଙ୍କ ପକ୍ଷରୁ ଆସୁଥିବା ଚିଠିପତ୍ର ସମ୍ପର୍କିତ ସୂଚନା ଆଦି ମିଳିପାରୁ ନାହିଁ। ଜରୁରୀକାଳୀନ ସେବାକୁ ମୋବାଇଲ ନେଟୱର୍କରେ ପରିଚାଳନା କରାଯାଉଛି ା ବାକି ଆଉ ସବୁ ଜନାଭିମୁଖୀ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ା ଏ ନେଇ ତହସିଲ କର୍ମଚାରୀଗଣ ଅନେକ ସମୟରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି ା ଉକ୍ତ ସମସ୍ୟାକୁ ନେଇ ହାତବାନ୍ଧି ବସି ନାହାଁନ୍ତି ବୋଲି ତହସିଲ୍‌ଦାର ଜ୍ୟୋତିକାନ୍ତ ଭୁଜବଳ ପ୍ରକାଶ କରିଛନ୍ତି। ସେ ଏ ଦିଗରେ ୨ଥର ଚିଠି ଜରିଆରେ ଜିଲା ଅଧିକାରୀଙ୍କ ନଜରକୁ ଆଣିଛନ୍ତି। ତହସିଲ ଚିଠି ନଂ-୫୮୬/୧୯ ଓ ପରେ ମେ ୨୫ ତାରିଖରେ ଚିଠି ନଂ ୧୧୪୯/୧୯ରେ ଉଚ୍ଚପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବ୍ୟକ୍ତିଗତ ଭାବରେ ବିଏସ୍‌ଏନ୍‌ଏଲ୍‌(ଚଣ୍ଡିଖୋଲ ଡିଭିଜନ) ଅଧିକାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ା ତହସିଲ ଅଧିନସ୍ଥ ୪୦ହଜାରରୁ ଊର୍ଦ୍ଧ୍ୱ ପରିବାରର ଲକ୍ଷାଧିକ ଲୋକ ଏଠାରୁ ସେବା ପାଇବା ପାଇଁ ନିର୍ଭର କରୁଛନ୍ତି। ମାତ୍ର ଏଠାରେ ସେମାନଙ୍କୁ ମାସାଧିକ କାଳ ସେବା ମିଳିପାରୁ ନାହିଁ ା ଏ ସବୁ ଜାଣି ବିଏସଏନଏଲ କର୍ତ୍ତୃପକ୍ଷ ସମସ୍ୟାକୁ ଅଣଦେଖା କରୁଥିବାର ଅଭିଯୋଗ ହେଉଛି ା ଏ ନେଇ ବିଏସ୍‌ଏନ୍‌ଏଲ୍‌ ସହାକରୀ ଯନ୍ତ୍ରୀ ଚନ୍ଦ୍ରକାନ୍ତ ସ୍ବାଇଁଙ୍କୁ ପଚାରିବାରୁ ସେ ରାଜପଥ କର୍ତ୍ତୃପକ୍ଷଙ୍କ ଉପରକୁ ଦୋଷ ଠେଲି ଦେଇଛନ୍ତି। ରାଜପଥ ସମ୍ପ୍ରସାରଣ ଯୋଗୁଁ ମାଟିତଳେ ପ୍ରାୟତଃ ଦେଢ କି.ମି. ଲମ୍ବର ଟେଲିଫୋନ ଲାଇନ ଏକାଧିକ ସ୍ଥାନରେ ଖରାପ ହୋଇଯାଇଛି। ତାକୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ଏହାର ବିକଳ୍ପ ଭାବରେ ସେ ଓଭର ହେଡ କନେକ୍ସନ ସଂଯୋଗ କରି ସମସ୍ୟା ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ସମାସ୍ୟା ସମାଧାନ ହୋଇଯିବ ବୋଲି ସହାକରୀ ଯନ୍ତ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri