ବାଛୁରୀପଡ଼ାରେ ବାଣ କାରଖାନା ଠାବ: ୫ଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ ଜବତ, ୨ ଗିରଫ

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ରୂପ୍‌ସା ନିକଟସ୍ଥ ବୈଶିଙ୍ଗା ଥାନା ବାଛୁରୀପଡ଼ା ଗାଁରେ ବେଆଇନ ବାଣ କାରଖାନା ଠାବ ହୋଇଛି। ସ୍ବତନ୍ତ୍ର ପୋଲିସ ଟିମ୍‌ ପକ୍ଷରୁ ବୁଧବାର ଓ ଗୁରୁବାର ୨ଦିନ ଧରି ଲଗାତର ଭାବେ ଚଢ଼ାଉ କରାଯାଇ ୫ଲକ୍ଷ ଟଙ୍କାର ବାଣ, ବାରୁଦ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏଥିସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୧୦ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଛୁରୀପଡା ଗ୍ରାମର ବରେନ ସାହୁ ଓ ଲକ୍ଷ୍ମୀଧର ସାହୁ। ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସମଗ୍ର ରାଜ୍ୟରେ ବାଣ, ବାରୁଦର ଗାଁ ଭାବେ ପରିଚିତ ବାଛୁରୀପଡ଼ାରେ ବର୍ଷ ବର୍ଷ ଧରି ବେଆଇନ ବାଣ କାରବାର ଚାଲୁ ରହିଛି। ଜଣେ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ କରାଯାଇ ଅଧିକାଂଶ ଗ୍ରାମବାସୀ ବାଣ ବ୍ୟବସାୟଙ୍କୁ ଜୀବିକା ରୂପେ ଆପଣାଇ ଅବାଧରେ ବାଣ ନିର୍ମାଣ କରି ଆସୁଛନ୍ତି। ଚଳିତବର୍ଷ ବାଣ ନିର୍ମାଣ ଓ ବ୍ୟବସାୟ ପ୍ରତି ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ତାଗିଦ୍‌ ଅନୁଯାୟୀ ବିଭିନ୍ନ ଜିଲାରେ ବାଣ ବିସ୍ଫୋରଣ ଦୁର୍ଘଟଣା ରୋକିବା ଦିଗରେ ପୋଲିସ ଓ ପ୍ରଶାସନ ଏବେ ସଜାଗ ଥିବାରୁ ବେଆଇନ୍‌ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ବେତନଟୀ ଏସ୍‌ଡ଼ିପିଓ ଲଳିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆଇଆଇସି ପର୍ଶୁରାମ ସାହୁ, ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ, ଏସ୍‌ଆଇ ଅନୀତା ସ୍ବାଇଁ ଓ ଶିରୀଶ କୁମାର ନାୟକ ପ୍ରମୁଖ ୨ ପ୍ଲାଟୁନ ଫୋର୍ସ ସହ ବାଛୁରୀପଡ଼ା ଗାଁରେ ଚଢ଼ାଉ କରିଥିଲେ। ବୁଧବାର କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇ ନ ଥିଲେ ମଧ୍ୟ ଗୁରୁବାର ୨ଜଣ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?